ଆଠଗଡ଼,୧୨।୧୨: କଟକ ଜିଲା ଆଠଗଡ଼ ଛଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରି ଗ୍ରାମବାସୀଙ୍କ ହାତରେ ଧରାପଡିଛନ୍ତି।
ଗ୍ରାମବାସୀ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାରକୁ ଅଟକାଇ ୫ ବସ୍ତା ଚୋରି ଚାଉଳ ଜବତ କରି ପୋଲିସ ଜିମା ଦେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।


