ଇଏ ବବିଙ୍କୁ ସମ୍ବଲପୁର ପଠାଇଥିଲେ! ଭିତିରି କଥା ଖୋଲିଲେ…

ଭୁବନେଶ୍ୱର,୪।୨: ନିର୍ବାଚନ ପରେ ଭୁଷୁଡି ପଡିଛି ବିଜେଡି ଗଡ। ଏବେ ଦଳ ସଜାଡିବାରେ ଲାଗି ପଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କିନ୍ତୁ ଏହାପରେ ବି ଦଳରେ ଅନ୍ତଃକନ୍ଦଳ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ତଳେ ନେତାଜୀ ଜୟନ୍ତୀରେ କଟକରେ ବିଜେଡିର ଯୁବ ନେତା ଏକାଠି ହୋଇଥିଲେ । ଦେବାଶିଷ ସାମନ୍ତରାୟଙ୍କ ଘରେ ଯୁବ ନେତା ଏକାଠି ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଅନ୍ୟପକ୍ଷେ କାର୍ତ୍ତିକ ପାଣ୍ଡିଆନ ନବୀନ ନିବାସରେ ସକ୍ରିୟ ଥିବା କିଛି ଦିନ ତଳେ ଗଣମାଧ୍ୟମକୁ ମନ୍ମଥ ରାଉତରାୟ କହିଥିଲେ । ତେବେ ବାରମ୍ବାର ନେତାଙ୍କ ଏପରି ମେଳିକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେବା ସହ ସାଧାରଣରେ ମଧ୍ୟ ଚର୍ଚ୍ଚା ହୋଇଛି ।

ବର୍ତ୍ତମାନ ରାଜ୍ୟ ବାହାରେ ଆସାମର ଗୁଆହାଟୀରେ ବିଜେଡିର ବରିଷ୍ଠ ନେତାଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗୁଆହାଟୀର ଏକ ହୋଟେଲରେ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଛି । ପ୍ରଭାତ ତ୍ରିପାଠୀ, ସଞ୍ଜୟଦାସବର୍ମା, ବିଜୟ ମହାପାତ୍ର, ସୁଶାନ୍ତ ରାଉତଙ୍କ ପରି ନେତା ଏକାଠି ହୋଇଥିଲେ। କେଉଁ ବିଷୟରେ ଆଲୋଚନା ହୋଇଛି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ହେଲେ ପ୍ରଭାତ ତ୍ରିପାଠୀ କହିଛନ୍ତି, ଏକ ସାମାଜିକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲୁ।

ଏସବୁ ଭିତରେ ମୁହଁ ଖୋଲିଛନ୍ତି BJD ନେତା ମହେଶ ସାହୁ। ସେ କହିଛନ୍ତି, ସମ୍ବଲପୁରରୁ ବବି ଲଢ଼ିବା ନିଷ୍ପତ୍ତି ଭୁଲ ଥିଲା। ଭୁଲ ନିଷ୍ପତ୍ତି କ୍ରମେ ବବି ସମ୍ବଲପୁରରୁ ଲଢ଼େଇ କଲେ। ସମ୍ବଲପୁରରୁ ନ ଲଢ଼ି ଯାଜପୁରରୁ ଲଢ଼ିବାର ଥିଲା। ଯାଜପୁରରୁ ବବି ଲଢ଼ିଥିଲେ ଆହୁରି ୧୦ରୁ ୧୨ ବିଧାୟକ ଜିତି ଥାଆନ୍ତେ। ସରକାର ଗଠନ କରିପାରିଥାଆନ୍ତେ। ଦଳର ସଂଗଠନ ସଂପାଦକ ଦାୟିତ୍ୱରେ ଥିଲେ ବବି। ସାରା ଓଡ଼ିଶାର ସଂଗଠନ ଦାୟିତ୍ୱ ବବି ବୁଝିବାର ଥିଲା। ସେଭଳି ନ କରି ବବିଙ୍କୁ ର୍ନିବାଚନ ଲଢ଼େଇରେ ବାନ୍ଧି ଦିଆଯାଇଥିଲା। ପ୍ରାର୍ଥୀ ଚୟନରେ ମଧ୍ୟ ଦଳ ଭୁଲ କରିଥିଲା ବୋଲି ବିଜେଡି ନେତା କହିଛନ୍ତି। କିନ୍ତୁ ଏସବୁ ପରେ ବି ସେ କାହାର ନାଁ ଉଲ୍ଲେଖ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଗୁଳି ମାଡ: ବାଇକରେ ଆସି ଫାୟାରିଂ କରି ଫେରାର୍‌ ହୋଇଗଲେ…

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଅଞ୍ଚଳ ପାଇଁ ଗୌରବ ଆଣିଲେ ଗୋରା ସିଂ: OPSC ପରୀକ୍ଷାରେ ୬୩ତମ ର଼୍ୟାଙ୍କ ରଖି କୃତକାର୍ଯ୍ୟ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କିର୍ତ୍ତି): ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୁଯୋଗ୍ୟ ସନ୍ତାନ ଗୋରା...

ଆକ୍ସନ ମୋଡରେ ଯୋଗାଣ ନିରୀକ୍ଷକ: ଗାଁରେ ପହଞ୍ଚି ନିଜେ ବାଣ୍ଟିଲେ ବଞ୍ଚିତ ହିତାଧିକାରୀଙ୍କୁ ଚାଉଳ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କୀର୍ତ୍ତି): ଚମ୍ପାଛୁଆଁ ଗ୍ରାମର ହିତାଧିକାରୀମାନେ ଚଳିତ ବର୍ଷର ୩ ମାସର ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ଥିବା ନେଇ ‘ଧରିତ୍ରୀ’ ରେ ଖବର...

ଭାରତ ମାତା ପୂଜନ ଉତ୍ସବରେ ଦୁଲୁକିବ ମଞ୍ଚ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରହିଛି…

ଦାରିଙ୍ଗବାଡି, ୧୯।୧ (ଅରୁଣ ସାହୁ ): ଆସନ୍ତା ସାଧାରଣତନ୍ତ୍ର ଦିବସରେ ୧୪ ତମ ଭାରତ ମାତା ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ସିମନବାଡି ଦୁର୍ଗା...

ଓଡ଼ିଶାରେ ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନ: ଆସିବା ନୂଆ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’

ଭୁବନେଶ୍ୱର,୧୯।୧: ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ...

ବ୍ରାଉନସୁଗାର କାରବାର ସୂଚନା ପାଇ ଅଚାନକ ଚଢାଉ କଲା ପୋଲିସ, ଜବତ ହେଲା…

ଜୟପୁର,୧୯।୧(ପବନ ପାଣିଗ୍ରାହୀ): ବ୍ରାଉନସୁଗାର କାରବାର ସମୟରେ ଟାଉନ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରାଉନସୁଗାର ଜବତ କରିଛି।...

ମା’ ସହ ୨ ଝିଅଙ୍କୁ ହତ୍ୟା ଉଦ୍ୟମ କରି ମାରିଥିଲେ ଚମ୍ପଟ, ଧରାପଡିବା ପରେ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ରହୁଥିବା ସ୍ବର୍ଗତ ପାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri