ସ୍ୱାସ୍ଥ୍ୟସେବା ସ୍ଥିତି ସଙ୍ଗିନ

ଢେଙ୍କାନାଳ ଅଫିସ, ୨୫।୨: ସାତ ମହଲା କୋଠା। ଖର୍ଚ୍ଚ ହୋଇଛି ୫୦ କୋଟି ଟଙ୍କା। ତଳେ ଛିଡ଼ା ହୋଇ ଦେଖିଲେ ଆଖି ପାଉନାହିଁ। ବାହାରୁ ଝଟକୁଥିବା ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟସେବାର ମୁଖ୍ୟ ପ୍ରତିଷ୍ଠାନର ଭିତର ଅବସ୍ଥା କିନ୍ତୁ ଜମାରୁ ଭଲ ନୁହେଁ। ରୋଗୀଙ୍କୁ ଗୁଣାତ୍ମକ ସେବା ପ୍ରଦାନ ତ ଦୂରର କଥା, ଖାଦ୍ୟ ମଧ୍ୟ ଠିକ୍‌ ସମୟରେ ଦିଆଯାଉନାହିଁ। ଅଧା ଡାକ୍ତର ପଦବୀ ଖାଲି ପଡ଼ିଛି। ୫୨ ସ୍ଥାନରେ ୨୭ ଡାକ୍ତର ଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ପୂର୍ବାହ୍ନ ୮ଟା ପୂର୍ବରୁ ଦେଖାମିଳୁନାହିଁ। ଆବଶ୍ୟକ ସମୟରେ ସେବା ନ ପାଇ ରୋଗୀ କଲବଲ ହେଉଥିବା ଅଭିଯୋଗ ହୋଇଆସୁଛି। ଶୁକ୍ରବାର ସକାଳେ ୭ଟାରେ ଜିଲା ଓକିଲ ସଂଘ ଆହ୍ବାନରେ ଜିଲା ଶିଳ୍ପ ଓ ବାଣିଜ୍ୟ ସଂଘ, ଜିଲା ସାମ୍ବାଦିକ ସଂଘ, ସଚେତନ ନାଗରିକ ଫୋରମ୍‌ ଏବଂ ବୁଦ୍ଧିଜୀବୀଙ୍କ ଏକ ମିଳିତ ଟିମ୍‌ର ଅଚାନକ ପରିଦର୍ଶନ ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟକେନ୍ଦ୍ରର ବାସ୍ତବତାକୁ ପଦାକୁ ଆଣିଛି। ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟସେବାରେ ସୁଧାର ନ ଆସିଲେ ଆନ୍ଦୋଳନ ଜୋର୍‌ଦାର କରାଯିବ ବୋଲି ବୁଦ୍ଧିଜୀବୀମାନେ ଚେତାବନୀ ଦେଇଛନ୍ତି।
ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ହତାଦର କରାଯାଉଥିବା ଅଭିଯୋଗ ଆସିବାପରେ ସକାଳ ୭ଟାରେ ଉକ୍ତ ଟିମ୍‌ ଡାକ୍ତରଖାନାରେ ପହଞ୍ଚତ୍ ସ୍ଥିତି ଯାଞ୍ଚ କରିଥିଲା। ସକାଳ ୮ଟା ସୁଦ୍ଧା ମେଡିକାଲରେ କୌଣସି ଡାକ୍ତର କାମରେ ଯୋଗ ଦେଇ ନ ଥିଲେ। ଏପରି କି ରୋଗୀଙ୍କୁ ଜଳଖିଆ ମଧ୍ୟ ଦିଆଯାଇ ନ ଥିଲା। ବିଭିନ୍ନ ଡାକ୍ତରୀ ପରୀକ୍ଷା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହେଉନାହିଁ। ରୋଗୀଙ୍କ ସୁବିଧା ପାଇଁ ଥିବା ଲିଫ୍ଟ କାମ କରୁନାହିଁ। ଉପର ମହଲାରେ ଥିବା ୱାର୍ଡଗୁଡିକରେ ରାତିରେ ରୋଗୀଙ୍କୁ ଖାଦ୍ୟ ପ୍ରଦାନ କରାଯାଉ ନାହିଁ। ଉକ୍ତ ଟିମ୍‌ ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରିଥିବାବେଳେ ସବୁଠି ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଏହାର ପ୍ରତିବାଦରେ ସଂଘର କର୍ମକର୍ତ୍ତାମାନେ ସିଡିଏମ୍‌ଓ ଡା. ଅଶୋକ କୁମାର ଦାସ, ଏଡିଏମ୍‌ଓଙ୍କୁ ଘେରାଉ କରିଥିଲେ। ବାରମ୍ବାର ଅଭିଯୋଗ, ଆନ୍ଦୋଳନ ପରେ ବି କାହିଁକି ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବାରେ ସୁଧାର ଆସୁନାହିଁ ବୋଲି ସେମାନେ ସିଡିଏମ୍‌ଓଙ୍କୁ ପ୍ରଶ୍ନ କରିଥିଲେ। ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରୁ ନ ଥିବା ଡାକ୍ତର, କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆନ୍ଦୋଳନ ମାଧ୍ୟମରେ ଏହାର ଉଚିତ୍‌ ଜବାବ ଦିଆଯିବ ବୋଲି ଉକ୍ତ ଟିମ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି।

ଡାକ୍ତର ଆସୁନାହାନ୍ତି
ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡ୍ୟୁଟିରେ ଥିବା ଡାକ୍ତରମାନେ ନିୟମିତ ଆସୁନାହାନ୍ତି। ଡାକ୍ତର, କର୍ମଚାରୀମାନେ କାମରେ ଖିଲାପ କଲେ ପରିସ୍ଥିତି ଭୟାବହ ହେବ।
-ସଞ୍ଜୟ କୁମାର ମିଶ୍ର, ଜିଲା ଓକିଲ ସଂଘ ସଭାପତି

ରୋଗୀଙ୍କୁ ଔଷଧ ମିଳୁନାହିଁ
ଓ୍ବାର୍ଡରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ୨୪ ଘଣ୍ଟା ପରେ ବି ଔଷଧ କିମ୍ବା ଖାଦ୍ୟ ଦିଆଯାଉନାହିଁ। ଡାକ୍ତରମାନେ ଠିକ୍‌ ଭାବେ ଦେଖୁନାହାନ୍ତି। ଏପରି ଅବହେଳା ବିରୋଧରେ ସହରବାସୀ ରାଜରାସ୍ତାକୁ ଓହ୍ଲାଇବେ।
-ପ୍ରସନ୍ନ ପଟ୍ଟନାୟକ, ସଭାପତି, ଜିଲା ସାମ୍ବାଦିକ ସଂଘ

ଜିଲା ଚିକିତ୍ସାଧିକାରୀଙ୍କୁ ଜଣାଇଛୁ
ଜିଲା ମୁଖ୍ୟ ଚିକିତ୍ସାଳୟରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଜିଲା ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବେ ଜଣାଯାଇଛି॥ ଏହାର ସମାଧାନ ଯେପରି ହେବ ସେ ଦିଗରେ ଉଦ୍ୟମ କରାଯିବ।
-ରାଜେନ୍ଦ୍ର ଦାସ, ସଭାପତି, ଜିଲା ଶିଳ୍ପ ଓ ବାଣିଜ୍ୟ ସଂଘ

ଡ୍ୟୁଟିରେ ଖିଲାପ କଲେ ଦରମା କାଟ
ଜିଲାରେ ମୋଟ ୨୪୪ ଡାକ୍ତର ପଦବୀ ମଧ୍ୟରୁ ୯୮ଟି ଖାଲି ପଡ଼ିଛି। ଜିଲା ଚିକିତ୍ସାଳୟରେ ୫୪ ପଦବୀ ଥିବାବେଳେ ୨୭ ଜଣ ଡାକ୍ତର ଅଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯାଇଛି। ଡ୍ୟୁଟିରେ ଖିଲାପ କରୁଥିବା ଡାକ୍ତରଙ୍କ ଦରମା କାଟ କରିବାକୁ ଏଡିଏମ୍‌ଓ (ମେଡିକାଲ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
-ଡା. ଅଶୋକ କୁମାର ଦାଶ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

‘ସାଂଗଠନିକ କାର୍ଯ୍ୟର ପ୍ରସାର ଜରୁରୀ’

ବଞ୍ଚୋ,୧୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନନ୍ଦପୁର ଷ୍ଟାଡିୟମରେ ନେତାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳନ…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଧାନକ୍ରୟ କେନ୍ଦ୍ର ସାମ୍ନାରେ ୨ ଚାଷୀଙ୍କ ଧାରଣା: ସମିତିର ଏମିତି ତ୍ରୁଟି…

ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri