Posted inଫୁରସତ

୧୭ ପୁରୁଷଙ୍କୁ ଆକ୍ରମଣ କରିଛି ହଣ୍ଟେଡ୍‌ ଡଲ୍‌

ଲଣ୍ଡନ: ବ୍ରିଟେନ୍‌ର ଏଲିଜାବେଥ୍‌ ନାମକ ଏକ କଣ୍ଢେଇକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କଣ୍ଢେଇଟି ଏକ ହଣ୍ଟେଡ୍‌ ଡଲ୍‌ ହୋଇଥିବା ନେଇ ଏହାର ମାଲିକ ଲି ଷ୍ଟୀର ଦାବି କରିଛନ୍ତି। ସାଉଥ୍‌ ୟାର୍କସାୟରସ୍ଥିତ ରଦରହମଠାରେ ରହୁଥିବା ପାରାନର୍ମାଲ ଇନ୍‌ଭେଷ୍ଟିଗେଟର ଲି ଷ୍ଟୀର (୩୭) ଇ-କମର୍ସ ପ୍ଲାଟଫର୍ମ ‘ଇ-ବେ’ରୁ ୮୬୬ ପାଉଣ୍ଡ(ପ୍ରାୟ ୯୫ ହଜାର ଚଙ୍କା) ମୂଲ୍ୟରେ ଏହି କଣ୍ଢେଇକୁ କିଣିଥିଲେ। ରଦରହମରେ ଷ୍ଟୀରଙ୍କର ଏକ ମ୍ୟୁଜିୟମ ରହିଛି, ଯେଉଁଠାରେ ସେ ବିଭିନ୍ନ ହଣ୍ଟେଡ୍‌ ବସ୍ତୁର ପ୍ରଦର୍ଶନୀ ଆୟୋଜନ କରିଥାନ୍ତି। ଷ୍ଟୀର ଏଲିଜାବେଥ୍‌କୁ କିଣି ନିଜ ମ୍ୟୁଜିୟମରେ ରଖିଥିଲେ। ଷ୍ଟୀର କହିଛନ୍ତି, ଏଲିଜାବେଥ୍‌ ଏକ ସାଧାରଣ କଣ୍ଢେଇ ପରି ଦେଖାଯାଉଥିଲେ ମଧ୍ୟ ଏହା ଏକ ହଣ୍ଟେଡ୍‌ ଡଲ୍‌। ଏକଦା ସେ ମ୍ୟୁଜିୟମରେ ଏଲିଜାବେଥ ନିକଟରେ ଉପସ୍ଥିତ ଥିବାବେଳେ ତାଙ୍କ ବେକ ଏବଂ ପିଠିରେ କେହି ଆମ୍ପୁଡ଼ିବା ପରି ମନେ କରିଥିଲେ। ଘରେ ଯାଇ ଦେଖିବା ପରେ ସେ ନିଜ ପେଟରେ ଆଘାତ ଥିବା ଦେଖିବାକୁ ପାଇଥିଲେ। କେବଳ ସେ ନୁହନ୍ତି ସଂଗ୍ରହାଳୟକୁ ଆସୁଥିବା ଅନ୍ୟ ପୁରୁଷମାନେ ମଧ୍ୟ ସମାନ ଅନୁଭବ କରିଥିବା ଷ୍ଟୀର କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଉକ୍ତ ହଣ୍ଟେଡ୍‌ ଡଲ୍‌ ତାଙ୍କୁ ମିଶାଇ ୧୭ ଜଣ ପୁରୁଷଙ୍କୁ ଶାରୀରିକ ଭାବେ ଆଘାତ ଦେଇଛି। ତେବେ ଏହାବ୍ୟତୀତ ଏଲିଜାବେଥ୍‌ ଉକ୍ତ ସଂଗ୍ରହାଳୟ ମଧ୍ୟରେ ବିଭିନ୍ନ ବସ୍ତୁକୁ ଏପଟସେପଟ କରି ଏଣେତେଣେ ଫୋପାଡ଼ିବା, ଫାୟାର ଆଲାରାମ୍‌କୁ ବଜାଇବା ଆଦି ଅନେକ କାର୍ଯ୍ୟକଳାପ କରିଥାଏ ବୋଲି ଷ୍ଟୀର କହିଛନ୍ତି। ଧୋକାର ସମ୍ମୁଖୀନ ହୋଇଥିବା କୌଣସି ନବ ବିବାହିତା ମହିଳାଙ୍କର ଆତ୍ମା ଏଲିଜାବେଥ୍‌ ମଧ୍ୟରେ ରହିଥିବା ନେଇ ଷ୍ଟୀର ଅନୁମାନ କରିଛନ୍ତି। ବୋଧହୁଏ ସମ୍ପୃକ୍ତା ମହିଳା କୌଣସି ପୁରୁଷଙ୍କ ଦ୍ୱାରା ବହୁଳ ଭାବେ ଅତ୍ୟାଚାରିତ ହୋଇଛନ୍ତି। ସେଥିପାଇଁ ଉକ୍ତ ହଣ୍ଟେଡ୍‌ ଡଲ୍‌ କେବଳ ବିବାହିତ ପୁରୁଷମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଥିବା ଷ୍ଟୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri