ଲାଞ୍ଜିଗଡ,୯। ୯( ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସହର ପୂଜାରୀପଡା ଠାରେ ରହୁଥବା ଏକ ଘରେ ଜଣେ ଯୁବକ ରବିବାର ବେକରେ ଗାମୁଛା ଦେଇ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ଯୁବକ ଜଣକ ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମର କୈଳାସ ଚନ୍ଦ୍ର ପରିଡାଙ୍କ ପୁତ୍ର କମଳାକାନ୍ତ ପରିଡା (୩୦)। କମଳାକାନ୍ତ ଲାଞ୍ଜିଗଡ ବେଦାନ୍ତର ସହଯୋଗୀ ପାୱାରମେକ କମ୍ପାନୀରେ ଟେକନିସିଆନ ଭାବେ କାର୍ଯ୍ୟରତ ଥିଲେ। ପାୱାରମେକ କମ୍ପାନୀର କେତେଜଣ କର୍ମଚାରୀ ଏବଂ ମୃତ କମଳାକାନ୍ତ ଗୋଟିଏ ଭଡ଼ାଘରେ ରହୁଥିଲେ I


