ଲୋକାୟୁକ୍ତରେ ହାଟଡିହୀ ବ୍ଲକ ମାମଲା : ନୋଟିସ ଜାରି ହୋଇଥିବା ତିନି ସରପଞ୍ଚ, ତିନି ପିଇଓ ଏବଂ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ମୃତ, ଦୁଇ ଜଣଙ୍କୁ ସାନି ନୋଟିସ ଜାରି କଲେ ଲୋକାୟୁକ୍ତ

ହାଟଡିହୀ,୨୬।୯(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳନିଆ ପଞ୍ଚାୟତ ସୋଲପଟା ଗ୍ରାମରେ ମନରେଗା ଯୋଜନାରେ ଏକ ପୋଖରୀ କାର୍ଯ୍ୟରେ ଅନିୟମିତତା ହୋଇଥିବା ଘଟଣାକୁ ନେଇ ଲୋକାୟୁକ୍ତ ନିଜ ଆଡୁ ଏକ ମାମଲା କେସ ନଂ ଏଲୱାଇ ୬୦୩/୨୦୨୦ ଦାୟର କରିଥିଲେ । ଦୀର୍ଘ ଦିନ ପରେ ସେହି ସୋଲପଟା ଗ୍ରାମର ହିମାଂଶୁ ଶେଖର ନାୟକ ନାମକ ଜଣେ ବ୍ୟକ୍ତି ଉକ୍ତ ପୋଖରୀ କାର୍ଯ୍ୟକୁ ନେଇ ଆଉ ଏକ ଅଭିଯୋଗ କେସ ନଂ ଏଲୱାଇ ୧୨୨୫/୨୦୨୦ ଲୋକାୟୁକ୍ତଙ୍କ ନିକଟରେ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଲୋକାୟୁକ୍ତ ଦୁଇଟି ଯାକ ମାମଲାକୁ ଏକାଠି ଶୁଣାଣି କରୁଛନ୍ତି । ମାମଲାର ଶୁଣାଣି ଚାଲିଥିବା ଥିବାବେଳେ ଲୋକାୟୁକ୍ତ ୨୦୧୫-୧୬ ରୁ ୨୦୨୦-୨୧ ପର୍ଯ୍ୟନ୍ତ ଅଡିଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ତେବେ ଗତ ସେପ୍ଟେମ୍ବର ୧୫ ଶୁଣାଣରେ ଲୋକାୟୁକ୍ତ ଜାରି କରିଥିବା ନିଦ୍ଦେଶରେ ଦର୍ଶାଯାଇଛି ଯେ, ନୋଟିସ ଜାରି ହୋଇଥିବା ତିନି ସରପଞ୍ଚ, ତିନି ପିଇଓ ଏବଂ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ମୃତ୍ୟୁବରଣ କରି ସାରିଛନ୍ତି । ସୁଶୀଲ ସେଠ ଏବଂ ଶଶାଙ୍କ ଶେଖର ମୁର୍ମୁ ଦୁଇ କର୍ମଚାରୀଙ୍କୁ ସାନି ନୋଟିସ ଜାରି ହୋଇଛି। ପୂର୍ବତନ ବିଡ଼ିଓ ରମେଶ ହାଁସଦା ଜବାବ ପ୍ରଦାନ କରିଥିବା ବେଳେ ଜିଆରଏସ ମନୋଜ ମହାନ୍ତି ଏବଂ ପୂର୍ବତନ ସରପଞ୍ଚ ପ୍ରତିଭା ନାଏକ ଓକିଲ ଙ୍କ ଜରିଆରେ ହଜାର ହୋଇଛନ୍ତି । କେସର ଶୁଣାଣି ଆସନ୍ତା ଡିସେମ୍ବର ୧ରେ ହେବ ବୋଲି ଧାର୍ଯ୍ୟ ହୋଇଛି । ଅପର ପକ୍ଷେ କେସର ଶୁଣାଣି ଚାଲିଥିବା ବେଳେ ଓଡିଶା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ପୂର୍ବରୁ କେନ୍ଦୁଝର ଜିଲାପାଳଙ୍କୁ ଦେଇଥିବା କାର୍ଯ୍ୟନୁଷ୍ଠାନ ନିର୍ଦେଶ ସମ୍ପର୍କିତ ରିପୋର୍ଟ ଲୋକାୟୁକ୍ତ ମଗାଇ ଥିଲେ l ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରିଥିଲେ l ଅନ୍ୟ ଦୁଇ ମାମଲାରେ ହାଇକୋର୍ଟ ୬ଜଣଙ୍କୁ ନୋଟିସ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

କମିବ ତାପମାତ୍ରା; ଘୂର୍ଣ୍ଣିବଳୟ ପ୍ରଭାବରେ ୧ ଯାଏ ଝଡ଼ବର୍ଷା

ଭୁବନେଶ୍ୱର, ୨୭।୩(ବନ୍ଦନା ସେଠୀ): ବର୍ତ୍ତମାନ ଉପର ବାୟୁ ଘୂର୍ଣ୍ଣିବଳୟ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ପର୍ଯ୍ୟନ୍ତ ବ୍ୟାପିିଛି।…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ଓ୍ବାଶିଂଟନ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri