ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ

ସୁସ୍ଥ ମଣିଷ ହେଉଛି ଦେଶ ଓ ସମାଜର ସମ୍ବଳ। ଜଣେ ଅସୁସ୍ଥ ରହିଲେ ସେ କାର୍ଯ୍ୟକ୍ଷମ ହୋଇ ନ ଥାନ୍ତି। ପୁଣି ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଅନ୍ୟମାନେ କାମ କରିଥାଆନ୍ତ ଏବଂ ତାଙ୍କର ଚିକିତ୍ସା ବି ଆବଶ୍ୟକ ହୋଇଥାଏ। ତେବେ ଜଣେଲୋକ ରୋଗରେ ପଡ଼ିଲେ ତାଙ୍କର ଦୁଇଗୁଣ କ୍ଷତି ହୋଇଥାଏ, ଅର୍ଥାତ୍‌ ସେ କାମ କରିପାରନ୍ତି ନାହିଁ ଏବଂ ତାଙ୍କ ପାଇଁ ଖର୍ଚ୍ଚ କରିବାକୁ ପଡ଼ିଥାଏ। ସ୍ବାସ୍ଥ୍ୟ ଦୃଷ୍ଟିରୁ ବିଚାର କଲେ ଆମେ ନିମ୍ନ ଚାରି ପ୍ରକାର ଅବସ୍ଥା ପାଇବା। ପ୍ରଥମତଃ ଯେଉଁମାନେ ସମ୍ପୂର୍ଣ୍ଣ ସୁସ୍ଥ, ତାଙ୍କର କୌଣସି ଚିକିତ୍ସା ଆବଶ୍ୟକତା ନ ଥାଏ। ମାତ୍ର ସେମାନେ ରୋଗ ନ ହେବା ପାଇଁ ସତର୍କ ରହିବା ଦରକାର। ଦ୍ୱିତୀୟତଃ ଯେଉଁମାନେ ସାଧାରଣ ଅଣଗୁରୁତର ରୋଗରେ ପୀଡ଼ିତ, ଯାହାର କି ଚିକିତ୍ସା ସହଜ ଓ ଆରୋଗ୍ୟ ମଧ୍ୟ ହୋଇଥାଏ। ତୃତୀୟ ପ୍ରକାରର ରୋଗ ଦୀର୍ଘକାଳିକ ଓ ପ୍ରାୟ ଜୀବନ ସାରା ଚିକିତ୍ସା ଦରକାର କରୁଥିବା ରୋଗ ସମୂହ। ଯାହାକି ଆଜିକାଲି ବହୁଳ ପରିଲକ୍ଷିତ ହେଉଛି। ତେବେ ଏହି ରୋଗ ପାଇଁ ପ୍ରଥମରୁ ଯାଞ୍ଚ କରିବା ଆବଶ୍ୟକ। ରୋଗ ନିର୍ଣ୍ଣୟ ପରେ ନିୟମିତ ଭାବରେ ଔଷଧ ଖାଇବା ଓ ପୁଣି ଯାଞ୍ଚ କରିବା ଦରକାର। ସାଧାରଣତଃ ଉଚ୍ଚ ରକ୍ତଚାପ, ମଧୁମେହ-୨, ଥାଇରଏଡ ନୂ୍ୟନତା, ମାନସିକ ଅବସାଦ, ହୃଦ୍‌ରୋଗ ଓ କେତେଗୁଡିଏ ସ୍ନାୟୁଜନିତ ରୋଗ ତଥା କେତେକ କ୍ଷେତ୍ରରେ କ୍ୟାନ୍‌ସର ଓ ରକ୍ତରୋଗ ସାରା ଜୀବନ ଚିକିତ୍ସାର ଆବଶ୍ୟକ ହୋଇଥାଏ। ଏହି ରୋଗଗୁଡିକ ପାଇଁ ସାଧାରଣତଃ ଡାକ୍ତରଖାନାରେ ଆଡ୍‌ମିଶନ ହୋଇ ସେଭଳି ଚିକିତ୍ସାର ଦରକାର ପଡି ନ ଥାଏ। ମାତ୍ର ଚତୁର୍ଥ ଓ ଶେଷ ପ୍ରକାର ରୋଗ ପାଇଁ ଡାକ୍ତରଖାନାରେ ରହି ଚିକିତ୍ସା ହେବାକୁ ପଡିଥାଏ। ଦୁର୍ଘଟଣା, ହାର୍ଟଆଟାକ୍‌, ଷ୍ଟ୍ରୋକ୍‌, ରେନାଲ ଫେଲ୍ୟୁର, ମଧୁମେହ ଜଟିଳତା, ଇଲେକ୍ଟ୍ରାଲାଇଟ୍‌ ଅସନ୍ତୁଳନ, ବିଭିନ୍ନ ପ୍ରକାରର ଅସ୍ତ୍ରୋପଚାର (ଅପରେଶନ) ଦ୍ୱାରା ହେଉଥିବା ଚିକିତ୍ସା ଓ ଆହୁରି ଅନେକ ରୋଗ ପାଇଁ ହସ୍ପିଟାଲରେ ଆଡମିଶନ ଦରକାର ପଡିଥାଏ। ସେହି ଅନୁସାରେ ହସ୍ପିଟାଲଗୁଡିକରେ ଆବଶ୍ୟକ ଶଯ୍ୟା ବ୍ୟବସ୍ଥା, ଆଇସିୟୁ, ଭେଣ୍ଟିଲେଟର ତଥା ଅନେକ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ଥାଏ। ତା’ ସହ ଉଚ୍ଚ ଶିକ୍ଷା ଓ ତାମିଲପ୍ରାପ୍ତ ଡାକ୍ତର, ବିଶେଷଜ୍ଞ ଓ ସେବିକାମାନେ ଥାଆନ୍ତି।
ମଣିଷ ଅସୁସ୍ଥ ହେଲେ ସ୍ବାସ୍ଥ୍ୟ କଥା ଚିନ୍ତା କରେ ଅର୍ଥାତ୍‌ ‘Health is remembered when it is lost.’ । ସବୁ ରୋଗର ଯେ ପ୍ରତିରୋଧ କରାଯାଇପାରିବ ତାହା ନୁହେଁ, ମାତ୍ର ସତର୍କ ରହି ପ୍ରଥମରୁ ଚିକିତ୍ସା କଲେ ସୁସ୍ଥ ଜୀବନ ଯାପନ ଲାଗି ପଥ ସହଜ ହୋଇଥାଏ।
ଏଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ଏପ୍ରିଲ ୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ସ୍ବାସ୍ଥ୍ୟ ଦିବସ’। ଚଳିତ ବର୍ଷ ଏହି ଦିବସ ଅବସରରେ ଘୋଷିତ ସ୍ଲୋଗାନଟି ହେଲା ‘ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ’ (Health for all)। ଏଥିନିମନ୍ତେ ସାତ ଗୋଟି ଓ ଆଉ ପାଞ୍ଚ ଗୋଟି-ଏହିପରି ୧୨ଟି ପ୍ରସଙ୍ଗରେ ଅବତାରଣା କରାଯାଇଛି।
ଅନ୍ତିମ ଲକ୍ଷ୍ୟ-ସୁସ୍ଥ ରହିବା ମଣିଷର ଏକ ଆବଶ୍ୟକତା ଓ ଅଧିକାର। ଏଥିପାଇଁ ପ୍ରାୟତଃ ଯତ୍ନ ଜାରି ରହିବା ଆବଶ୍ୟକ। ପ୍ରକୃତରେ ଅନେକ ମାରାତ୍ମକ ରୋଗର ବିଲୋପ, ଶିଶୁ ମୃତ୍ୟୁ ଓ ମାତୃ ମୃତ୍ୟୁ ହାରରେ କ୍ରମଶଃ ହ୍ରାସ ଏବଂ ମଣିଷର ବଞ୍ଚତ୍ ରହିବାର ଆୟୁ ବୃଦ୍ଧି ଏହା ଦର୍ଶାଉଛି ଯେ ଚିକିତ୍ସା ବିଜ୍ଞାନର ଉପଯୋଗ ଦ୍ୱାରା ଏସବୁ ହାସଲ କରାଯାଇପାରିଛି।
ଭୟାନକ ରୋଗଗୁଡ଼ିକର ମୂଳୋତ୍ପାଟନ: ବସନ୍ତ, ପୋଲିଓ ରୋଗ ସମ୍ପୂର୍ଣ୍ଣ ଲୋପ ପାଇଥିବା ବେଳେ ଟିଟାନସ୍‌, ମିଳିମିଳା, ମମ୍ପସ ଏବଂ ହାଡଫୁଟି ଇତ୍ୟାଦି ମଧ୍ୟ ଆମ ଦେଶରେ ପ୍ରାୟ ନିଶ୍ଚିହ୍ନ ହେବା ସ୍ତରରେ ପହଞ୍ଚତ୍ଲାଣି। ମ୍ୟାଲେରିଆ ଓ ଯକ୍ଷ୍ମା (ଟିବି) ମଧ୍ୟ ଅଧିକ ମାତ୍ରାରେ ହ୍ରାସ ପାଇଛି।
ମହାମାରୀରୁ ସୁରକ୍ଷା: ଗତ ତିନିବର୍ଷ ପାଖାପାଖି ସାରା ବିଶ୍ୱ କରୋନା ଦ୍ୱାରା ପ୍ରଭାବିତ ହୋଇଥିଲା ଏବଂ ଅନେକ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ମାତ୍ର ସତର୍କତା ଓ ନିରବଚ୍ଛିନ୍ନ କାର୍ଯ୍ୟଧାରା ମୃତ୍ୟୁର ପରିମାଣ ଓ ଭୟାବହତାକୁ ବହୁ ମାତ୍ରାରେ ହ୍ରାସ କରିପାରିଛି। ଟିକା ପ୍ରଦାନ ଏ ଦିଗରେ ଆଉ ଏକ ସଫଳତା।
ସ୍ବାସ୍ଥ୍ୟ ପାଇଁ ଶାନ୍ତି, ଶାନ୍ତି ଲାଗି ସ୍ବାସ୍ଥ୍ୟ: ଯୁଦ୍ଧ ସମାଜ ପାଇଁ ଏକ ଅଭିଶାପ। ଏହାର ବିଭୀଷିକା ମାନବକୃତ ଓ ସାଧାରଣ ଜନତା ଏହାର କାରଣ ନୁହନ୍ତି। ସେମାନେ ଏହାର ପୀଡ଼ିତ। ସବୁ ସ୍ତରରେ ଯୁଦ୍ଧ ବନ୍ଦ ଏବଂ ଶାନ୍ତି ପ୍ରତିଷ୍ଠା ବାଞ୍ଛନୀୟ।
ସ୍ବାସ୍ଥ୍ୟ ନୀତି ଓ ମାନାଙ୍କ ନିମନ୍ତେ ଦିଗ୍‌ଦର୍ଶନ: ଅନେକ ବିଷୟ ଯଥା- ଫର୍ମୁଲା ଶିଶୁ ଖାଦ୍ୟ, ତମାଖୁ, ରକ୍ତହୀନତାର ପ୍ରତିକାର, କ୍ଷତିକାରକ ଫ୍ୟାଟ୍‌, ଉଚ୍ଚ ରକ୍ତଚାପ, ମଧୁମେହ-୨, ହେପାଟାଇଟିସ୍‌ ଇତ୍ୟାଦି ସମ୍ବନ୍ଧରେ ଅନେକ ନିର୍ଣ୍ଣାୟକ ପଦକ୍ଷେପ ନିଆଯାଇଛି। ଆମ ସରକାରଙ୍କର ଅଣ ସଂକ୍ରାମକ ରୋଗ ନିୟନ୍ତ୍ରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଟିକା ପ୍ରଦାନ ଦ୍ୱାରା ରୋଗ ନିୟନ୍ତ୍ରଣ: ପ୍ରାୟ ୨୦ ପ୍ରକାରର ଜୀବନ ରକ୍ଷାକାରୀ ଟିକା ପ୍ରଚଳନ ଦ୍ୱାରା ଅନେକ ଜୀବନହାନିକାରୀ ରୋଗ କବଳରୁ ସୁରକ୍ଷା ପ୍ରଦାନ କରାଯାଇପାରୁଛି। ସେଥିମଧ୍ୟରୁ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ୬ଟି ରୋଗ ଅନ୍ୟତମ।
ଜଳବାୟୁ ସମ୍ପର୍କିତ ସ୍ବାସ୍ଥ୍ୟ ସମସ୍ୟା: ଏହା ମାନବ ସମାଜ ଓ ସ୍ବାସ୍ଥ୍ୟ ଦିଗରୁ ସର୍ବବୃହତ ସମସ୍ୟା ଭାବେ ପରିଗଣିତ। ବାୟୁର ମାନ, ନିରାପଦ ପିଇବା ପାଣି, ଉପଯୁକ୍ତ ଖାଦ୍ୟ, ସ୍ବଚ୍ଛତା ଓ ବାସଗୃହ ସହିତ ଆହୁରି ଅନେକ ବିଷୟ ଏହାର ଅନ୍ତର୍ଭୁକ୍ତ।
ମା’ ଓ ଶିଶୁଙ୍କ ଜୀବନ ରକ୍ଷା: ଆମ ରାଜ୍ୟ ତଥା ଦେଶରେ ମାତୃ ଓ ଶିଶୁ ମୃତ୍ୟୁ ହାର ଯଥେଷ୍ଟ ହ୍ରାସ ପାଇଛି।
ଯେଉଁମାନେ ଆମର ଯତ୍ନ ନେଉଛନ୍ତି ସେମାନଙ୍କର ଯତ୍ନ ନେବା: ଜଟିଳ ଓ ଭୟାବହ ସଂକ୍ରାମକ ରୋଗ ସହିତ ରୋଗୀମାନଙ୍କର ଯତ୍ନ ନେଉଥିବା ଡାକ୍ତର, ସେବିକା, ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ଏ ସମ୍ପର୍କରେ ସରକାରୀ ସ୍ତରରେ ମଧ୍ୟ ଉଚିତ ପଦକ୍ଷେପ ନେବା ଜରୁରୀ। ସେମାନେ ଭଲରେ ରହିଲେ ଆମେ ଭଲରେ ରହିବା।
ଅତି ସଂକ୍ରାମକ ରୋଗ ଏବଂ ମାନସିକ ରୋଗ ଚିହ୍ନଟ ଓ ଚିକିତ୍ସା: ଏଥିପାଇଁ ସରକାରୀ ସ୍ତରରେ ବ୍ୟାପକ ବ୍ୟବସ୍ଥା ହୋଇଛି।
ଆଣ୍ଟିବାୟୋଟିକ୍‌ର ଅନିୟନ୍ତ୍ରିତ ବ୍ୟବହାର: ଏହାଯୋଗୁ ଜୀବାଣୁମାନଙ୍କର ପ୍ରତିରୋଧ ଶକ୍ତି ବୃଦ୍ଧି ଏକ ଗୁରୁତର ସମସ୍ୟା। ଏଥିପାଇଁ ସତର୍କତା ଓ ନିୟନ୍ତ୍ରଣର ଆବଶ୍ୟକତା ରହିଛି।
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ତଥା ନୂତନ ଚିନ୍ତାଧାରାର ଉପଯୋଗ: ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ କେବଳ ସ୍ବାସ୍ଥ୍ୟ ବିଭାଗ, ଡାକ୍ତର, ସେବିକା ଓ ସ୍ବାସ୍ଥ୍ୟକର୍ମୀଙ୍କ ଦ୍ୱାରା କରାଯାଇ ପାରିବ ନାହିଁ। ଏଥିପାଇଁ ଅନ୍ୟ କ୍ଷେତ୍ରର ସହଯୋଗ ଲୋଡ଼ା। ଖାଦ୍ୟ, ବିଶୁଦ୍ଧ ପାନୀୟଜଳ, ଗମନାଗମନ ବ୍ୟବସ୍ଥା, ବାସଗୃହ, ସ୍ବାସ୍ଥ୍ୟକର ପରିବେଶ, ଦୁର୍ଘଟଣା (ବିଶେଷ ଭାବରେ ଯାନବାହନ) ନିୟନ୍ତ୍ରଣ, ଟିକାକରଣ, ରୋଗ ଯାଞ୍ଚ, ଉପଯୁକ୍ତମାନର ଔଷଧ, ବିଶୁଦ୍ଧ ବାୟୁ ଓ ଆହୁରି ଅନେକ ଉପାଦାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ।
-ଡା. ରାମଚନ୍ଦ୍ର ରାଉତ
ମୋ: ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri