ଶୀଘ୍ର କାର୍ଯ୍ୟକ୍ଷମ ହେବ ମେଗା ପାଇପ୍‌ ଜଳ ପ୍ରକଳ୍ପ

ଅନୁଗୋଳ,(ଅମିତ କୁମାର ସାମଲ)/ କଣିହଁା, (ସଚିଦାନନ୍ଦ ପ୍ରଧାନ), ପାଲଲହଡ଼ା, (ଦିବ୍ୟଜ୍ୟୋତି ଦାଶ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/
ବଇଣ୍ଡା (ପରିକ୍ଷିତ ସାହୁ), ୧୨।୭

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨ ଦିନିଆ ଅନୁଗୋଳ ଜିଲା ଗସ୍ତରେ ଆସିଥିବା ୫-ଟି ସଚିବ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ ମଙ୍ଗଳବାର ତାଙ୍କ ଗସ୍ତ ଶେଷ କରିଛନ୍ତି। ତେବେ ଦ୍ୱିତୀୟ ଦିନରେ ୫-ଟି ସଚିବ ଅନୁଗୋଳ, ପବିତ୍ରନଗର, ପାଲଲହଡ଼ା, ଆଠମଲ୍ଲିକ ଓ କିଶୋରନଗର ଗସ୍ତ କରି ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ବୋଧିତ କରିଥିଲେ। ମନ୍ଦିର ବୁଲି ଦେବଦେବୀଙ୍କ ଦର୍ଶନ କରିଥିଲେ। ଜନସାଧାରଣ, ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନ୍ୟମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ଏଥିସହ ଚଳିତବର୍ଷ ଶେଷ ସୁଦ୍ଧା ପାଲଲହଡ଼ା ଏବଂ ଅଗଷ୍ଟ ୨୦୨୪ ସୁଦ୍ଧା ଆଠମଲ୍ଲିକ ଓ କିଶୋଗରନଗର ମେଗା ପାଇପ୍‌ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। ଅନୁଗୋଳ ସହରରେ ହୋଇଥିବା ମିଶନ ଶକ୍ତି କାଫେରେ ଜଳଖିଆ କରିବା ସହ ମିଶନ ଶକ୍ତି କମିଶନର କମ୍‌ ସେକ୍ରେଟେରି ସୁଜାତା ପାଣ୍ଡିଆନ୍‌ଙ୍କୁ ଭିଡିଓ କଲ୍‌ କରି ମହିଳାମାନଙ୍କ ସହିତ କଥା କରାଇଥିଲେ।
ଅନୁଗୋଳ ଗସ୍ତର ଦ୍ୱିତୀୟ ଦିନରେ ୫-ଟି ସଚିବ ପ୍ରଥମେ ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିର କମିଟି ଓ ପୁରୋହିତଙ୍କ ସହିତ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ମା’ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିଥିଲେ। ମନ୍ଦିରର ବିକାଶ ନେଇ ମନ୍ଦିର କମିଟି, ପୁରୋହିତ ଏବଂ ଜନସାଧାରଣଙ୍କ ସହ କଥା ହୋଇଥିଲେ। ପରେ ଖଲାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ସଚିବ ଛାତ୍ରମାନଙ୍କ ସହିତ ବାସ୍କେଟ୍‌ ବଲ୍‌ ଖେଳିଥିଲେ। ଅନୁଗୋଳ ଗସ୍ତ ସାରି ୫-ଟି ସଚିବ କଣିହାଁ ବ୍ଲକ ପବିତ୍ରନଗର ମିନି ଷ୍ଟାଡିୟମରେ ପହଞ୍ଚି ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ। ମିଶନ ଶକ୍ତି ମହିଳାମାନଙ୍କୁ ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଇଥିଲେ। ଏହାପରେ ପାଲଲହଡା ଉପଖଣ୍ଡ ଷ୍ଟାଡିୟମରେ ପହଞ୍ଚି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଜିଲାର ଏହି ଉପାନ୍ତ ଅଞ୍ଚଳରେ ଥିବା ମିଶନ ଶକ୍ତି ମା’ମାନଙ୍କୁ ଋଣ ପ୍ରଦାନ ଦିଗରେ ଅଧିକ କାର୍ଯ୍ୟ କରିବାକୁ ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ। ମଧ୍ୟାହ୍ନରେ ଆଠମଲ୍ଲିକରେ ପହଞ୍ଚି ମା’ ମାହେଶ୍ୱରୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ମନ୍ଦିରର ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଦାବିପତ୍ର ଗ୍ରହଣ କରିଥିଲେ। ଆଠମଲ୍ଲିକରୁ ନିଜ ଚାକିରି ଜୀବନ ଆରମ୍ଭ କରିଥିବାରୁ ଖୁସିବ୍ୟକ୍ତ କରିବା ସହିତ ୨୦୦୧ରେ ମହାନଦୀ ବନ୍ୟା ସମ୍ପର୍କରେ ଅବତାରଣା କରିଥିଲେ। ଶେଷରେ କିଶୋରନଗର ବରପଡ଼ିଆରେ ପହଞ୍ଚି ଉପସ୍ଥିତ ଜନସାଧାରଣ, ମହିଳା ଗ୍ରୁପ୍‌ ସଦସ୍ୟ, ଅଲେଖ ମହିମା ସନ୍ନ୍ୟାସୀଙ୍କ ଠାରୁ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ଏହି ଅଞ୍ଚଳରେ ଥିବା ମନ୍ଦିର, ମଠଗୁଡିକର ବିକାଶ ହେବ। ସରକାରଙ୍କ ପକ୍ଷରୁ ଯେଉଁ ଅର୍ଥ ଆସିବ, ସେଥିରେ ସ୍ବଚ୍ଛତାର ସହ କାମ କରାଗଲେ ଓଡ଼ିଶା ଆଗକୁ ବଢ଼ିବ ବୋଲି ୫-ଟି ସଚିବ କହିଥିଲେ। ୫-ଟି ସଚିବଙ୍କ ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା, ଡିଆଇଜି ବ୍ରିଜେଶ ରାୟ, ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ସୁଧାଂଶୁ ଶେଖର ମିଶ୍ର, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri