ଏଚ୍‌ସିଏଲ୍‌ ଦେବ ୧୫ ହଜାର ନିଯୁକ୍ତି

ନୂଆଦିଲ୍ଲୀ,୨୨।୭: ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଏଚ୍‌ସିଏଲ୍‌ ଚଳିତ ବର୍ଷ ୧୫ ହଜାର ନିଯୁକ୍ତି ଦେବ। ଗତ ବର୍ଷ କମ୍ପାନୀ ୯ ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା। ଚଳିତ ବର୍ଷ ଏହା ତୁଳନାରେ ଅଧିକ ୬ ହଜାର ଲୋକଙ୍କୁ ନିଯୁକ୍ତି ଯୋଗାଣ ଲାଗି କମ୍ପାନୀ ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡିଛି। କମ୍ପାନୀ ନିକଟକୁ କିଛି ପ୍ରୋଜେକ୍ଟ ଆସିବ କିମ୍ବା ବର୍ତ୍ତମାନ ରହିଥିବା ଅଧିକ କାମକୁ ସାରିବାକୁ ଏଭଳି ନିଷ୍ପତ୍ତି କମ୍ପାନୀ ହୁଏତ ଗ୍ରହଣ କରିଛି ବୋଲି ଆଭାସ ମିଳୁଛି। କମ୍ପାନୀର ଲାଭ ୩୨% ବଢ଼ିଥିବା ଜଣାପଡ଼ିଛି। ୧୭ ଜୁନ୍‌ରେ କମ୍ପାନୀର ତ୍ରୈମାସ ରିପୋର୍ଟ ପ୍ରକାଶ ପାଇଥିଲା। ଲାଭରେ ୩୧.୭୦% ବୃଦ୍ଧି ଘଟି ୨୯୨୫ କୋଟି ଟଙ୍କା ରହିଛି। ଗୋଟିଏ ବର୍ଷ ତଳେ ଜୁନ୍‌ ତ୍ରୈମାସରେ କମ୍ପାନୀ ୨୨୨୦ କୋଟି ଟଙ୍କା ଲାଭ ଅର୍ଜନ କରିଥିଲା। କମ୍ପାନୀର ଶେୟାର ବର୍ତ୍ତମାନ ୫୨ ସପ୍ତାହର ସର୍ବୋଚ୍ଚ ସ୍ତରରେ ରହିଛି। ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ନୂଆ ଅଧ୍ୟକ୍ଷ ଭାବେ ରୋଶନୀ ନାଦାର ନିକଟରେ ଦାୟିତ୍ୱ ଭାର ସମ୍ଭାଳିଥିବା ଜଣାପଡିଛି। ସେ କମ୍ପାନୀକୁ ଏକ ନୂଆ ଦିଗନ୍ତ ଦେବେ ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଆଇଆଇଏମ୍‌ ଛାତ୍ରୀଛାତ୍ରଙ୍କୁ କମ୍ପାନୀ ବାର୍ଷିକ ୨୦-୨୩ ଲକ୍ଷ ପ୍ୟାକେଜ ଦେଉଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଦେଶର ଅନ୍ୟତମ ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଟିସିଏସ୍‌ ୪୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନେଇ ଏକ ଖବର ସାମ୍ନାକୁ ଆସିଛି। ଏ ସମ୍ପର୍କରେ କମ୍ପାନୀ ଚଳିତ ବର୍ଷ ଜାନୁୟାରୀରେ ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Asian Games 2026: ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଆପଣମାନେ ଦେଶକୁ…’

ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏସୀୟ କ୍ରୀଡ଼ା ୨୦୨୬’ (Asian Games 2026) ରେ ଭାରତୀୟ ଦଳର ପ୍ରଦର୍ଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୃଢ଼ ସଂକଳ୍ପ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?