ମଙ୍ଗଳବାର ଦେଇଥାନ୍ତେ ପରୀକ୍ଷା ସୋମବାର ରାତିରେ ବାପାଙ୍କୁ ଶେଷ ଚିଠିଲେଖି ନେଲେ ଏମିତି ଚରମ ନିଷ୍ପତ୍ତି

ଭୁବନେଶ୍ୱର,୧୮।୨: ବୁଧବାର ପରୀକ୍ଷା ଦେଇଥାନ୍ତେ । ମଙ୍ଗଳବାର ମିଳିଲା ଝୁଲନ୍ତା ମୃତଦେହ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ପରିତ୍ୟକ୍ତ ସି-ସୋର୍‌ କୋଠାରୁ ମିଳିଛି ଛାତ୍ରଙ୍କ ମୃତଦେହ । ମୃତ ଛାତ୍ର ହେଲେ  ସୁମନ ବିଶ୍ବାଳ ।  ଏକ ଘରୋଇ କଲେଜରେ ବିସିଏ ଦ୍ବିତୀୟ ବର୍ଷର ଛାତ୍ର ଥିଲେ ସୁମନ। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି କେହି ଝୁଲାଇ ଦେଇଛି ତାହା ସ୍ପଷ୍ଟ ହୋଇନି । ତେବେ ତାଙ୍କ ପ୍ୟାକେଟ୍‌ରୁ ସୁଇସାଇଡ ନୋଟ ମିଳିଥିବାରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଉକ୍ତ ଚିଠିରେ ବାପାଙ୍କ ଉଦ୍ଦେଶ୍ୟରେ କିଛି ଲେଖାଯାଇଥିଲା ବାପା, ଭଲ ପୁଅ ହୋଇ ପାରିଲନି ମୋତେ କ୍ଷମା କରିଦିଅ।

ଖବର ପାଇ ଇନ୍‌ଫୋସିଟି ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚିଛନ୍ତି । ମୃତଦେହ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଚଳାଇଛି ।

Share