Posted inଜାତୀୟ

ବରିଷ୍ଠ ନାଗରିକଙ୍କୁ ବଡ଼ କ୍ଷମତା ଦେଲେ ହାଇକୋର୍ଟ: ଦେଖାଶୁଣା ନ କଲେ ରଦ୍ଦହେବ ଦାନପତ୍ର

ନୂଆଦିଲ୍ଲୀ,୧୯ା୩: ସନ୍ତାନ ସନ୍ତତି କିମ୍ବା ନିକଟ ସମ୍ପର୍କୀୟ ଦେଖାଶୁଣା ନ କଲେ ବରିଷ୍ଠ ନାଗରିକମାନେ ପୂର୍ବ ସମ୍ପାଦିତ ଦାନପତ୍ରକୁ ରଦ୍ଦ କରିପାରିବେ। ଏପରି କି ଗିଫ୍ଟ ଡିଡ୍‌ରେ ଏହି ସର୍ତ୍ତ ଉଲ୍ଲେଖ କରାଯାଇ ନ ଥିଲେ ମଧ୍ୟ ଏହାକୁ ରଦ୍ଦ କରାଯାଇପାରିବ ବୋଲି ମାଡ୍ରାସ୍‌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ଆଲୋଚ୍ୟ ମାମଲାରେ ଜଷ୍ଟିସ୍‌ ଏସ୍‌.ଏମ୍‌. ସୁବ୍ରମଣ୍ୟମ୍‌ ଏବଂ କେ. ରାଜଶେଖରଙ୍କୁ ନେଇ ଗଠିତ ଖଣ୍ଡପୀଠ ମୃତ ଏସ୍‌. ନାଗଲକ୍ଷ୍ମୀଙ୍କ ବୋହୂ ଏସ୍‌. ମାଲା ଦାଖଲ କରିଥିବା ଅପିଲକୁ ଖାରଜ କରିଦେଇଛନ୍ତି। ନାଗଲକ୍ଷ୍ମୀ ନିଜ ପୁଅ କେଶବନଙ୍କ ସପକ୍ଷରେ ଏକ ସେଟେଲମେଣ୍ଟ ଡିଡ୍‌ (ବୁଝାମଣା ଦଲିଲ) ସମ୍ପାଦନ କରିଥିଲେ।

ନାଗଲକ୍ଷ୍ମୀ ଆଶା କରିଥିଲେ ଯେ, ପୁଅ କେଶବନ୍‌ ଓ ବୋହୂ ମାଲା ଆଜୀବନ ତାଙ୍କ ସେବାଯତ୍ନ କରିବେ। କିନ୍ତୁ ପୁଅବୋହୂ ଏଥିରେ ବିଫଳ ହୋଇଥିଲେ। ଇତିମଧ୍ୟରେ କେଶବନ୍‌ଙ୍କ ମୃତ୍ୟୁ ଘଟିଥିଲା। କେଶବନ୍‌ଙ୍କ ଅନ୍ତେ ମାଲା ନିଜ ଶାଶୁଙ୍କୁ ଜାଣିଶୁଣି ଅବହେଳା କରିବାରେ ଲାଗିଲେ। ଏହାକୁ ନେଇ ନାଗଲକ୍ଷ୍ମୀ ନାଗପଟ୍ଟିନମ୍‌ ରେଭେନ୍ୟୁ ଡିଭିଜନାଲ ଅଫିସର (ଆର୍‌ଡିଓ)ଙ୍କ ଦ୍ୱାରସ୍ଥ ହୋଇଥିଲେ। ଆର୍‌ଡିଓ ତାଙ୍କ ବୟାନ ରେକର୍ଡ କରିବା ପରେ ଉକ୍ତ ବୁଝାମଣାପତ୍ରକୁ ରଦ୍ଦ କରିଦେଇଥିଲେ। ମାଲା ଏହାକୁ ଚ୍ୟାଲେଞ୍ଜକରି ଏକ ପିଟିଶନ ଦାଖଲ କରିଥିଲେ, ଯାହାକି ରଦ୍ଦ ହୋଇଯାଇଥିଲା। ତେଣୁ ମାଲା ଏହା ଉପରେ ମାଡ୍ରାସ୍‌ ହାଇାକୋର୍ଟରେ ଆବେଦନ କରିଥିଲେ।

ଦୁଇଜଣିଆ ଖଣ୍ଡପୀଠ କହିଛନ୍ତି, ବରିଷ୍ଠ ନାଗରିକ ପିଲାଙ୍କଠାରୁ ମୌଳିକ ସୁବିଧା ଆଶାରେ ଦାନପତ୍ର କିମ୍ବା ବୁଝାମଣାପତ୍ର ଜରିଆରେ ନିଜ ସମ୍ପତ୍ତି ହସ୍ତାନ୍ତର କଲେ ମାତାପିତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ, ୨୦୦୭ର ଧାରା ୨୩(୧) ସେମାନଙ୍କୁ ସୁରକ୍ଷା ଦେଇଥାଏ। ଯଦି ହସ୍ତାନ୍ତରିତ ସମ୍ପତ୍ତିର ସମ୍ଭାବ୍ୟ ଗ୍ରହୀତା ନିଜ କର୍ତ୍ତବ୍ୟ ସମ୍ପାଦନରେ ବିଫଳ ହୁଅନ୍ତି ତେବେ ବରିଷ୍ଠ ନାଗରିକ ଏହାକୁ ରଦ୍ଦ କରାଇବା ସକାଶେ ଟ୍ରିବ୍ୟୁନାଲଙ୍କଠାରୁ ଏକ ଘୋଷଣାନାମା ଦାବି କରିପାରିବେ।

ବରିଷ୍ଠ ନାଗରିକ ସ୍ନେହ ଓ ଶ୍ରଦ୍ଧାରେ ପିଲା କିମ୍ବା ନିକଟ ସମ୍ପର୍କୀୟଙ୍କୁ ସମ୍ପତ୍ତି ହସ୍ତାନ୍ତର କରିଥାନ୍ତି। ଏହି ହସ୍ତାନ୍ତର କେବଳ ଏକ ଆଇନଗତ କାର୍ଯ୍ୟ ନୁହେଁ, ବରଂ ସେମାନଙ୍କ ବୃଦ୍ଧାବସ୍ଥାରେ ସେବାଯନତ୍ ପାଇବାର ଆଶା ଏଥିରେ ରହିଥାଏ। ଟ୍ରାଞ୍ଜାକ୍ସନରେ ଭଲପାଇବା ଓ ସ୍ନେହ ଏକ ସୂଚୀତ ସର୍ତ୍ତ ହୋଇ ରହିଥାଏ। ଏପରି କି ଟ୍ରାନ୍ସଫର ଦସ୍ତାବିଜରେ ଏହା ଉଲ୍ଲେଖ କରାଯାଇ ନ ଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇଥାଏ। ସମ୍ପତ୍ତି ଗ୍ରହୀତା ପ୍ରତିଶ୍ରୁତି ମୁତାବକ ଦେଖାଶୁଣା ନ କଲେ ବରିଷ୍ଠ ନାଗରିକ ଉକ୍ତ ଆଇନର ଧାରା ୨୩(୧)କୁ ପ୍ରୟୋଗକରି ସମ୍ପୃକ୍ତ ଦସ୍ତାବିଜକୁ ରଦ୍ଦ କରିଦେଇପାରିବେ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ୮୭ ବର୍ଷୀୟା ନାଗଲକ୍ଷ୍ମୀ ବାଢ଼ିଥିବା ଯୁକ୍ତିରେ ଯଥାର୍ଥତା ରହିଛି। ସୁପ୍ରିମକୋର୍ଟ ଓ ଦେଶର ହାଇକୋର୍ଟଗୁଡ଼ିକ ପୂର୍ବରୁ ଏଭଳି ମାମଲାଗୁଡ଼ିକରେ ଦେଇଥିବା ରାୟ ଅନୁସାରେ ତାଙ୍କ ଦାନପତ୍ରକୁ ରଦ୍ଦ କରାଯାଉଛି ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

ରାଶନ ଦୋକାନରେ ପୁଣି ମିଳିବ କିରୋସିନ: ଶକ୍ତି ସଙ୍କଟ ମଧ୍ୟରେ କେଉଁ ରାଜ୍ୟକୁ ମିଳିଲା ଅନୁମୋଦନ ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୩: ଆଜି ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ୩୨ ତମ ଦିନ। ଏହା ଶକ୍ତି ଯୋଗାଣ ନେଇ ଚିନ୍ତାକୁ ଆହୁରି ଘନୀଭୂତ କରିଛି। ଏହି ଶକ୍ତି ସଙ୍କଟ ମଧ୍ୟରେ,…

ଶ୍ବଶୁର ଘରୁ ମିଳିଥିବା ସମ୍ପତ୍ତି ଉପରେ ନାହିଁ ଜ୍ବାଇଁଙ୍କ ଅଧିକାର, ପ୍ରକୃତ ଉତ୍ତରାଧିକାରୀ କିଏ ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୩୧ା୩: ଶାଶୁଘର ସମ୍ପତ୍ତି ଉପରେ ଜ୍ବାଇଁର କୌଣସି ଅଧିକାର ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । ଯଦି ଜଣେ ହିନ୍ଦୁ ମହିଳା…

ବିମାନର ଏମର୍ଜେନ୍ସି ଗେଟ୍‌ ଖୋଲୁଥିଲେ ଯାତ୍ରୀ, ପଚାରିବାରୁ ଏମିତି କହିଲେ, ସମସ୍ତେ ଆଶ୍ଚର୍ଯ୍ୟ

ବାରାଣସୀ, ୩୧ା୩:ବେଙ୍ଗାଲୁରୁରୁ ବାରାଣସୀ ଅଭିମୁଖେ ଶନିବାର ରାତିରେ ଆସୁଥିବା ଇଣ୍ଡିଗୋ ବିମାନ (୬ଇ-୧୮୫) ଭିତରେ ଘଟିଛି ହାଇଡ୍ରାମା। ଜଣେ ୨୬ ବର୍ଷୀୟ ଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ୧୦୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri