ଆଙ୍ଗୁଠି ଲଗାଇ ଏଟିଏମ୍‌ରୁ ଟଙ୍କା ଲୁଟୁଥିଲେ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଏଟିଏମ୍‌ର ଟଙ୍କା ବାହାରୁଥିବା ସ୍ଥାନରେ ଥିବା ଶଟରକୁ ଆଙ୍କୁଠି ଲଗାଇ ଅଟକାଇବା ପରେ ଅଭିନବ ଉପାୟରେ ଟଙ୍କା ଲୁଟୁଥିଲେ। ଏଥିସହ ବ୍ୟାଙ୍କ କର୍ମଚାରୀଙ୍କୁ ଭୂଆଁ ବୁଲାଇ ଟଙ୍କା ଠକେଇ କରୁଥିବା ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଧରିଛି। ଶନିବାର ସନ୍ଧ୍ୟାରେ ଟଙ୍କପାଣିସ୍ଥିତ ଏସ୍‌ବିଆଇ ଏଟିଏମ୍‌ରୁ ଏଭଳି ଉପାୟରେ ଟଙ୍କା ଲୁଟ୍‌ କରୁଥିବାବେଳେ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଓ ଶହୀଦନଗର ଥାନା ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୋଲିସ ଦେଢ ଲକ୍ଷ ଟଙ୍କା, ୩୩ ଏଟିଏମ କାର୍ଡ, ୩ ମୋବାଇଲ ଫୋନ୍‌ ଓ ଗୋଟିଏ କାର ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ଉତ୍ତର ପ୍ରଦେଶ କାନପୁର ଅଞ୍ଚଳର ନିରଜ ସାହୁ ଓ ଯୋଗେନ୍ଦ୍ର ସିଂ ଏବଂ ପଶ୍ଚିମବଙ୍ଗ ଦୁର୍ଗାପୁର ଅଞ୍ଚଳର ସଲିମ ଖାନ ଓ ଡ୍ରାଇଭର ମୁକେଶ ପାଲ। ଅଭିଯୁକ୍ତମାନେ ବିଭିନ୍ନ ରାଜ୍ୟରେ ବୁଲି ବୁଲି ଏପରି ଲୁଟ କରନ୍ତି। ତେବେ ପୂର୍ବରୁ ବାରିପଦା, ପୁରୀ ଓ ଭୁବନେଶ୍ୱରରେ ୩୦ରୁ ଅଧିକ ଏଟିଏମ୍‌ରୁ ଟଙ୍କା ଲୁଟ୍‌ କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ଏ ନେଇ ଶହୀଦନଗର ଥାନାରେ ଏକ ମାମଲା ନଂ. ୩୯୫/୨୧ ରୁଜୁ କରାଯାଇ ୪ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଟଙ୍କା ଲୁଟ୍‌ ଓ ଠକେଇ ଘଟଣାରେ ଅଧିକ ଖୋଳତାଡ଼ ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁ କହିଛନ୍ତି।
ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ
ଶନିବାର ସନ୍ଧ୍ୟାରେ ଶହୀଦନଗର ଥାନା ଅନ୍ତର୍ଗତ ଟଙ୍କପାଣି ରୋଡ୍‌ସ୍ଥିତ ଏସ୍‌ବିଆଇ ଏଟିଏମ୍‌ରେ ୩ଜଣ ଅଭିଯୁକ୍ତ ଟଙ୍କା ଲୁଟ୍‌ କରୁଥିବାବେଳେ କାର୍‌ ଷ୍ଟାର୍ଟରେ ରଖି ଅଭିଯୁକ୍ତ ଡ୍ରାଇଭର ମୁକେଶ ପାଲ ରହିିଥିଲେ। ଦୀର୍ଘ ସମୟ ଧରି ଏଟିଏମ୍‌ ଭିତରେ ଅଭିଯୁକ୍ତମାନେ ସନ୍ଦେହଜନକ କାର୍ଯ୍ୟ କରୁଥିବା ଦେଖି ସ୍ଥାନୀୟ ଲୋକେ ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ।
ପୂର୍ବରୁ ଅନ୍ୟ ୨ ଉପାୟରେ ହୋଇଥିବା ଲୁଟ୍‌
ଏଟିଏମ୍‌ରୁ ଟଙ୍କା ଲୁଟ୍‌ ପାଇଁ ଅପରାଧୀମାନେ ନୂଆ ନୂଆ କୌଶଳ ଆପଣାଉଥିବା ନଜିର ରହିଛି। କିଛିଦିନ ତଳେ ହରିୟାଣା ଅଞ୍ଚଳର ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ ଶ୍ରୀ ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ଏଟିଏମ୍‌ରୁ ଟଙ୍କା ଲୁଟୁଥିବାବେଳେ ଧରାପଡିଥିଲେ। ଉକ୍ତ ଗ୍ୟାଙ୍ଗ୍‌ ଏଟିଏମ୍‌ର ଟଙ୍କା ବାହାରୁଥିବା ସ୍ଥାନରେ ଲୁହା ପାତ ଲଗାଇ ଜାମ କରୁଥିଲେ। କେହି ବ୍ୟକ୍ତି ଟଙ୍କା ଉଠାଇବାବେଳେ ତାହା ପାତରେ ବାଜି ଅଟକି ରହୁଥିଲା। ବ୍ୟକ୍ତିଜଣକ ବାରମ୍ବାର ଚେଷ୍ଟା କରି ନିରାଶରେ ଫେରିବା ପରେ ଲୁଟେରାମାନେ ଉକ୍ତ ପାତ ସାହାଯ୍ୟ ଟଙ୍କା କାଢ଼ି ନେଉଥିଲେ। ସେହିପରି କେତେକ ସ୍ଥାନରେ ଅଭିଯୁକ୍ତମାନେ ଭିନ୍ନ ଉପାୟରେ ଟଙ୍କା ଲୁଟିଥିବା ଜଣାପଡିଛି। ସେମାନେ ଅଧିକ ପରିମାଣର ଟଙ୍କା ଉଠାଇବାକୁ କାର୍ଡ ସହ ଅନ୍ୟ ତଥ୍ୟ ଭରିଥାନ୍ତି। ଏଟିଏମ୍‌ରୁ ଟଙ୍କା ବାହାରିବା ପରେ ସେମାନେ ଅତି ସତର୍କତାର ସହ ମଝିରୁ ଅଧାଟଙ୍କା କାଢି ନେଇ ବଳକା ଟଙ୍କା ଛାଡି ଦିଅନ୍ତି। ଫଳରେ କିଛି ସମୟ ପରେ ଟଙ୍କା ଫେରିଯାଇଥାଏ ଓ ଆକାଉଣ୍ଟରୁ ଟଙ୍କା କଟି ନ ଥାଏ।

ୟୁଟ୍ୟୁବ୍‌ରୁ ଶିଖି ଲୁଟୁଥିଲେ

ନିରଜ ଓ ଯୋଗେନ୍ଦ୍ର ଉଚ୍ଚ ଶିକ୍ଷିତ ଥିବାବେଳେ ୟୁଟ୍ୟୁବ୍‌ରୁ ଲୁଟ୍‌ କୌଶଳ ଶିଖିଥିବା ପୋଲିସକୁ କହିଛନ୍ତି। ସେମାନେ ଯୋଗାଡ କରିଥିବା ଏଟିଏମ୍‌ କାର୍ଡରେ ପ୍ରଥମେ ୧୦ ହଜାରରୁ ୩୦ ହଜାର ପର୍ଯ୍ୟନ୍ତ ଟଙ୍କା ଜମା କରୁଥିଲେ। ଜନଗହଳି ନ ଥିବା ଅଞ୍ଚଳରେ ଥିବା ଏଟିଏମକୁ ଟାର୍ଗେଟ କରି ଉକ୍ତ କାର୍ଡରେ ଟଙ୍କା ଉଠାଉଥିଲେ। ଏଟିଏମ ମେଶିନ ଟଙ୍କା ଗଣୁଥିବାବେଳେ ଅଭିଯୁକ୍ତ ଟଙ୍କା ବାହାରୁଥିବା ଶଟରକୁ ଆଙ୍କୁଠି ଟିପରେ ଚାପି ଧରୁଥିଲେ। ଫଳରେ ଉକ୍ତ ଟଙ୍କା ଅଧାବାଟରେ ଅଟକିବା ସହ ଏଟିଏମ୍‌ ସ୍କ୍ରିନରେ ଟ୍ରାଞ୍ଜାକ୍ସନ ଏରର ବା କାରବାରରେ ତ୍ରୁଟି ଦେଖାଉଥିଲା। ମାତ୍ର ଆକାଉଣ୍ଟରୁ ଟଙ୍କା କଟିଯାଇଥିବା ନେଇ ମେସେଜ ଆସୁଥିଲା। କିନ୍ତୁ ଅଭିଯୁକ୍ତମାନେ ଏଟିଏମ୍‌ ଶଟର ଟେକି ଉକ୍ତ ଟଙ୍କା ବାହାର କରିନେଇ ଏସ୍‌ବିଆଇ ହେଲ୍ପ ଲାଇନକୁ ଫୋନ କରି ଟଙ୍କା କଟିଯାଇଥିବା ଅଭିଯୋଗ କରୁଥିଲେ। ୩ଦିନ ପରେ ସେମାନଙ୍କ ଆକାଉଣ୍ଟକୁ ଏସ୍‌ବିଆଇ ପକ୍ଷରୁ ଟଙ୍କା ଫେରସ୍ତ କରିଦିଆଯାଉଥିଲା। ଏମାନେ କାର୍‌ରେ ବିଭିନ୍ନ ରାଜ୍ୟ ବୁଲି ଏଟିଏମ୍‌ରୁ ଏଭଳି ଲୁଟ କରିବା ସହ ବ୍ୟାଙ୍କ କର୍ମଚାରୀଙ୍କୁ ଭୂଆଁ ବୁଲାଇ ଟଙ୍କା ଠକେଇ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ବିଭାଗର ନୂଆ ଗାଇଡଲାଇନ: ଏଣିକି ଏମିତି ମିଳିବ ମଦ

ଭୁବନେଶ୍ୱର,୩।୪: ଅବକାରୀ ବିଭାଗ ନୂଆ ଗାଇଡଲାଇନ ଆଣିଛି। ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ। ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର। ୧୮୦ ମିଲି ପର୍ଯ୍ୟନ୍ତ…

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri