କୋରାପୁଟରେ ପ୍ରବଳ ବର୍ଷା ପବନ: ମାତିଅତଡ଼ା ଖସିବା ସହ ସହିତ ଗଛ ପଡି ବିଦ୍ୟୁତ ତାର ଛିଣ୍ଡିଲା, ୨ ଟ୍ରେନ ବାତିଲ

କୋରାପୁଟ,୨।୧୦(ଅମିତାଭ ବେହେରା ): ଲଘୁଚାପ ଓ ଅବପାତ ଯୋଗୁ କୋରାପୁଟ ଜିଲାରେ ପ୍ରବଳ ବର୍ଷା ଓ ପବନ ବହିବା ସହ କୋରାପୁଟ – ରୟାଗଡା ରେଳ ଲାଇନ ଓ କୋରାପୁଟ – ବିଶାଖାପାଟଣା ରେଳ ଲାଇନରେ ରେଳ ଚଳାଚଳ ଠପ୍‌। ପାହାଡ଼ରୁ ମାଟି ଅତଡ଼ା ଓ ପଥର ଖସିବା ସହିତ ଗଛ ଡାଳ ଖସି ବିଦ୍ୟୁତ ତାର ଛିଣ୍ଡି ରେଳ ଚଳାଚଳ ଠପ ହୋଇଥିବାବେଳେ ୨ ଟି ଟ୍ରେନ ବାତିଲ ହୋଇଛି। ପ୍ରବଳ ବର୍ଷା ଯୋଗୁ କୋରାପୁଟ ଦାମନଯୋଡି ମଧ୍ୟରେ ଥିବା ଡୁମୁରିପୁଟ ନିକଟରେ ପାହାଡ଼ରୁ ମାଟି ଅତଡ଼ା ସହ ପଥର ଖସି ରେଳ ଧାରଣାରେ ପଡିରହିଛି। ସେହିପରି କୋରାପୁଟ, ବିଶାଖାପାଟଣା ରେଳଲାଇନର. ନିକଟରେ ଥିବା ଗଛ ପଡି ବିଦ୍ୟୁତ ତାର ଛିଣ୍ଡି ଯିବାରୁ ଟ୍ରେନ ଚଳାଚଳ ବନ୍ଦ ରହିଛି। ସେହିପରି କୋରାପୁଟ ରାୟଗଡା ରେଳ ଲାଇନର ଭାଲୁ ମସ୍କା ନିକଟରେ ବର୍ଷା ଜଳ ରେଳ ଧାରଣାରେ ପଶିଯାଇଛ। ଯାହାଫଳରେ ହାୱାଡାରୁ ଜଗଦଳପୁର ଆସୁଥିବା ସମଲେଶ୍ୱରୀ ଟ୍ରେନ ରାୟଗଡା ଜିଲାର କେଉଟଗୁଡା ଠାରେ ଅଟକି ରହିଛି। ସେହିପରି ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ କୋରାପୁଟ ଷ୍ଟେଶନ ନିକଟରେ ଅଟକି ରହିଛି । ଏହା ନିର୍ଦ୍ଧାରିତ ସମୟର ୩ ଘଣ୍ଟା ବିଳମ୍ବରେ ଭୁବନେଶ୍ୱର ଛାଡିବାକୁ ଥିବାବେଳେ ଅନ୍ୟ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗୁରୁବାର ଅପରାହ୍ନ ୨ ଟାରୁ ସନ୍ଧ୍ୟା ୫ ଟା ଯାଏ କୋରାପୁଟ ଜିଲାରେ ୪୦୨ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ବର୍ଷା ଯୋଗୁ ରେଲୱେ ପକ୍ଷରୁ ଛତିଶଗଡ ରାଜ୍ୟର କିରଣ୍ଡଳ ଠାରୁ ବିଶାଖାପାଟଣା ଯାଉଥିବା ନାଇଟ ଏକ୍ସ ପ୍ରେସ ଟ୍ରେନ ଓ ବିଶାଖାପାଟଣା ଠାରୁ କିରଣ୍ଡଳ ଯାଉଥିବା ଏକ୍ସପ୍ରେସ ଟ୍ରେନକୁ ଗୁରୁବାର ପାଇଁ ବାତିଲ କରାଯାଇଛି। ବର୍ଷା ଯୋଗୁଁ ବଙ୍ଗଳାଗୁଡା ଗ୍ରାମ ନିକଟ ଦେଇ ଯାଇଥିବା ଚବରୀ ନଦୀରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଅସ୍ଥାୟୀ ପୋଲ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଥିବାବେଳେ କୋରାପୁଟ ରାୟଗଡା ନିକଟରେ ଗାଡି ଚଲା ଚଳ ବନ୍ଦ ରହିଥିବାବେଳେ, ମୋହନପଡା ଗ୍ରାମ ନିକଟରେ ଥିବା ଅସ୍ଥାୟୀ ପୋଲ ଉପରେ ୩ ଫୁଟ ପାଣି ଚାଲିଥିବା ଯୋଗୁ କୋରାପୁଟ ସୁନାବେଡା ମଧ୍ୟରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି।

Share
Tags: odisha