ଏହି ୫ ଜିଲାରେ ପ୍ରବଳ ବର୍ଷା ଆଲର୍ଟ, ଚାଷୀ ରୁହନ୍ତୁ ସତର୍କ

ଭୁବନେଶ୍ୱର,୧୬।୭: ପାଣିପାଗକୁ ନେଇ ବଡ଼ ଅପଡେଟ। ଦୁର୍ବଳ ହେଉଛି ଅବପାତ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପରେ ଅବପାତରେ ପରିଣତ ହେବା ପରେ ଏବେ ଦୁର୍ବଳ ହେଉଛି । ଏ ନେଇ ସୂଚନା ଦେଇଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।

ବଙ୍ଗୋପସାଗରରେ ଅବପାତ ଏବ ସୁଦୃଶ ଲଘୁଚାପରେ ପରିଣତ ହୋଇଛି । ଏବେ ଉତ୍ତର ଝାଡଖଣ୍ଡ ସଂଲଗ୍ନ ଦକ୍ଷିଣ ବିହାର ଉପରେ ସକ୍ରିୟ ରହିଛି ଲଘୁଚାପ। ତଥାପି ଓଡ଼ିଶାରେ ଏହାର ପ୍ରଭାବ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସକ୍ରିୟ ଲଘୁଚାପର ପ୍ରଭାବରେ ରାଜ୍ୟରେ ବର୍ଷା ହେବ । ଆଗାମୀ ୨୪ ଘଣ୍ଟାରେ ୫ ଜିଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ କରାଯାଇଛି। ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ ଓ ସମ୍ବଲପୁରରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତାକାଲି ଉତ୍ତର ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି।

ମଙ୍ଗଳବାର ଜଗସିଂହପୁରରେ ସର୍ବାଧିକ ୨୯.୨ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ାରେ ୧୬.୦ ମିମି, ବରଗଡ଼ରେ ୧୫.୬ ମିମି, ଭବାନୀପାଟଣାରେ ୧୧.୮ ମିମି, ସୋନପୁରରେ ୧୧.୬ ମିମି ଓ ନୟାଗଡ଼ରେ ୧୦.୦ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ୧୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗିରହିବ। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି।

Share
Tags: odisharain