ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ ରୋଗୀଙ୍କୁ ମେଡିସିନ ଖୁଆଇବେ। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ମାଗଣା ବଣ୍ଟନ ସତ୍ତ୍ବେ ଲୋକେ ଔଷଧ ସେବନ କରୁ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଫେବୃଆରୀ ୧୦ରୁ ଆରମ୍ଭ ହୋଇ ୧୦ ଦିନ ପର୍ଯ୍ୟନ୍ତ ଚାଲିବ।

ପ୍ରଥମ ପର୍ଯ୍ୟୟରେ ବଲାଙ୍ଗୀର, ଗଞ୍ଜାମ, ଯାଜପୁର, ବରଗଡ଼ ଏବଂ ଢେଙ୍କାନାଳ ଜିଲାରେ ରୋଗୀଙ୍କୁ ଔଷଧ ଦିଆଯିବ। ଯେଉଁମାନେ ଔଷଧ ବାଣ୍ଟିବେ ସେମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଲିମ ଦିଆଯାଇଛି।

ଏପରିକି ଔଷଧ ବଣ୍ଟନ ପ୍ରକ୍ରିୟାକୁ ସୂଚାରୁ ରୂପେ ପାଳନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପରିକି ଯେଉଁ ସ୍ବାସ୍ଥ୍ୟକର୍ମୀ ଔଷଧ ବଣ୍ଟନ କରିବେ ଜିପିଏସ୍‌ ଜରିଆରେ ଟ୍ରାକ୍‌ କରାଯିବ ବୋଲି ସୂଚନା ମିଳିଛି।