ଧର୍ମଶାଳା,୧୬ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ପୂର୍ବାହ୍ନରେ ସ୍ବାସ୍ଥ୍ୟ ସଚିବ ଆଶ୍ୱତି ଏସ୍ ପହଞ୍ଚି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥିତି ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ଉପସ୍ଥିତ ଅଧିକାରୀ ଓ ଡାକ୍ତରମାନଙ୍କୁ ତାଗିଦ୍କରିଛନ୍ତି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାରିପାଶର୍ବିକ ସ୍ଥିତି ଦେଖି ଅସନ୍ତୋଷ ପ୍ରକାଶ କରିଥିବା କିଛି ରୋଗୀ କହିଛନ୍ତି।