ବିନା ଫାର୍ମାସିଷ୍ଟରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡି,୧୨ା୯(ଅରୁଣ ସାହୁ): ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧୀନରେ ଥିବା ସିମନବାଡି ସ୍ବାସ୍ଥ୍ୟକେନ୍ଦ୍ର ବିନା ଫାର୍ମାସିଷ୍ଟରେ ଚାଲିଛି। ଫଳରେ ରୋଗୀଙ୍କୁ ଔଷଧ ବଣ୍ଟନ, ଜରୁରୀକାଳୀନ ସେବା ପ୍ରଦାନରେ ଏବେ ବ୍ୟତିକ୍ରମ ଦେଖାଯାଇଛି।
ସିମନବାଡି ଫାର୍ମାସିଷ୍ଟ ସୁଶାନ୍ତ କୁମାର ସାହୁଙ୍କ ନାମରେ ଏକ ଅଭିଯୋଗ ହୋଇଥିବା ଦର୍ଶାଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ରାଇକିଆ ବ୍ଲକ ସୁଗଡ଼ବାଡି ସ୍ବାସ୍ଥ୍ୟକେନ୍ଦ୍ରକୁ ଅଗଷ୍ଟ ୪ରେ ଡେପୁଟେସନ କରିଥିଲେ। ତାଙ୍କୁ ରାତିଅଧିଆ ଏଠାରୁ ରିଲିଭ କରାଯାଇଥିଲା କିନ୍ତୁ ଏବେ ଡେପୁଟେସନ ବାତିଲ କରାଯାଇଥିଲେ ସୁଦ୍ଧା ଫାର୍ମାସିଷ୍ଟ ସୁଶାନ୍ତ କୁମାର ସାହୁଙ୍କୁ ସିମନବାଡି ସ୍ବାସ୍ଥ୍ୟକେନ୍ଦ୍ରକୁ ଫେରେଇବାରେ ବିଳମ୍ବ କରାଯାଉଛି। ଅଞ୍ଚଳରେ ଲୋକଙ୍କୁ ଉତ୍ତମ ସେବା ଯୋଗାଉଥିବା ଫାର୍ମାସିଷ୍ଟ ଜଣକ ସୁଗଡବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ସେଠାକାର କାର୍ଯ୍ୟରତ ଫାର୍ମାସିଷ୍ଟଙ୍କୁ ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନ କରାଯାଇଥିଲା । କିନ୍ତୁ ସେ କାର୍ଯ୍ୟରେ ଯୋଗଦେବା ପରେ ଦୀର୍ଘ ଦିନ ହେଲା ଛୁଟିରେ ଯାଇଛନ୍ତି । ଫଳରେ ଏବେ ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟଙ୍କ ଠିକ ସେବା ମିଳିନାହିଁ। ସିମନବାଡି ଜନ ସାଧାରଣ ଓ ୫ଟି ପଞ୍ଚାୟତର ଲୋକପ୍ରତିନିଧିମାନେ ଜିଲା ମୁଖ୍ୟ ଚିକିତ୍ସା କାର୍ଯ୍ୟାଳୟ ଫୁଲବାଣୀ ଯାଇ ଫାର୍ମାସିଷ୍ଟ ସୁଶାନ୍ତ ସାହୁଙ୍କୁ ଫେରେଇବା ପାଇଁ ନିବେଦନ କରିଥିଲେ। ପରେ ଜିଲା ମୁଖ୍ୟାଳୟରୁ ଏକ ୪ ଜଣିଆ ତଦନ୍ତକାରୀ ଟିମ ଏଡିମଓ ପ୍ରସନ୍ନ ତ୍ରିପାଠୀଙ୍କ ନେତୃତ୍ୱରେ ଆସି ସିମନବାଡି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ କରିଥିଲେ ପରେ ସୁଶାନ୍ତଙ୍କ ବିରୋଧରେ କେହି ମିଥ୍ୟା ଅଭିଯୋଗ କରିଥିବା ଜଣାପଡିବା ପରେ ତାଙ୍କୁ ପୁଣି ଚଳିତ ୧ରେ ଡେପୁଟେସନକୁ ବାତିଲ କରାଯାଇଥିଲା ଓ ଛୁଟିରେ ଥିବା ଫାର୍ମାସିଷ୍ଟଙ୍କୁ ବାଲିଗୁଡା ବଦଳି କରାଯାଇଥିଲା। ଡେପୁଟେସନ ବାତିଲର ୧୧ ଦିନ ବିତିଯାଇଛି ହେଲେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନୋଜ କୁମାର ଉପାଧ୍ୟାୟ ଫାର୍ମାସିଷ୍ଟ ସୁଶାନ୍ତଙ୍କ ଡେପୁଟେସନକୁ ବାତିଲ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ତାଙ୍କୁ ରିଲିଭ କରାଯାଉନାହିଁ ଏ ନେଇ ବିଧାୟକ ସାଲୁଗା ପ୍ରଧାନ ମଧ୍ୟ ରିଲିଭ କରିବାକୁ ପରାମର୍ଶ ଦେଇଥିଲେ ସୁଦ୍ଧା ତାଙ୍କ ପରାମର୍ଶକୁ ଗ୍ରହଣ କରାଯାଇନାହିଁ। ଫଳରେ ସିମନବାଡ଼ିରେ ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇ ଆନ୍ଦୋଳନ ପାଇଁ ବାଧ୍ୟ ହେବୁ ବୋଲି ସିମନବାଡି ସରପଞ୍ଚ ଅମିତା ପ୍ରଧାନ, ପ୍ରତିନିଧି ପରମେ ପ୍ରଧାନ, କେଦାର ନାଥ ସାହୁ, କେ. ମନବୋଧ ନାୟକ, ଧନେଶ୍ୱର ବାଡ଼ତିଆ, ସାଧୁ ନାୟକ, ମୁନା ଖାନ,ମଞ୍ଜୟ ଶୋଭାସୁନ୍ଦର, ଜଳେଶ୍ୱର ପ୍ରଧାନ ପ୍ରମୁଖ କହିଛନ୍ତି। ଏ ନେଇ ସିମନବାଡି ସ୍ବାସ୍ଥ୍ୟକେନ୍ଦ୍ରସର ଇନଚାର୍ଜ ଡାକ୍ତର ଅଭିନାଶ କଂହରଙ୍କ ପଚାରିବାରୁ ଫାର୍ମାସିଷ୍ଟ ଛୁଟିରେ ରହିଛନ୍ତି ଔଷଧ ବଣ୍ଟନରେ କୌଣସି ସମସ୍ୟା ହେଉନାହିଁ ବୋଲି ସେ କହିଛନ୍ତି। ଫାର୍ମାସିଷ୍ଟ ସୁଶାନ୍ତଙ୍କୁ କେଉଁ କାରଣରୁ ରିଲିଭ କରାଯାଇନାହିଁ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନୋଜ କୁମାର ଉପାଧ୍ୟାୟଙ୍କୁ ପଚାରି ବୁଝିବାରୁ ସେ କହୁଛନ୍ତି ତାଙ୍କୁ ତୁରନ୍ତ ରିଲିଭ କରିବାକୁ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ କୁହାଯାଇଛି। ସେପଟେ ସୁଶାନ୍ତ କହିଛନ୍ତି ଯେ ତାଙ୍କ ଡେପୁଟେସନକୁ ବାତିଲ କରାଯିବା ସତ୍ତ୍ୱେ ତାଙ୍କୁ ରିଲିଭ କରାଯାଉନାହି୍ୟ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri