ସ୍ତ୍ରୀଙ୍କ ତଣ୍ଟିଚିପି ରାସ୍ତାକଡ଼ରେ ଫିଙ୍ଗିଦେଲେ

ବାସୁଦେବପୁର, ୧୧।୧୦(ନାରାୟଣ ପ୍ରସାଦ ବାରିକ୍‌): ସ୍ତ୍ରୀଙ୍କ ତଣ୍ଟିଚିପି ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗିଦେଲେ ସ୍ବାମୀ। ଏଭଳି ଏକ ନୃଶଂସ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ପଞ୍ଚାୟତର ବାଗ୍‌ଦା ବିନାୟକପୁର ଗ୍ରାମରେ। ପରେ ଅଭିଯୁକ୍ତ ସ୍ବାମୀ ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି। ମୃତ ମହିଳା ହେଲେ ରାଧାରାଣୀ ବେହେରା(୨୫)। ସୋମବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ମଙ୍ଗଳବାର ପଞ୍ଚାୟତର ପ୍ରବେଶ ପଥ ରାସ୍ତାକଡ଼ରୁ ରାଧାରାଣୀଙ୍କ ମୃତଦେହ ପୋଲିସ ଜବତ କରିଛି। ଅଭିଯୁକ୍ତ ସ୍ବାମୀ ଦୀପକ ବେହେରାଙ୍କୁ ଗିରଫ କରି ପୋଲିସ ତଦନ୍ତ ଚଳାଇଛି। ଦୀପକ ରାଧାରାଣୀଙ୍କ ବେକକୁ ଗାମୁଛାରେ ଭିଡ଼ି ହତ୍ୟା କରିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିପାରିଛି।
୫ବର୍ଷ ପୂର୍ବେ ଖରିଦା ବିନାୟକପୁର ଗ୍ରାମର ଦିବାକର ବେହେରାଙ୍କ ଝିଅ ରାଧାରାଣୀଙ୍କ ସହ ଦୀପକଙ୍କର ପ୍ରେମବିବାହ ହୋଇଥିଲା। ସେମାନଙ୍କର ୩ବର୍ଷର ଏକ ଶିଶୁକନ୍ୟା ମଧ୍ୟ ଅଛି। ପ୍ରାୟ ୧ ମାସ ତଳେ ଦୀପକ ଓ ରାଧାରାଣୀ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିବା ପାଇଁ ତାମିଲନାଡୁ ଯାଇଥିଲେ। ସେଠାରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ଘରକୁ ଫେରିଆସିଥିଲେ। ସୋମବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ଗଁାମୁଣ୍ଡ ଛକରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଉକ୍ତ ସ୍ଥାନରେ ଦୀପକ ଉତ୍ତେଜିତ ହୋଇ ଏକ ଗାମୁଛାରେ ରାଧାରାଣୀଙ୍କ ତଣ୍ଟି ଚିପି ମାରି ଦେଇଥିବା ସ୍ବୀକାର କରିଛନ୍ତି। ପରେ ଶିଶୁକନ୍ୟାକୁ ନିଜ ଘରେ ସମ୍ପର୍କୀୟଙ୍କ ପାଖରେ ଛାଡ଼ି ଥାନାରେ ଆତ୍ମସମର୍ପଣ କରିଥିଲେ। ଘଟଣାସ୍ଥଳରୁ ଦମ୍ପତିଙ୍କ ଆସବାବପତ୍ର ଓ ଲୁଗାପଟା ଭର୍ତ୍ତି ଏକ ଟ୍ରଲି ବ୍ୟାଗ୍‌ ପୋଲିସ ଜବତ କରିଛି। ଅପରପକ୍ଷେ ଏନେଇ ମୃତ ରାଧାରାଣୀଙ୍କ ବାପା ଦିବାକରଙ୍କ ଅଭିଯୋଗକ୍ରମେ ବାସୁଦେବପୁର ଥାନାରେ ଏକ ହତ୍ୟା ମାମଲା (ନଂ. ୫୭୦/୨୩) ରୁଜୁ ହୋଇଛି। ବିବାହ ପରେ ଅଧିକ ଯୌତୁକ ପାଇଁ ଶାଶୁଘର ଲୋକେ ରାଧାରାଣୀଙ୍କୁ ନିର୍ଯାତନା ଦେବା ସହ ଯୋଜନାବଦ୍ଧ ଭାବେ ସ୍ବାମୀ ଓ ପରିବାର ଲୋକ ତାଙ୍କୁ ମାରି ଫୋପାଡ଼ି ଦେଇଥିବା ସେ ଅଭିଯୋଗ କରିଛନ୍ତି। ବାସୁଦେବପୁର ଥାନାଧିକାରୀ ଲୋପାମୁଦ୍ରା ନାୟକ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri