ଦିଗପହଣ୍ଡି,୧୪ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗାଁରେ କିଛିଦିନ ହେଲା ଝାଡାବାନ୍ତି ଲାଗିରହିଥିଲା। ପ୍ରଭାବରେ ୩ଜଣ ମୃତ୍ୟୁ ହୋଇଛି। ସୋମବାର ଉକ୍ତ ଗାଁରେ ଜିଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି। ଗ୍ରାମରେ ୨୦ରୁ ଊଦ୍ଧର୍ବ ପରିବାର ବାସ କରୁଛନ୍ତି। ପ୍ରଶାସନ ପକ୍ଷରୁ ଗ୍ରାମରେ ମେଡିକାଲ ଟିମ୍, ପାନୀୟଜଳ ବିଭାଗ ପକ୍ଷରୁ ପାନୀୟ ଜଳ ଓ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷଣ କରି ଫେରିଥିଲେ। ଏହି ଶିବିରରେ ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଅଧିକାରୀ ଡ଼ା.ଶୁଚସ୍ମିତା ଚୌଧୁରୀ, ସ୍ବାସ୍ଥ୍ୟକର୍ମୀ ପୁର୍ଣ୍ଣଚନ୍ଦ୍ର ସେଠୀ, ଚିନ୍ତାମଣି ପାଣିଗ୍ରାହୀ, ପ୍ରତିମା ପଟ୍ଟନାୟକ, ପିଙ୍କି ବେହେରା, ବିମଳ ବେହେରା, ସମିତି ସଭ୍ୟ ଶୈଳ ବେହେରା, ସରପଞ୍ଚ ପ୍ରତିନିଧି ଶ୍ୟାମ ନାୟକ, ସମିତି ସଭ୍ୟ ପ୍ରତିନିଧି ସମୀର ବେହେରା, ବିକ୍ରମ ପାତ୍ର, ବୁଲୁ ଦଳାଇ, ଭାଗବତ ବେହେରା, ପ୍ରକାଶ ବଢେଇ, ରବିନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


