Posted inଜାତୀୟ

ଗୋଟିଏ କପ୍‌ ଚା’ ପିଇ ମାମଲା ସମାଧାନ କର,ନରେତ୍‌…କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କୁ ଗୋଟିଏ କପ୍‌ ଚା’ ପିଇ ମାମଲା ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। ତାମିଲନାଡୁ ରାଜ୍ୟପାଳ ବନାମ ରାଜ୍ୟ ସରକାର ମାମଲାର ଶୁଣାଣି ସମୟରେ, କୋର୍ଟ ଭେଙ୍କଟରମଣିଙ୍କୁ କହିଥିଲେ ଯେ, ଆପଣ ଗୋଟିଏ କପ୍‌ ଚା’ ପିଇ ସମସ୍ୟାର ସମାଧାନ କରନ୍ତୁ, ନଚେତ୍‌ ଆମେ ଆମର ନିଷ୍ପତ୍ତି ଘୋଷଣା କରିବୁ। କୋର୍ଟ ଆହୁରି କହିଛନ୍ତି, ଯଦି ଆପଣ ଏହି କାମ ମାତ୍ର ୨୪ ଘଣ୍ଟା ମଧ୍ୟରେ କରନ୍ତି ତେବେ ଭଲ ହେବ।
୨୦୨୩ ମସିହାରେ, ତାମିଲନାଡୁର ଏମକେ ଷ୍ଟାଲିନ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ରାଜ୍ୟ ସରକାର କହିଥିଲେ ଯେ, ରାଜ୍ୟପାଳ ବିଲ ଧରି ବସିଛନ୍ତି, ଯାହା ଯୋଗୁ ଜନସ୍ବାର୍ଥରେ ନିଷ୍ପତ୍ତି ନିଆଯାଇପାରୁ ନାହିଁ। ଏହି ମାମଲାରେ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କୁ ନୋଟିସ ଜାରି କରିଥିଲେ। ଏହା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇପାରିଲା ନାହିଁ।
ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗରେ ଏକ ଶୁଣାଣି ହୋଇଥିଲା। ରାଜ୍ୟ ସରକାର କହିଥିଲେ, ବହୁ ବିଲ ବର୍ଷ ବର୍ଷ ଧରି ରାଜଭବନରେ ପଡ଼ି ରହିଛି। ଯଦି ବିଲ ଟି ଭୁଲ, ତେବେ ରାଜ୍ୟପାଳ କାହିଁକି ଏଥିରେ ଏକ ନୋଟ ରଖି ବିଧାନସଭାକୁ ପଠାଉ ନାହାନ୍ତି। ବିଲ୍‌କୁ ପକାଇ ରଖିବା ଅନ୍ୟାୟ।
ରାଜ୍ୟ ସରକାରଙ୍କ ପକ୍ଷରୁ ମୁକୁଲ ରୋହତଗୀ ହାଜର ହୋଇଥିଲେ। ଶୁଣାଣି ସମୟରେ ରୋହତଗି କହିଥିଲେ, ପଞ୍ଜାବ ମାମଲାରେ କୋର୍ଟ ରାଜ୍ୟପାଳଙ୍କୁ ବିଲ ବନ୍ଦ ନ କରିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ତାମିଲନାଡୁ ମାମଲା ଦୀର୍ଘ ସମୟ ଧରି ପଡ଼ି ରହିଛି, ଯାହା ଫଳରେ ସାଧାରଣ ଲୋକ ସିଧାସଳଖ କ୍ଷତି ସହୁଛନ୍ତି। ତାମିଲନାଡୁ ସରକାର କହିଛନ୍ତି ଯେ, ରାଜ୍ୟପାଳଙ୍କ କାରଣରୁ ଉଚ୍ଚଶିକ୍ଷାର ପ୍ରମୁଖ ପ୍ରସଙ୍ଗ ଏବଂ ଭାଇସ-ଚାନ୍ସସେଲର ଖୋଜିବା ପାଇଁ ଏକ କମିଟି ଗଠନ ଅଟକି ରହିଛି।

ରାଜ୍ୟପାଳ କଏଦୀଙ୍କ ମୁକ୍ତି ସହିତ ଜଡିତ ବିଲକୁ ମଧ୍ୟ ଅନୁମୋଦନ କରୁନାହାଁନ୍ତି। ରୋହତଗି କହିଛନ୍ତି, ରାଜ୍ୟପାଳ ଯେକୌଣସି ବିଲ ଥରେ ବିଧାନସଭାକୁ ଫେରାଇ ପାରିବେ। ଏହା ପରେ, ଯଦି ଗୃହ ପୁନର୍ବାର ସେହି ବିଲ ଉପସ୍ଥାପନ କରେ, ତେବେ ଏହାକୁ ଅନୁମୋଦନ କରିବା ବାଧ୍ୟତାମୂଳକ।୍‌ ଯଦି ବିଲ ଏତେ ଅସାମ୍ବିଧାନିକ ତେବେ ରାଜ୍ୟପାଳ ଏହାକୁ ସିଧାସଳଖ ରାଷ୍ଟ୍ରପତିଙ୍କ ପାଖକୁ କାହିଁକି ପଠାଉ ନାହାନ୍ତି? ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ଆର ମହାଦେବନ ମାମଲାର ଶୁଣାଣି କରୁଛନ୍ତି। ମହାଦେବନଙ୍କ ଖଣ୍ଡପୀଠ କହିଥିଲେ ଯେ ଆମେ ଏହା ଜାଣିବାକୁ ଚାହୁଁ।

ଏହି ସମୟରେ, ଭେଙ୍କଟରମଣି କହିଛନ୍ତି ଯେ, ବିଲ୍‌ଟି ରାଜଭବନରେ ଅଟକି ନାହିଁ। ଯେଉଁ ବିଲ ଗୁଡ଼ିକୁ ଅନୁମୋଦନ କରାଯାଇ ପାରି ନ ଥିଲା, ଆମେ ତାହା ଫେରାଇ ଦେଇଥିଲୁ। ଏହା ଉପରେ ଜଷ୍ଟିସ ପାର୍ଦିୱାଲା କହିଥିଲେ ଯେ, ଆପଣ ଗୋଟିଏ କପ୍‌ ଚା’ ପିଇ ଏହି ସମସ୍ୟାର ସମାଧାନ କାହିଁକି କରୁନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri