ଆଙ୍ଗୁଠି ଲଗାଇ ଏଟିଏମ୍‌ରୁ ଟଙ୍କା ଲୁଟୁଥିଲେ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଏଟିଏମ୍‌ର ଟଙ୍କା ବାହାରୁଥିବା ସ୍ଥାନରେ ଥିବା ଶଟରକୁ ଆଙ୍କୁଠି ଲଗାଇ ଅଟକାଇବା ପରେ ଅଭିନବ ଉପାୟରେ ଟଙ୍କା ଲୁଟୁଥିଲେ। ଏଥିସହ ବ୍ୟାଙ୍କ କର୍ମଚାରୀଙ୍କୁ ଭୂଆଁ ବୁଲାଇ ଟଙ୍କା ଠକେଇ କରୁଥିବା ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଧରିଛି। ଶନିବାର ସନ୍ଧ୍ୟାରେ ଟଙ୍କପାଣିସ୍ଥିତ ଏସ୍‌ବିଆଇ ଏଟିଏମ୍‌ରୁ ଏଭଳି ଉପାୟରେ ଟଙ୍କା ଲୁଟ୍‌ କରୁଥିବାବେଳେ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଓ ଶହୀଦନଗର ଥାନା ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୋଲିସ ଦେଢ ଲକ୍ଷ ଟଙ୍କା, ୩୩ ଏଟିଏମ କାର୍ଡ, ୩ ମୋବାଇଲ ଫୋନ୍‌ ଓ ଗୋଟିଏ କାର ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ଉତ୍ତର ପ୍ରଦେଶ କାନପୁର ଅଞ୍ଚଳର ନିରଜ ସାହୁ ଓ ଯୋଗେନ୍ଦ୍ର ସିଂ ଏବଂ ପଶ୍ଚିମବଙ୍ଗ ଦୁର୍ଗାପୁର ଅଞ୍ଚଳର ସଲିମ ଖାନ ଓ ଡ୍ରାଇଭର ମୁକେଶ ପାଲ। ଅଭିଯୁକ୍ତମାନେ ବିଭିନ୍ନ ରାଜ୍ୟରେ ବୁଲି ବୁଲି ଏପରି ଲୁଟ କରନ୍ତି। ତେବେ ପୂର୍ବରୁ ବାରିପଦା, ପୁରୀ ଓ ଭୁବନେଶ୍ୱରରେ ୩୦ରୁ ଅଧିକ ଏଟିଏମ୍‌ରୁ ଟଙ୍କା ଲୁଟ୍‌ କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ଏ ନେଇ ଶହୀଦନଗର ଥାନାରେ ଏକ ମାମଲା ନଂ. ୩୯୫/୨୧ ରୁଜୁ କରାଯାଇ ୪ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଟଙ୍କା ଲୁଟ୍‌ ଓ ଠକେଇ ଘଟଣାରେ ଅଧିକ ଖୋଳତାଡ଼ ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁ କହିଛନ୍ତି।
ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ
ଶନିବାର ସନ୍ଧ୍ୟାରେ ଶହୀଦନଗର ଥାନା ଅନ୍ତର୍ଗତ ଟଙ୍କପାଣି ରୋଡ୍‌ସ୍ଥିତ ଏସ୍‌ବିଆଇ ଏଟିଏମ୍‌ରେ ୩ଜଣ ଅଭିଯୁକ୍ତ ଟଙ୍କା ଲୁଟ୍‌ କରୁଥିବାବେଳେ କାର୍‌ ଷ୍ଟାର୍ଟରେ ରଖି ଅଭିଯୁକ୍ତ ଡ୍ରାଇଭର ମୁକେଶ ପାଲ ରହିିଥିଲେ। ଦୀର୍ଘ ସମୟ ଧରି ଏଟିଏମ୍‌ ଭିତରେ ଅଭିଯୁକ୍ତମାନେ ସନ୍ଦେହଜନକ କାର୍ଯ୍ୟ କରୁଥିବା ଦେଖି ସ୍ଥାନୀୟ ଲୋକେ ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ।
ପୂର୍ବରୁ ଅନ୍ୟ ୨ ଉପାୟରେ ହୋଇଥିବା ଲୁଟ୍‌
ଏଟିଏମ୍‌ରୁ ଟଙ୍କା ଲୁଟ୍‌ ପାଇଁ ଅପରାଧୀମାନେ ନୂଆ ନୂଆ କୌଶଳ ଆପଣାଉଥିବା ନଜିର ରହିଛି। କିଛିଦିନ ତଳେ ହରିୟାଣା ଅଞ୍ଚଳର ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ ଶ୍ରୀ ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ଏଟିଏମ୍‌ରୁ ଟଙ୍କା ଲୁଟୁଥିବାବେଳେ ଧରାପଡିଥିଲେ। ଉକ୍ତ ଗ୍ୟାଙ୍ଗ୍‌ ଏଟିଏମ୍‌ର ଟଙ୍କା ବାହାରୁଥିବା ସ୍ଥାନରେ ଲୁହା ପାତ ଲଗାଇ ଜାମ କରୁଥିଲେ। କେହି ବ୍ୟକ୍ତି ଟଙ୍କା ଉଠାଇବାବେଳେ ତାହା ପାତରେ ବାଜି ଅଟକି ରହୁଥିଲା। ବ୍ୟକ୍ତିଜଣକ ବାରମ୍ବାର ଚେଷ୍ଟା କରି ନିରାଶରେ ଫେରିବା ପରେ ଲୁଟେରାମାନେ ଉକ୍ତ ପାତ ସାହାଯ୍ୟ ଟଙ୍କା କାଢ଼ି ନେଉଥିଲେ। ସେହିପରି କେତେକ ସ୍ଥାନରେ ଅଭିଯୁକ୍ତମାନେ ଭିନ୍ନ ଉପାୟରେ ଟଙ୍କା ଲୁଟିଥିବା ଜଣାପଡିଛି। ସେମାନେ ଅଧିକ ପରିମାଣର ଟଙ୍କା ଉଠାଇବାକୁ କାର୍ଡ ସହ ଅନ୍ୟ ତଥ୍ୟ ଭରିଥାନ୍ତି। ଏଟିଏମ୍‌ରୁ ଟଙ୍କା ବାହାରିବା ପରେ ସେମାନେ ଅତି ସତର୍କତାର ସହ ମଝିରୁ ଅଧାଟଙ୍କା କାଢି ନେଇ ବଳକା ଟଙ୍କା ଛାଡି ଦିଅନ୍ତି। ଫଳରେ କିଛି ସମୟ ପରେ ଟଙ୍କା ଫେରିଯାଇଥାଏ ଓ ଆକାଉଣ୍ଟରୁ ଟଙ୍କା କଟି ନ ଥାଏ।

ୟୁଟ୍ୟୁବ୍‌ରୁ ଶିଖି ଲୁଟୁଥିଲେ

ନିରଜ ଓ ଯୋଗେନ୍ଦ୍ର ଉଚ୍ଚ ଶିକ୍ଷିତ ଥିବାବେଳେ ୟୁଟ୍ୟୁବ୍‌ରୁ ଲୁଟ୍‌ କୌଶଳ ଶିଖିଥିବା ପୋଲିସକୁ କହିଛନ୍ତି। ସେମାନେ ଯୋଗାଡ କରିଥିବା ଏଟିଏମ୍‌ କାର୍ଡରେ ପ୍ରଥମେ ୧୦ ହଜାରରୁ ୩୦ ହଜାର ପର୍ଯ୍ୟନ୍ତ ଟଙ୍କା ଜମା କରୁଥିଲେ। ଜନଗହଳି ନ ଥିବା ଅଞ୍ଚଳରେ ଥିବା ଏଟିଏମକୁ ଟାର୍ଗେଟ କରି ଉକ୍ତ କାର୍ଡରେ ଟଙ୍କା ଉଠାଉଥିଲେ। ଏଟିଏମ ମେଶିନ ଟଙ୍କା ଗଣୁଥିବାବେଳେ ଅଭିଯୁକ୍ତ ଟଙ୍କା ବାହାରୁଥିବା ଶଟରକୁ ଆଙ୍କୁଠି ଟିପରେ ଚାପି ଧରୁଥିଲେ। ଫଳରେ ଉକ୍ତ ଟଙ୍କା ଅଧାବାଟରେ ଅଟକିବା ସହ ଏଟିଏମ୍‌ ସ୍କ୍ରିନରେ ଟ୍ରାଞ୍ଜାକ୍ସନ ଏରର ବା କାରବାରରେ ତ୍ରୁଟି ଦେଖାଉଥିଲା। ମାତ୍ର ଆକାଉଣ୍ଟରୁ ଟଙ୍କା କଟିଯାଇଥିବା ନେଇ ମେସେଜ ଆସୁଥିଲା। କିନ୍ତୁ ଅଭିଯୁକ୍ତମାନେ ଏଟିଏମ୍‌ ଶଟର ଟେକି ଉକ୍ତ ଟଙ୍କା ବାହାର କରିନେଇ ଏସ୍‌ବିଆଇ ହେଲ୍ପ ଲାଇନକୁ ଫୋନ କରି ଟଙ୍କା କଟିଯାଇଥିବା ଅଭିଯୋଗ କରୁଥିଲେ। ୩ଦିନ ପରେ ସେମାନଙ୍କ ଆକାଉଣ୍ଟକୁ ଏସ୍‌ବିଆଇ ପକ୍ଷରୁ ଟଙ୍କା ଫେରସ୍ତ କରିଦିଆଯାଉଥିଲା। ଏମାନେ କାର୍‌ରେ ବିଭିନ୍ନ ରାଜ୍ୟ ବୁଲି ଏଟିଏମ୍‌ରୁ ଏଭଳି ଲୁଟ କରିବା ସହ ବ୍ୟାଙ୍କ କର୍ମଚାରୀଙ୍କୁ ଭୂଆଁ ବୁଲାଇ ଟଙ୍କା ଠକେଇ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri