Posted inଖେଳ

କ୍ରିକେଟରୁ ଅବସର ନେଲେ କେ.ଏଲ ରାହୁଲ! ସୋସିଆଲ ମିଡିଆରେ…

ନୂଆଦିଲ୍ଲୀ,୨୩।୮: ଆଜିକାଲି ସୋସିଆଲ ମିଡିଆରେ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର କେ.ଏଲ ରାହୁଲ ବହୁତ ଟ୍ରେଣ୍ଡ କରୁଛନ୍ତି। ନିକଟରେ ରାହୁଲ ଶ୍ରୀଲଙ୍କା ବିପକ୍ଷ ଦିନିକଆ ସିରିଜରେ ଭାଗ ନେଇଥିଲେ, କିନ୍ତୁ ସେ ଅଧିକ ଫର୍ମରେ ନ ଥିଲେ। ସମ୍ପ୍ରତି ସେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବିରତି ନେଇଛନ୍ତି, କିନ୍ତୁ ଗୁରୁବାର ତାଙ୍କର ଗୋଟିଏ ପୋଷ୍ଟରେ ଚର୍ଚ୍ଚା ହେଉଛି। ବାସ୍ତବରେ ରାହୁଲ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ ଯେ ମୋର ଏକ ଘୋଷଣା କରିବାର ଅଛି, ଆପଣମାନେ ଅପେକ୍ଷା କରନ୍ତୁ । ଏହି ପୋଷ୍ଟର କିଛି ସମୟ ପରେ ସୋସିଆଲ ମିଡିଆରେ ଅନେକ ସ୍କ୍ରିନଶଟ ଭାଇରାଲ ହେଉଛି। ଏହି ସ୍କ୍ରିନଶଟରେ ରାହୁଲଙ୍କ ପ୍ରୋଫାଇଲ ଛବି ସହିତ ଏକ ପୋଷ୍ଟ ଅଛି, ଯେଉଁଥିରେ ରାହୁଲ ତାଙ୍କ ଅବସର ଘୋଷଣା କରୁଥିବା ଦେଖାଯାଇଛି। ହେଲେ ଏହାକୁ କ୍ରିକେଟର ଡିଲିଟ୍‌ କରିଦେଇଛନ୍ତି। ଏହା ଭାଇରାଲ ହେବା ମାତ୍ରେ ଏହା ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଥିଲା। ସମସ୍ତେ ଏ ବିଷୟରେ କହିବା ଆରମ୍ଭ କରିଦେଇଥିଲେ।

କିଛି ପ୍ରଶଂସକ ଦାବି କରିଛନ୍ତି ଯେ କେ.ଏଲ ରାହୁଲ ଏହି ପୋଷ୍ଟ ମାଧ୍ୟମରେ ଅବସର ଘୋଷଣା କରିଛନ୍ତି। ଏଥିସହିତ କିଛି ପ୍ରଶଂସକ ଦାବି କରିଛନ୍ତି ଯେ ରାହୁଲ ଏହାକୁ ପୋଷ୍ଟ କରିବା ପରେ ଏହାକୁ ଡିଲିଟ୍‌ କରିଛନ୍ତି। ତେବେ କିଛି ପ୍ରଶଂସକ ଏହାକୁ ନକଲି ଏବଂ ଏହା ଫଟୋସପ ହୋଇଛି ବୋଲି କହିଛନ୍ତି। ତେବେ ଏହି ପୋଷ୍ଟରେ କୌଣସି ସତ୍ୟତା ଦେଖାଯାଉ ନାହିଁ, କାରଣ ବର୍ତ୍ତମାନ ତାଙ୍କ ଷ୍ଟୋରୀରେ ଏହିପରି କିଛି ନାହିଁ ଏବଂ ଅଧିକାଂଶ ପ୍ରଶଂସକ ଏହାକୁ ନକଲି ବୋଲି କହୁଛନ୍ତି। ରାହୁଲଙ୍କୁ ବର୍ତ୍ତମାନ ୩୨ ବର୍ଷ ବୟସ ଏବଂ ତାଙ୍କ ଆଗରେ ତାଙ୍କର ସମସ୍ତ କ୍ୟାରିଅର୍‌ ଅଛି। ଯଦିଓ ସେ ଆଉ ଟି -୨୦ରେ ଦଳର ଅଂଶ ନୁହଁନ୍ତି, ସେ ଦିନିକିଆ ଏବଂ ଟେଷ୍ଟରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବରେ ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟାରିଫ୍‌ ହ୍ରାସ ଦ୍ୱାରା ଉଭୟ ଦେଶ କ’ଣ ଫାଇଦା ପାଇବେ? ବୁଝନ୍ତୁ ପୂରା ଗଣିତ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ରୁଷିଆ ତେଲ କ୍ରୟ ଉପରେ ହଟିଲା ଟାରିଫ, ଭାରତ -ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାରି

ନୂଆଦିଲ୍ଲୀ,୭।୨: ଆମେରିକା ଏବଂ ଭାରତ ଏକ ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତିନାମା ପାଇଁ ଶୁକ୍ରବାର ଢାଞ୍ଚା ପ୍ରକାଶ କରିଛନ୍ତି। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଏକ ବ୍ୟାପକ…

ଟି-୨୦ ବିଶ୍ୱକପ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା: ବଦଳିଲା ଟିମ୍‌

ନୂଆଦିଲ୍ଲୀ,୭।୨:  ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ହର୍ଷିତ ରାଣା ଆଣ୍ଠୁରେ ଆଘାତ ଯୋଗୁ ସମଗ୍ର ଟୁର୍ନାମେଣ୍ଟରୁ…

ଟ୍ରେଡ୍‌ ନୁହେଁ, ଟ୍ରାପ୍‌ ଡିଲ୍‌: କଂଗ୍ରେସ

ନୂଆଦିଲ୍ଲୀ,୭ା୨: ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା, ପୂର୍ବତନ ସେନାମୁଖ୍ୟ ଏମ୍‌.ଏମ୍‌. ନରଓ୍ବଣେଙ୍କ ଅପ୍ରକାଶିତ ପୁସ୍ତକର ବିବାଦୀୟ ପ୍ରସଙ୍ଗ ଏବଂ ବିରୋଧୀ ଦଳର ୮ ଏମ୍‌ପିଙ୍କ ନିଲମ୍ବନକୁ ବିରୋଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri