ହରିୟାଣାର ଦୌଡ଼ପରୀ ଜେଜେମା: ୧୦୬ ବର୍ଷରେ କଲେ ବିଶ୍ୱ ରେକର୍ଡ…

ଚଣ୍ଡିଗଡ଼,୨୭।୯ : ହରିୟାଣାର ଦୌଡ଼ପରୀ ଜେଜେମା ଭାବରେ ଜଣାଶୁଣା ୧୦୬ ବର୍ଷିୟ ରାମବାଈଙ୍କ ଦୌଡ଼ ଦେଖି ଯୁବକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ନିଜ ସ୍ବପ୍ନକୁ ପୂରଣ କରି ରାମବାଈ ବିଦେଶ ମାଟିରେ ଚାରିଟି ପଦକ ଜିତି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ଖେଳ ପ୍ରତି ଥିବା ଏତେ ଉତ୍ସାହ ବଢ଼ିବାରେ ଲାଗିଛି। ସେ କ୍ରମାଗତ ଭାବରେ ଦେଶ ପାଇଁ ପଦକ ଜିତିବାକୁ ଚାହୁଁଛନ୍ତି। ସରକାରଙ୍କଠାରୁ ଆର୍ଥିକ ସହାୟତା ନ ପାଇବାରୁ ରାମବାଈଙ୍କ ମନରେ କଷ୍ଟ ହୋଇଛି। ଏହା ସତ୍ତ୍ୱେ ପଦକ ଜିତିବା ପାଇଁ ତାଙ୍କର ସଂକଳ୍ପ ଜାରି ରହିବ ବୋଲି ସେ କହିଛନ୍ତି।

ଗତ ବର୍ଷ ବେଙ୍ଗାଲୁରୁରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ୧୦୦ ମିଟର ଦୌଡ଼କୁ ୪୫.୪୦ସେକେଣ୍ଡରେ ପୂରଣ କରି ଏକ ନୂଆ ରେକର୍ଡ ସୃଷ୍ଟି କରିବାବେଳେ ଚରଖି ଦାଦ୍ରି ଗାଁରେ ବାସ କରୁଥିବା ରାମବାଈ ଖବରର ଶିରୋନାମା ପାଲଟିଥିଲେ। ଏହାପୂର୍ବରୁ ଏହି ରେକର୍ଡ ମନକୌରଙ୍କ ନାମରେ ଥିଲା। ସେ ୭୪ ସେକେଣ୍ଡରେ ଦୌଡ଼କୁ ସମାପ୍ତ କରିଥିଲେ। ଜାତୀୟ ରେକର୍ଡ ସୃଷ୍ଟି କରିବା ପରେ ରାମବାଈ ଆଉ ପଛକୁ ଫେରି ଚାହିଁ ନ ଥିଲେ ଏବଂ ବିଦେଶ ମାଟିରେ ଖେଳି ଦେଶ ପାଇଁ ପଦକ ଜିତିବାର ସ୍ବପ୍ନ ପୂରଣ କରିବା ପାଇଁ ଏକ ପାସପୋର୍ଟ ତିଆରି କରିଥିଲେ। ମାଲେସିଆରେ ୧୬ ଓ ୧୭ ସେପ୍ଟେମ୍ବରରେ ଅନୁଷ୍ଠିତ ବିଶ୍ୱ ମାଷ୍ଟର ଚାମ୍ପିଅନଶିପରେ ତାଙ୍କର ସ୍ବପ୍ନ ପୂରଣ ହୋଇଥିଲା। ରନିଂ ଇଭେଣ୍ଟରେ ଅଂଶଗ୍ରହଣ କରି ରାମବାଈ ୧୦୦, ୨୦୦ ମିଟର ଦୌଡ଼, ସଟପୁଟ ଏବଂ ଡିସ୍କସ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୦୦ ମିଟର ଦୌଡ଼ରେ ବିଶ୍ୱ ରେକର୍ଡ ସ୍ଥାପନ କରି କରିଛନ୍ତି। ଗାଁରେ ପହଞ୍ଚିବା ପରେ ରାମବାଈଙ୍କୁ ଲୋକେ ସମ୍ମାନିତ କରି ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ରାମବାଈଙ୍କୁ ଉତ୍ସାହିତ କରୁଥିବା ତାଙ୍କ ନାତୁଣୀ ଶର୍ମିଲା ସାଙ୍ଗୱାନ କହିଛନ୍ତି ତାଙ୍କ ଜେଜେମା’ଙ୍କ ଉତ୍ସାହ ଦେଖି ସେ ତାଙ୍କୁ ଗାଁ ପଡ଼ିଆରେ ଅଭ୍ୟାସ କରାଇବାକୁ ଲାଗିଲେ। ସ୍ଥାନୀୟ ଖାଦ୍ୟ ଖାଇବା ଏବଂ ମାଟିରାସ୍ତାରେ ଦୌଡ଼ିବା ପ୍ରସ୍ତୁତିର ଫଳାଫଳ ହେଉଛି ଆମେ ବିଦେଶୀ ମାଟିରେ ଚାରିଟି ପଦକ ଜିତିଛୁ । ଯଦି ସରକାର ତାଙ୍କୁ ସାହାଯ୍ୟ କରନ୍ତି, ତେବେ ସେ ବିଦେଶୀ ମାଟିରେ ଦେଶ ପାଇଁ ପଦକ ଜିତିବାର ଧାରା ଜାରି ରଖିପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

ଟାରିଫ୍‌ ହ୍ରାସ ଦ୍ୱାରା ଉଭୟ ଦେଶ କ’ଣ ଫାଇଦା ପାଇବେ? ବୁଝନ୍ତୁ ପୂରା ଗଣିତ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri