
ବଣାଇଁ, ୧।୭(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଅଞ୍ଚଳରେ ଲାଗିରହିଛି ଲଗାଣ ବର୍ଷା। ବଣ ପାହାଡ଼ ଘେରା ଉପଖଣ୍ଡରେ ଜଙ୍ଗଲି ଝରଣା ଓ ନଦୀ ନାଳରେ ବନ୍ୟାଜଳ ପ୍ରବାହିତ ହେଉଛି। ନୂତନ ଭାବେ ନିର୍ନିତ ରାଜାମୁଣ୍ଡା-ପାଣିକୋଇଲି ୫୨୦ ନମ୍ବର ଜାତୀୟ ରାଜପଥର ତୋଡ଼ା ନିକଟରେ ମାଟି ଅତଡା ଧସି ରାଜପଥରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଛି। ଏନଏଚଏଆଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ ସାଙ୍ଗକୁ ଆରକେଡି ଠିକା ସଂସ୍ଥାର ନିମ୍ନମାନର କାମ ଯୋଗୁ ଏଭଳି ସ୍ଥିତି ଉପୁଜି ଥିବାନେଇ ସାଧାରଣରେ ଆଲୋଚନା ହେଉଛି l ତୁରନ୍ତ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ବା ଏନଏଚଏ ଆଇ ଏହି ଅବସ୍ଥା ଉପରେ ପ୍ରତିକାର ଜନିତ ତ୍ୱରିତ ପଦକ୍ଷେପ ନେବା ଦରକାର ବୋଲି ସାଧାରଣରେ ଦାବୀ ହେଉଛି l ସମ୍ପୃକ୍ତ ରାସ୍ତାରେ ରାତିରେ ଯାନବାହାନ ଚଳାଚଳ ବ୍ୟାହତ ହେବା ଆଶଙ୍କା ତଥା ବିପଦପୂର୍ଣ୍ଣ ଥିବାରୁ କେ. ବଲାଙ୍ଗ ଓ କୋଇଡ଼ା ପୋଲିସ ସତର୍କତା ଅବଲମ୍ବନ ନ କଲେ କିଛି ଅପ୍ରୀତିକର ପରିସ୍ଥିତି ଉପୁଜିପାରେ ବୋଲି ଚର୍ଚ୍ଚା ହେଉଛି।