ସୁସ୍ଥତାକୁ ସର୍ବୋଚ୍ଚ ପ୍ରାଥମିକତା

ଭୁବନେଶ୍ୱର,୧।୬: ଭାରତର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ଋତୁସ୍ରାବ ସପ୍ତାହ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ଓ ଛତିଶଗଡ଼ ୟୁନିଟ୍‌ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି କମ୍ପାନୀ ୨୩୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚତ୍ବା ସହିତ ଓଡ଼ିଶା ଏବଂ ଛତିଶଗଡ଼ରେ ଚାଲିଥିବା ଋତୁସ୍ରାବ ସ୍ବଚ୍ଛତା ସପ୍ତାହର ଏକ ଅଂଶ ଭାବେ ମହିଳାଙ୍କ ସ୍ବାସ୍ଥ୍ୟ ବିଷୟରେ ଜନସଚେତନତା ସୃଷ୍ଟି କରିଥିଲା। ଚଳିତ ବର୍ଷ ପାଇଁ ମିଳିତ ଜାତିସଂଘର ଥିମ୍‌ ସହିତ ‘୨୦୩୦ ସୁଦ୍ଧା ଋତୁସ୍ରାବକୁ ଜୀବନର ଏକ ସାଧାରଣ ସତ୍ୟ’ ଭାବେ ଗ୍ରହଣ କରିବା ସହ କମ୍ପାନୀ ଗ୍ରାମୀଣ ମହିଳାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଏକ ସାନିଟାରି ନାପକିନ୍‌ ଉତ୍ପାଦନ ୟୁନିଟ୍‌ ପ୍ରତିଷ୍ଠା କରିଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଇଓ (ଆଲୁମିନିୟମ୍‌ ବ୍ୟବସାୟ) ରାହୁଲ ଶର୍ମା କହିଛନ୍ତି, ଆମେ ଆମର ମହିଳା କର୍ମଚାରୀଙ୍କ ସ୍ବାସ୍ଥ୍ୟ ଏବଂ ସୁସ୍ଥତାକୁ ସର୍ବୋଚ୍ଚ ପ୍ରାଥମିକତା ଭାବେ ବିବେଚନା କରିଥାଉ। ଏପରିକି ଆମର ସ୍ଥାନୀୟ ସମ୍ପ୍ରଦାୟର ମହିଳାମାନଙ୍କର କଲ୍ୟାଣ ବୃଦ୍ଧି ଉପରେ ମଧ୍ୟ କମ୍ପାନୀ ଅନେକ ପଦକ୍ଷେପ ଗ୍ରହଣ କରିଛି। ସେହିଭଳି କାରଖାନା ନିକଟବର୍ତ୍ତୀ ଗ୍ରାମାଞ୍ଚଳ ପିଲାମାନଙ୍କର ପ୍ରାଥମିକ ଯତ୍ନକାରୀ ଭାବେ କମ୍ପାନୀ ସମଗ୍ର ସମ୍ପ୍ରଦାୟର ସାମଗ୍ରିକତାକୁ ସୁନିଶ୍ଚିତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନେଇଛି। ବିଶେଷକରି ସ୍ବାସ୍ଥ୍ୟସେବା ଇକୋସିଷ୍ଟମକୁ ମଜଭୁତ କରିବା ସହ ସଚେତନତା ସୃଷ୍ଟି କରିବା ଓ ଚ୍ୟାଲେଞ୍ଜକୁ ସାମ୍‌ନା କରିବା ଏବଂ ଆବଶ୍ୟକ ଉତ୍ସ ଯୋଗାଇବା ତଥା ଗ୍ରାମାଞ୍ଚଳର ସାମାଜିକ-ଅର୍ଥନୈତିକ ପରିବର୍ତ୍ତନକୁ ସକ୍ଷମ କରିବା ଲାଗି କମ୍ପାନୀ ପ୍ରତିଶ୍ରୁତିବଦ୍ଧ ରହିଛି। ଅପରପକ୍ଷରେ ବିଶ୍ୱର ବୃହତମ ଏକକ ଆଲୁମିନିୟମ୍‌ ପ୍ଲାଣ୍ଟ ମଧ୍ୟରୁ ବେଦାନ୍ତ ଝାରସୁଗୁଡ଼ା ଅନ୍ୟତମ ହୋଇଥିବା ବେଳେ କମ୍ପାନୀ ନିକଟବର୍ତ୍ତୀ ଟାଉନଶିପ୍‌ରେ ମହିଳାଙ୍କ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା ଉପରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଏପରିକି କମ୍ପାନୀ ‘ସୌକ୍ଷମ୍‌’ପଦକ୍ଷେପ ଆରମ୍ଭ କରିବା ପାଇଁ ଭୁବନେଶ୍ୱରର କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି (କିଟ୍‌) ସହିତ ମଧ୍ୟ ଏକ ସହଭାଗିତା କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌: ପୁଣେରୁ ବାୟୋଲୋଜି ଅଧ୍ୟାପିକା ଗିରଫ

ନୂଆଦିଲ୍ଲୀ,୧୭ା୫(ପି.ଟି.):ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଶନିବାର ପୁଣେରୁ ଜଣେ ଜୀବବିଜ୍ଞାନ ଅଧ୍ୟାପିକାଙ୍କୁ ଗିରଫ କରିଛି। ଉକ୍ତ ଅଧ୍ୟାପିକା ମେ’…

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ୨ଟି କୋଚ୍‌ରେ ଲାଗିଗଲା ନିଆଁ, ଭିତରେ ଥିଲେ…

ନୂଆଦିଲ୍ଲୀ,୧୭।୫: ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ଏହି ଟେନ ଦୁଇଟି କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ରବିବାର ସକାଳେ ଏହି ଘଟଣା ଆଲୋଟ…

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଘରଭଡ଼ା ଦେଇ ନ ପାରି ସ୍ତ୍ରୀ, ଝିଅକୁ ବଳାତ୍କାର ପାଇଁ ଦେଲେ ଅନୁମତି

ମୋରବି (ଗୁଜରାଟ),୧୭ା୫: ଘରଭଡ଼ା ଶୁଝି ନ ପାରିବାରୁ ଜଣେ ଶ୍ରମିକ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅକୁ ଯୌନ ଶୋଷଣ ପାଇଁ ଘରମାଲିକ(୫୫)ଙ୍କୁ ଅନୁମତି ଦେବା ଭଳି…

ସିବିଏସ୍‌ଇ: ନବମ ଶ୍ରେଣୀରେ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭ା୫(ପି.ଟି.): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏକ ବଡ଼ ପଦକ୍ଷେପ ନେଇଛି।…

ଆଜି ଓଡ଼ିଶା ଗସ୍ତରେ ନୀତିନ୍‌ ନବୀନ

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନୀତିନ୍‌ ନବୀନ ପ୍ରଥମ ଥର ଲାଗି ୨ ଦିନିଆ ଓଡ଼ିଶା ଗସ୍ତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri