ମାଲକାନଗିରିରେ ପ୍ରବଳ ବର୍ଷା: ବୁଡ଼ିଲା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି,୨୦।୭: ମାଲକାନଗିରି ଜିଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ପ୍ରବଳ ବର୍ଷାରେ କାଙ୍ଗୁରୁ କଣ୍ଡା ପୋଲ ଉପରେ ୨ରୁ ୩ ଫୁଟ ପାଣି ଚାଲିଥିବା ବେଳେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି ।
ଅନ୍ୟପକ୍ଷେ କାଙ୍ଗୁରୁ କଣ୍ଡା ବ୍ରିଜ ମାଲକାନଗିରି ଏବଂ କାଲିମେଳାକୁ ବିଚ୍ଛିନ୍ନ କରିଦେଇଛି। ବିଭିନ୍ନ ସ୍ଥାନରେ ପୋଲ ବୁଡ଼ିଥିବା ଦେଖିବାକୁ ମିଳିଛି। ମାଲକାନଗିରି-ମୋଟୁ ଜାତୀୟ ରାଜପଥ-୩୨୬ ଅବରୋଧ ହୋଇଥିବା ବେଳେ  କନ୍ୟାଶ୍ରମ, କାଙ୍ଗୁରୁକୋଣ୍ଡା, ଏମ୍‌ଭି-୯୦, ପୋଟେରୁ ପୋଲ ଉପରେ ପାଣି ଚାଲିଛି।