ଭୁବନେଶ୍ୱର,୨୧।୭: ସରକାରୀ କାର୍ଯ୍ୟର ସମୀକ୍ଷା ବେଳେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ରାପଡ଼ାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ ମନ୍ତ୍ରୀ ସୂଚନା ଦେଇଛନ୍ତି। ସରକାରଙ୍କ ଟପ୍-୨୧ ଏଜେଣ୍ଡା ଭିତରେ ଏହା ସ୍ଥାନ ପାଇ ସାରିଛି। ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନେଇ ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ ବିଭିନ୍ନ ଦାବି ନେଇ ଆସନ୍ତା ୨୪ ତାରିଖରେ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦେଇଛନ୍ତି ବିରୋଧୀ।