ଆଉ କିଛି ଘଣ୍ଟାରେ ଘରେ ପହଞ୍ଚିଥାନ୍ତେ,ଅଧାବାଟରେ ଟ୍ରେନରୁ ଖସିପଡ଼ିଲେ: ଆଉ ତା’ପରେ…

ଛତ୍ରପୁର, ୭।୧୧(ଦିଲ୍ଲୀପ ସାମଲ):ଗଞ୍ଜାମରେ ଦିନକୁ ଦିନ ବଢୁଛି ଦାଦନ ଦୁଃଖ। ରୋଜଗାର ନ ମିଳିବାରୁ ପେଟ ପାଇଁ ଦାଦନ ହୋଇ ରାଜ୍ୟ ବାହାରକୁ ଯାଇ ଶବ ହୋଇ ନିଜ ଭିଟାମାଟି ଫେରୁଛନ୍ତି। ଆଉ କିଛି ଘଣ୍ଟା ହୋଇଥିଲେ ଘରେ ପହଞ୍ଚିଥାନ୍ତେ, କିନ୍ତୁ ଘରକୁ ଶବ ହୋଇ ଫେରିଲେ। ଏହିପରି ଘଟଣା ଛତ୍ରପୁର ବ୍ଲକ ସୁନ୍ଦରପୁର ଅଞ୍ଚଳରେ ଘଟିଛି । ସୁନ୍ଦରପୁର ତଳସାହି ଶଙ୍କର ପ୍ରଧାନଙ୍କ ସାନ ପୁଅ ସୂର୍ଯ୍ୟ ନାରାୟଣ ପ୍ରଧାନ(୨୬) ଚେହ୍ନାଇରୁ ଟ୍ରେନ ଯୋଗେ ନିଜ ଭିଟାମାଟିକୁ ଫେରୁଥିବାବେଳେ ଆନ୍ଧ୍ରପ୍ରଦେଶ କାକିନଡା ନିକଟରେ କୌଣସି କାରଣବଶତଃ ଟ୍ରେନରୁ ଖସି ପଡିଯାଇଥିଲେ। ଘଟଣାସ୍ଥଳରେ ହିଁ ସୂର୍ଯ୍ୟ ନାରାୟଣଙ୍କ ମୃତ୍ୟୁ ଘଟିଥିଲା । ସେହି ଟ୍ରେନରେ ବାପା, ମା’ ଓ ସୂର୍ଯ୍ୟ ନାରାୟଣ ଫେରୁଥିବାବେଳେ ଏହି ଦୁଖଃଦ ଘଟଣା ଘଟିଥିଲା।

ଦୁଇ ବର୍ଷ ତଳେ ପରିବାର ପ୍ରତିପୋଷଣ ପାଇଁ ଚେହ୍ନାଇକୁ ଦାଦନ ଖଟିବାକୁ ଯାଇଥିଲେ। ଘଟଣାର ଖବର ପାଇଁ ସ୍ଥାନୀୟ ଜିଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି କାଳିଆ ନାହାକ ଘଟଣାସ୍ଥଳରେ ପହଞ୍ଚି ଶବ କିପରି ନିଜ ଭିଟାମାଟିକୁ ଫେରିବ ତାହାର ବ୍ୟବସ୍ଥା କରିବା ସହ ଜିଲା ପ୍ରଶାସନକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲାଦର ମନୋଜ ପ୍ରଧାନ ମୃତକଙ୍କ ଘରେ ପହଞ୍ଚି ମୃତକଙ୍କ ମା’ଙ୍କୁ ୩୦ ହଜାର ଟଙ୍କାର ରେଡକ୍ରସରୁ ସହାୟତା ପ୍ରଦାନ କରିଥିଲେ। କିଛି ମାସ ମଧ୍ୟରେ ଗଞ୍ଜାମ ଜିଲାରେ ଏହିପରି ଦୁଖଃଦ ଘଟଣା ଦେଖିବାକୁ ମିଳୁଛି । ଦାଦନ ଯାଇ କିଏ ତ ନିର୍ଯାତନା ଯାଉଛି ତ କିଏ ଶବ ହୋଇ ଗାଁକୁ ଫେରୁଛି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୨ ଛାତ୍ରବତ୍ସଳ ଶିକ୍ଷକଙ୍କ ଅବସର: ବିଦ୍ୟାଳୟ ପ୍ରତି ନିଷ୍ଠାକୁ ଭୂୟସୀ ପ୍ରଶଂସା

କେସିଙ୍ଗା,୧।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନୁର୍ଗତ ବାଲସି ଗ୍ରାମ ଅଧିନସ୍ଥ ଜବହାର ଉଚ୍ଚ ବିଦ୍ୟାପୀଠ-କର ଦୁଇଜଣ ଶିକ୍ଷକ ଚାକିରିରୁ ଅବସର ନେଇଛନ୍ତି। ଏହି ଉପଲକ୍ଷେ…

ଛାତ୍ରୀଛାତ୍ରଙ୍କ ପ୍ରେରଣାର ଉତ୍ସ ଥିଲେ ଶଙ୍କର ପ୍ରସାଦ: ସୁପ୍ରଶାସକଙ୍କ ଭାବପୂର୍ଣ୍ଣ ଅବସର

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜର ଅଧ୍ୟକ୍ଷ ମେଜର୍‌ ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କୁ ତାଙ୍କର…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୭: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri