ବର୍ଷାକୁ ନେଇ IMD ଡିଜି ଦେଲେ ବଡ଼ ସୂଚନା, ଆଜି ରାତିରେ…

ଭୁବନେଶ୍ୱର,୨।୧୦: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଗଭୀର ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ରାତି ସାରା ବର୍ଷା ଲାଗି ରହିବ ବୋଲି IMD ଡିଜି ସୂଚନା ଦେଇ କହିଛନ୍ତି। IMD ଡିଜିଙ୍କ ଅନୁଯାୟୀ, ବିଶେଷକରି ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ଜାରି ରହିଛି। ବର୍ତ୍ତମାନ ଘଣ୍ଟାକୁ ୫୫ରୁ ୬୫ କିମି ବେଗରେ ପବନ ବହୁଛି। ଖାଲୁଆ ଅଞ୍ଚଳ ଜଳମଗ୍ନ ଓ ଭୂସ୍ଖଳନର ଆଶଙ୍କା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା, ଗଭୀର ସମୁଦ୍ରରେ ଥିଲେ ନ ଫେରନ୍ତୁ। କାଲି ସକାଳ ସୁଦ୍ଧା ବର୍ଷାର ପ୍ରକୋପ କମିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଅନ୍ୟପଟେ, ଆଜି ଓ ଆସନ୍ତାକାଲି ପାଇଁ ଓଡ଼ିଶାର ଅଧିକାଂଶ ଜିଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ୭ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ ୱାର୍ନିଂ ଜାରି କରାଯାଇଛି। ପୁରୀ, ଗଜପତି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳକୁ ରେଡ ୱାର୍ନିଂ ଜାରି କରାଯାଇଥିବାବେଳେ ଆଉ ୧୬ ଜିଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି।

Share
Tags: odisha