Posted inଜାତୀୟ

କାର୍ଯ୍ୟସୂଚୀକୁ ନେଇ ଅନ୍ଧାରରେ ଦେଶ

ନୂଆଦିଲ୍ଲୀ,୧୨ା୯: କେନ୍ଦ୍ର ସରକାର ଆସନ୍ତା ୧୮ରୁ ପାର୍ଲାମେଣ୍ଟର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନରେ କେଉଁସବୁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଉ ନାହଁି। ଏହି ଅଧିବେଶନରେ ଦେଶର ନାଁ ପରିବର୍ତ୍ତନ ନେଇ ସରକାର ପ୍ରସ୍ତାବ ଆଣିପାରନ୍ତି ବୋଲି କେତେଜଣ କହୁଥିବାବେଳେ କେହି କେହି ଏକ ରାଷ୍ଟ୍ର ଏକ ନିର୍ବାଚନ, ସମାନ ଦଓ୍ବୋନି ସଂହିତା, ମହିଳା ସଂରକ୍ଷଣ ବିଲ୍‌, ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ନେଇ ଆଲୋଚନା ହୋଇପାରେ ବୋଲି ଅନ୍ୟମାନେ ଚର୍ଚ୍ଚା କରୁଛନ୍ତି। ତେବେ ପ୍ରକୃତରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ସମ୍ପୂର୍ଣ୍ଣ ଦେଶ ଅନ୍ଧକାରରେ ରହିଛି।
ଦେଶବାସୀଙ୍କୁ ଅନ୍ଧକାରରେ ରଖିବା ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପାଇଁ ଏହା ନୂଆ ଘଟଣା ନୁହେଁ। ୨୦୧୪ରେ ଗୈରିକ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ଦିନଠାରୁ ବିଭିନ୍ନ ସମୟରେ ସେମାନେ ବିଭିନ୍ନ କାର୍ଯ୍ୟସୂଚୀକୁ ଲୁଚାଇ ରଖି ବିରୋଧୀଙ୍କୁ ଅନ୍ଧକାରରେ ରଖିଆସିଛନ୍ତି। ଜି୨୦ ସମିଟ୍‌ର ସଫଳତା ପାଇଁ ଗତ କିଛି ସପ୍ତାହ ହେଲା ଭାଜପା ଏବଂ କେନ୍ଦ୍ର ସରକାର ପ୍ରସ୍ତୁତିରେ ବ୍ୟସ୍ତ ରହିଥିଲେ। ଏହାକୁ ପୁଞ୍ଜିକରି ସେମାନେ ଆଗାମୀ ନିର୍ବାଚନ ସମେତ ୨୦୨୪ ଲୋକ ସଭା ନିର୍ବାଚନ ବୈତରଣୀ ପାରହେବାକୁ ଉଦ୍ୟମ କରିପାରନ୍ତି ବୋଲି କୁହାଯାଉଛି। ସ୍ବତନ୍ତ୍ର ଅଧିବେଶନକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଯେଉଁସବୁ ଚର୍ଚ୍ଚା ଲାଗିରହିଛି, ତାହା କେବଳ କଳ୍ପନାଜଳ୍ପନା ବୋଲି ଶାସକ ଦଳ କହିଛି। ଏପରିକି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ଅଫିସ ମଧ୍ୟ ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡାକୁ ନେଇ ନିଶ୍ଚିତ ନ ଥିବା ଜଣାପଡ଼ୁଛି। ଦେଶରେ ଏକକାଳୀନ ସମସ୍ତ ନିର୍ବାଚନ କରାଇବା ଲାଗି ସରକାର ଏହି ଅଧିବେଶନରେ ବିଲ୍‌ ଆଣିପାରନ୍ତି ବୋଲି ପ୍ରଥମେ ଆଲୋଚନା ହେଉଥିଲା। ଜି୨୦ ସମିଟ୍‌ ବେଳେ ରାଷ୍ଟ୍ରପତିଙ୍କ ନୈଶଭୋଜି ନିମନ୍ତ୍ରଣ ପରେ ପ୍ରେସିଡେଣ୍ଟ ଅଫ୍‌ ଭାରତ ଲେଖାଯିବା ପରେ ସରକାର ସ୍ଥାୟୀ ଭାବେ ଦେଶର ନାଁ ଇଣ୍ଡିଆରୁ ଭାରତ କରିପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ତଥାପି ସ୍ବତନ୍ତ୍ର ଅଧିବେଶନର ଉଦ୍ଦେଶ୍ୟ ରହସ୍ୟ ହୋଇ ରହିଛି। ସରକାର ଜି୨୦ ସମିଟର ସଫଳତା ଏବଂ ଚନ୍ଦ୍ରୟାନ-୩ର ସଫଳ ସଫ୍ଟଲ୍ୟାଣ୍ଡିଂ ସମ୍ପର୍କରେ ଏହି ଅଧିବେଶନରେ ବଖାଣିବା ଲାଗି ଅଧିବେଶନକୁ ବ୍ୟବହାର କରିପାରନ୍ତି ବୋଲି କେତେଜଣ ଭାଜପା ନେତା କହିଛନ୍ତି। ଅଧିବେଶନରେ ଏକ ବଡ଼ ପ୍ରସ୍ତାବ ଆସିବ, ଯାହା ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ଅନ୍ୟ କେତେଜଣ କହୁଛନ୍ତି। ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନ ପାର୍ଲାମେଣ୍ଟର ପୁରୁଣା ବିଲ୍ଡିଂରେ ଅନୁଷ୍ଠିତ ହେବାକୁ ଥିବାବେଳେ ୧୯ ତାରିଖରେ ନୂଆ ବିଲ୍ଡିଂକୁ ସ୍ଥାନାନ୍ତର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri