ବେଜିଂରେ ପ୍ରବଳ ବର୍ଷା: ୨୦ ମୃତ, ୪୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ…

ବେଜିଂ,୨।୮ : ଚାଇନାର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା ଯୋଗୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ବନ୍ୟାଜଳ ଯୋଗୁ ମେଟ୍ରୋ ରେଳ ସେବା ବନ୍ଦ ରଖାଯାଇଛି। ଖରାପ ପାଗ ପାଇଁ ୪୦୦ରୁ ଅଧିକ ବିମାନ ଉଡ଼ାଣକୁ ବାତିଲ କରାଯାଇଛି।

ଲଗାଣ ବର୍ଷା ବେଜିଂ ଏବଂ ଏହାର ଆଖପାଖ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ବନ୍ୟା ଜଳରେ ଭାସି ୨୭ ଜଣ ନିଖୋଜ ଅଛନ୍ତି।

ଶନିବାର ଠାରୁ ସୋମବାର ପର୍ଯ୍ୟନ୍ତ ବେଜିଂରେ ୨୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବେଜିଂ ପାଇଁ ଚଳିତ ବର୍ଷ ବୃଷ୍ଟିପାତର ସ୍ତର ଅସ୍ବାଭାବିକ ଥିବା ପାଣିପାଗ ବିଭାଗ କହିଛି। ୨୦୧୨ ପରଠାରୁ ସର୍ବାଧିକ ବର୍ଷା ଚଳିତ ବର୍ଷ ଜୁଲାଇରେ ରେକର୍ଡ କରାଯାଇଛି।

ସୋମବାର ରାତିରୁ ୧୦୦ ରୁ ଅଧିକ ରାସ୍ତାରେ ଟ୍ରାଫିକ ବନ୍ଦ ରହିଛି। ବନ୍ୟାରେ ଫସି ରହିଥିବା ୫୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ବେଜିଂ ମ୍ୟୁନିସିପାଲିଟି ବନ୍ୟା ନିୟନ୍ତ୍ରଣ କାର୍ଯ୍ୟାଳୟର ଡେପୁଟି କମାଣ୍ଡର ଲିୟୁ ବିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାକୁ ରହିଛି ପ୍ରାକୃତିକ ବିପର୍ଯ୍ୟୟ ଭୟ: ସାମୁଦ୍ରିକ ପ୍ରାଚୀର, ହେନ୍ତାଳ ବଣ ପ୍ରସ୍ତାବରେ ସୀମିତ

କେନ୍ଦ୍ରାପଡ଼ା, ୭ା୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ। ଏହି ଜିଲାକୁ ପ୍ରତିବର୍ଷ ବନ୍ୟା, ବାତ୍ୟା ସହିତ ସୁନାମି ଭୟ ରହିଛି। ଏପରି ପ୍ରାକୃତିକ ବିପର୍ଯ୍ୟୟ…

କାନ୍ଦିଲାଣି ପାକିସ୍ତାନ, ଚିନ୍ତାରେ ଚାଇନା! ଆମେରିକାର ଜବାବକୁ ନେଇ…

ନୂଆଦିଲ୍ଲୀ,୭।୨: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସମ୍ପ୍ରତି ପିଓକେର ମାଟିରୁ ‘କଶ୍ମୀର ପାକିସ୍ତାନ ହେବ’ ସ୍ଲୋଗାନ ଦେଇଥିଲେ। ମଞ୍ଚ ପ୍ରସ୍ତୁତ ଥିଲା, କରତାଳି ହୋଇଥିଲା, ଏବଂ ଇସଲାମାବାଦ…

ଅଳଙ୍କାର ଦେକାନରୁ ଚେନ୍ ଚୋରି କଲା ପାରା; ଥଣ୍ଟରେ ନେଇ ବେକରେ ପିନ୍ଧିଲା, ତାପରେ…

ଜୟପୁର,୭।୨: ରାଜସ୍ଥାନର ନାଗୌର ଜିଲାରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ମଜାଦାର ଖବର ସାମ୍ନାକୁ ଆସିଛି। ସାଧାରଣତଃ ଲୋକମାନେ ଚୋରି ଏବଂ ଡକାୟତି ରିପୋର୍ଟରେ ମଣିଷଙ୍କ କାର୍ଯ୍ୟ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ପଣ୍ୟାଗାର କେମିକାଲ ଗୋଦାମରୁ ଧୂଆଁ ନିର୍ଗତ: ସ୍ଥାନୀୟ ବାସିନ୍ଦାଙ୍କ ଆଖି, ନାକ ଜଳାପୋଡ଼ା

ମହାକାଳପଡ଼ା, ୭ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପାରାଦୀପ-ଚଣ୍ଡିଖୋଲ ୫୩ ନଂ. ଜାତୀୟ ରାଜପଥ ପାର୍ଶ୍ୱ ମଶାକଣି ବଡ଼ଦଣ୍ଡାଠାରେ କେନ୍ଦ୍ରୀୟ ପଣ୍ୟାଗାର ନିଗମ ଗୋଦାମ…

ବିଶ୍ୱ ଚାମ୍ପିୟନ ଟିମ ପାଇଁ ଭଣ୍ଡାର ଖୋଲିଦେଲା BCCI: ଏତିକି କୋଟି ଟଙ୍କାର ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୭।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଭାରତ…

ଆଇନମନ୍ତ୍ରୀଙ୍କ ବଡ଼ ସୂଚନା: ବଡି କ୍ୟାମେରା ପିନ୍ଧିବେ ଚଢ଼ାଉ ଟିମ୍‌, ପ୍ରମାଣ ଅଭାବରୁ ଖସି ପାରିବେନି ଅଭିଯୁକ୍ତ

ଭୁବନେଶ୍ୱର,୭ା୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ। ପ୍ରକ୍ରିୟା ଶେଷ ହେବା ପରେ ଅବକାରୀ ଆଇନ ଅନୁପାଳନ କରାଯିବ। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

Bangladesh Elections: ବାଂଲାଦେଶୀ ହିନ୍ଦୁଙ୍କୁ ମିଳିବ ଆଶ୍ୱସ୍ତି! ଘୋଷଣା ପତ୍ରରେ ବଡ଼ କଥା କହିଲା BNP

ଢାକା,୭।୨: ବାଂଲାଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) କହିଛି ଯେ ଏହା ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri