ସ୍ବାସ୍ଥ୍ୟସେବା ବ୍ୟାହତ

କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟାର ପ୍ରତିବାଦରେ ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ (ଆଇଏମ୍‌ଏ) ପକ୍ଷରୁ ଶନିବାର ସକାଳ ୬ଟାରୁ ୨୪ ଘଣ୍ଟିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଏଥିରେ କୋଲକାତା, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ସମେତ ଦେଶର ବିଭିନ୍ନ ଭାଗର ଡାକ୍ତର ସାମିଲ ହୋଇଛନ୍ତି। ଫଳରେ ଦେଶବ୍ୟାପୀ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି। ସମଗ୍ର ଓଡ଼ିଶାରେ ମଧ୍ୟ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି।

ନୂଆଦିଲ୍ଲୀ/ କୋଲକାତା /ଭୁବନେଶ୍ୱର (ଅସମାପିକା ସାହୁ) ୧୮ା୮: ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଦିନରାତି ଅହରହ ସେବା କରୁଛୁ। ହେଲେ ଆଜି ଆମେ ନିଜେ ଅସୁରକ୍ଷିତ ହୋଇପଡ଼ିଛୁ। କୋଲକାତାସ୍ଥିତ ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଜଣେ ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବିକରି ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଥିବା ଡାକ୍ତରମାନେ ନିଜ ସୁରକ୍ଷାକୁ ନେଇ ଏପରି ଚିନ୍ତା ପ୍ରକଟ କରିଛନ୍ତି। ପ୍ରଥମେ ବିଭିନ୍ନ ମେଡିକାଲ କଲେଜରେ ରେସିଡେଣ୍ଟ ଡାକ୍ତର ଓ ଜୁନିୟର ଡାକ୍ତରମାନେ ଆନ୍ଦୋଳନ ଚଳାଇଥିଲେ। କିନ୍ତୁ ଶନିବାରଠାରୁ ଇଣ୍ଡିଆନ ମେଡିକାଲ ଆସୋସିଏଶନ(ଆଇଏମ୍‌ଏ) ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ କାର୍ଯ୍ୟବନ୍ଦ ଡାକରାରେ ଓଡ଼ିଶା ସମେତ ସାରା ଦେଶରେ ସରକାରୀ, ଘରୋଇ ଏବଂ କର୍ପୋରେଟ୍‌ ହସ୍ପିଟାଲର ଡାକ୍ତରମାନେ ସାମିଲ ହୋଇ ଆନ୍ଦୋଳନକୁ ତୀବ୍ର କରିଛନ୍ତି। ଓଡ଼ିଶାର ସବୁ ଜିଲାରେ ଆନ୍ଦୋଳନର ପ୍ରଭାବ ପଡ଼ିଛି। ଜରୁରିକାଳୀନ ସେବାକୁ ଛାଡ଼ିଦେଲେ ଅନ୍ୟସବୁ ଚିକିତ୍ସା ସେବା ପ୍ରାୟତଃ ବନ୍ଦ ଥିବାରୁ ରୋଗୀ ହନ୍ତସନ୍ତ ହୋଇଛନ୍ତି। ବିଶେଷକରି ସରକାରୀ ହସ୍ପିଟାଲରେ ରୋଗୀମାନେ ଚିକିତ୍ସା ନ ପାଇ ନାହିଁ ନ ଥିବା ଅସୁବିଧା ଭୋଗିଛନ୍ତି। ଭୁବନେଶ୍ୱରସ୍ଥିତ ଏମ୍‌ସ, କ୍ୟାପିଟାଲ ହସ୍ପିଟାଲ, ରାଜ୍ୟ ବୀମା ହସ୍ପିଟାଲ, କଟକ ଏସ୍‌ସିବି ମେଡିକାଲ, ବୁର୍ଲା ଭିମ୍‌ସାର, ବ୍ରହ୍ମପୁର ଏମ୍‌କେସିଜି, ବାଲେଶ୍ୱର ଫକୀର ମୋହନ ସମେତ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ ସେବା ପ୍ରଭାବିତ ହୋଇଛି। ଆଉଟ୍‌ପେସେଣ୍ଟ ଡିପାର୍ଟମେଣ୍ଟ (ଓପିଡି) ସେବା ସହ ଅଣଜରୁରୀ ପରୀକ୍ଷା ବନ୍ଦ ରହିଥିବାରୁ ରୋଗୀମାନେ ହସ୍ପିଟାଲ ଆସି ନିରାଶରେ ଫେରୁଛନ୍ତି। ସେପଟେ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ରେସିଡେଣ୍ଟ ଡାକ୍ତର ଏବଂ ଜୁନିୟର ଡାକ୍ତରମାନେ ଚେତାବନୀ ଦେଇଛନ୍ତି।
ଏମ୍‌ସ ଭୁବନେଶ୍ୱରରେ ଡାକ୍ତରମାନେ ଓପିଡି ସେବା ବନ୍ଦକରି ଆନ୍ଦୋଳନରେ ସାମିଲ ହୋଇଥିଲେ। ଆନ୍ଦୋଳନରତ ଜଣେ ଡାକ୍ତରୀ ଛାତ୍ରୀ କହିଛନ୍ତି, ରୋଗୀ ସେବା ଆମର ପ୍ରଥମ କର୍ତ୍ତବ୍ୟ। କିନ୍ତୁ ଜନସାଧାରଣଙ୍କୁ ବି ଆମ ଦୁଃଖ ବୁଝିବାକୁ ପଡ଼ିବ। ଆମ ମା’ବାପା ଆମକୁ ପାଠ ପଢ଼ାଇ ଚାକିରି ପାଇଁ ବାହାରକୁ ଛାଡ଼ୁଛନ୍ତି। ଆମେ ସୁରକ୍ଷିତ ନ ରହିଲେ ଚିକିତ୍ସା ସେବା ଦେବୁ କିଭଳି। ଆମେ କୌଣସି ଜରୁରିକାଳୀନ ସେବା ବନ୍ଦ କରିନାହୁଁ। କେବଳ ଓପିଡି ସେବା ବନ୍ଦ ରଖିଛୁ। ଆଉ ଜଣେ ଡାକ୍ତରୀ ଛାତ୍ରୀ କହିଛନ୍ତି, ହସ୍ପିଟାଲ ସୁରକ୍ଷିତ ସ୍ଥାନ ବୋଲି ଆମେ ଭାବୁଥିଲୁ। କିନ୍ତୁ କୋଲକାତା ଘଟଣା ପରେ ଏବେ ନାଇଟ୍‌ ଡ୍ୟୁଟି ନଁା ଶୁଣିଲେ ଭୟ ଲାଗୁଛି। ଆଗରୁ ମୁଁ ବହୁତ ନାଇଟ୍‌ ଡ୍ୟୁଟି କରିଛି। କିନ୍ତୁ ଏବେ ତାହା କରିବା ପାଇଁ ଚିନ୍ତା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଦାବି ପୂରଣ ନ ହେବା ଯାଏ ଆମେ ଆନ୍ଦୋଳନ ଜାରି ରଖିବୁ ବୋଲି ଏମ୍‌ସ ଭୁବନେଶ୍ୱରର ରେସିଡେନ୍ସ ଡାକ୍ତର ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଭୁବନେଶ୍ୱରର ବିଭିନ୍ନ ସରକାରୀ ହସ୍ପିଟାଲ ସହ ଘରୋଇ ହସ୍ପିଟାଲଗୁଡ଼ିକରେ ମଧ୍ୟ ଡାକ୍ତରମାନେ ଧାରଣା ଦେବା ସହ ପ୍ଲାକାର୍ଡ, ବ୍ୟାନର, କ୍ୟାଣ୍ଡେଲ ଧରି ବିକ୍ଷୋଭ ଓ ରାଲି କରିଥିଲେ। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଓ ଡାକ୍ତରଙ୍କ ସୁରକ୍ଷା ଦାବି କରିଥିଲେ। ଡାକ୍ତରଙ୍କର ଏହି ଆନ୍ଦୋଳନ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, କୋଲକାତାର ଘଟଣା ପାଇଁ ସାରା ଦେଶ ଦୁଃଖିତ। ଏହାର ପ୍ରତିବାଦରେ ଆଇଏମ୍‌ଏ ଡାକରାରେ ଆନ୍ଦୋଳନ ତୀବ୍ର ହୋଇଛି। ଏଥିପ୍ରତି ଆମେ ଦୃଷ୍ଟି ଦେଉଛୁ। ବିଭିନ୍ନ ଡାକ୍ତରୀ ସଂଘ ସହିତ ଆମେ ଲଗାତର ଯୋଗାଯୋଗରେ ଅଛୁ। ରୋଗୀ ସେବା ଯେଭଳି ବାଧାପ୍ରାପ୍ତ ନ ହେବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଆମେ ଅନୁରୋଧ କରିଛୁ।
ଡାକ୍ତର ଆନ୍ଦୋଳନ ଯୋଗୁ ଦିଲ୍ଲୀର ବଡ଼ ହସ୍ପିଟାଲଗୁଡ଼ିକରେ ଓପିଡି ସେବା ବନ୍ଦ ରହିଥିଲା। ଗୁରୁ ତେଗ୍‌ ବାହାଦୁର, ରାମମନୋହର ଲୋହିଆ, ଡିଡିୟୁ ହସ୍ପିଟାଲ ସମେତ ଏମ୍ସରେ ଡାକ୍ତରମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେହିପରି ଝାଡ଼ଖଣ୍ଡରେ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲର ଡାକ୍ତରମାନେ ଧର୍ମଘଟରେ ସାମିଲ ହୋଇଥିଲେ। ଆସାମ ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରମାନେ ଧାରଣାରେ ବସିଥିଲେ। ଚେନ୍ନାଇରେ ଡାକ୍ତରମାନେ କାର୍ଯ୍ୟ ବର୍ଜନ ବିକ୍ଷୋଭ କରିବାରୁ ସରକାର ଓ ଘରୋଇ ହସ୍ପିଟାଲଗୁଡ଼ିକରେ ବହିର୍ବିଭାଗ ରୋଗୀସେବା ବନ୍ଦ ରହିଥିଲା। ଆଇଏମ୍‌ଏର ଚଣ୍ଡିଗଡ଼ ଶାଖା ଓପିଡି ସେବା ବନ୍ଦ କରି ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଥିଲା। ବେଙ୍ଗାଲୁରୁରେ ୧,୦୦୦ରୁ ଊର୍ଦ୍ଧ୍ୱ ଡାକ୍ତର ଆଇଏମ୍‌ଏ ଅଫିସରେ ବିକ୍ଷୋଭରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri