Posted inଜାତୀୟ

ଦିଲ୍ଲୀ ପବନରେ ଜହର ପାଇଁ ଦାୟୀ ହରିୟାଣା: ଏଏପି-ଭାଜପା ମୁହାଁମୁହିଁ…

ନୂଆଦିଲ୍ଲୀ,୬।୧୧ : ଜାତୀୟ ରାଜଧାନୀ ଦିଲ୍ଲୀର ଖରାପ ଜଳବାୟୁକୁ ନେଇ ରାଜନୀତି ଆରମ୍ଭ ହୋଇଛି। ପରସ୍ପର ବିରୁଦ୍ଧରେ ଅଭିଯୋଗ ଏବଂ ପ୍ରତିବାଦ ପ୍ରକ୍ରିୟା ଜାରି ରହିଛି। ସୋମବାର ଆମ ଆଦମୀ ପାର୍ଟି(ଏଏପି) ଦିଲ୍ଲୀର ଖରାପ ପବନ ପାଇଁ ହରିୟାଣାକୁ ଦାୟୀ କରିଛି। ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସଙ୍କଟ ପାଇଁ ହରିୟାଣା ମୁଣ୍ଡରେ ଏଏପି ଅଠା ବୋଳିଛି। ପ୍ରଦୂଷଣକୁ ରୋକିବା ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱାଧୀନ ସରକାର ୨୦୧୪ ମସିହାରୁ ନେଇଥିବା ପଦକ୍ଷେପଗୁଡିକର ସମୀକ୍ଷା କରିବାକୁ ଏଏପି ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର ଦାବି କରିଛନ୍ତି।

ପ୍ରିୟଙ୍କା କକ୍କର କହିଛନ୍ତି, ପଞ୍ଜାବ ଦିଲ୍ଲୀଠାରୁ ୫୦୦ କିଲୋମିଟର ଦୂରରେ। ଯେତେବେଳେ କି ହରିୟାଣା ମାତ୍ର ୧୦୦କିଲୋମିଟର ଦୂରରେ ରହିଛି। ଏଭଳି ପରିସ୍ଥିତିରେ ହରିୟାଣାରେ ପରାଳି ଜଳିବା କାରଣରୁ ଦିଲ୍ଲୀର ବାୟୁ ଗୁଣବତ୍ତା ଖରାପ ହୋଇଯାଇଛି। ୨୦୧୪ ମସିହାରୁ ହରିୟାଣାରେ ଖଟ୍ଟର ସରକାର ନେଇଥିବା ପ୍ରଦୂଷଣ ବିରୋଧୀ ପଦକ୍ଷେପ ସମ୍ପର୍କରେ ଏକ ସମୀକ୍ଷା କରାଯିବା ଉଚିତ। ଦିଲ୍ଲୀରେ ବାୟୁ ପ୍ରଦୂଷଣରେ ୩୧ତିଶତ ହ୍ରାସ ଘଟିଛି।

ସେ କହିଛନ୍ତି, ଅଥନୈତିକ ସର୍ଭେ ୨୦୨୨-୨୩ରେ କେନ୍ଦ୍ର ସରକାର ମଧ୍ୟ ସ୍ବୀକାର କରିଛନ୍ତି ଗତ ଆଠ ବର୍ଷ ମଧ୍ୟରେ ଦିଲ୍ଲୀର ବାୟୁ ଗୁଣବତ୍ତା ସର୍ବୋତ୍ତମ ହୋଇଛି। ସିଏକ୍ୟୁଏମ ତଥ୍ୟ ଏହା ମଧ୍ୟ ଦର୍ଶାଉଛି ପଞ୍ଜାବରେ ପରାଳି ଜଳିବାରେ ୫୦-୬୭ ପ୍ରତିଶତ ହ୍ରାସ ଘଟିଛି। ଏହା ବ୍ୟତୀତ ପ୍ରିୟଙ୍କା କକ୍କର କହିଛନ୍ତି ହରିୟାଣାରେ ପ୍ରଦୂଷିତ ବିଏସ- ବସ ଦିଲ୍ଲୀ ଆସୁଛି। ହରିୟାଣାରେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ହେଉଛି, ଯେଉଁ କାରଣରୁ ଲୋକମାନେ ଡିଜେଲ ଜେନେରେଟର ବ୍ୟବହାର କରୁଛନ୍ତି ଏବଂ ଏହା ମଧ୍ୟ ପ୍ରଦୂଷଣର କାରଣ ପାଳଟିଛି। ହରିୟାଣାରେ କୌଣସି ଡମ୍ପିଂ ପଡିଆ ନାହିଁ । ଯେତେବେଳେ କି ପଞ୍ଜାବରେ ୯ଟି ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଲକଡାଉନ୍‌କୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଦେଶରେ…

ନୂଆଦିଲ୍ଲୀ,୨୭।୩: ଇରାନରେ ଯୁଦ୍ଧ ଯୋଗୁ ଭାରତରେ ଲକଡାଉନ ହେବା ନେଇ ଗୁଜବ ହେଉଛି। ଏହାରି ଭିତରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ରଖିଛନ୍ତି। ଅର୍ଥମନ୍ତ୍ରୀ ସୀତାରାମନ୍‌ କହିଛନ୍ତି, ଦେଶରେ…

ରାପର-ସିଙ୍ଗରଙ୍କ ହାତରେ ଦେଶର ଶାସନ ଭାର

କାଠମାଣ୍ଡୁ,୨୭।୩: ଆଜି ନେପାଳୀ ରାଜନୀତିରେ ଏକ ଐତିହାସିକ ମୁହୂର୍ତ୍ତ ପ୍ରକାଶ ପାଇଛି। ବାଲେନ ଶାହ – ଜଣେ ରାପର୍‌ ଇଞ୍ଜିନିୟର – ଶୁକ୍ରବାର ନେପାଳର ପ୍ରଧାନମନ୍ତ୍ରୀ ଭାବରେ…

ସଠିକ୍ ହିସାବ ଦେଇପାରିଲେନି SDO, ବାନ୍ଧିଲା ଭିଜିଲାନ୍ସ

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ…

ଅନ୍ତର୍ଜାତୀୟ ଡେବ୍ୟୁ କରିପାରିବେ ବୈଭବ ସୂର୍ଯ୍ୟବଂଶୀ, ଆଉ ବାଧକ ସାଜିବନି ICC ନିୟମ

ନୂଆଦିଲ୍ଲୀ,୨୭।୩: ହରାରେ ସ୍ପୋଟର୍‌ସ କ୍ଲବରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ରୌଦ୍ର ରୂପ ଦେଖାଇଥିଲେ। ଇଂଲଣ୍ଡ ବିପକ୍ଷରେ ଫାଇନାଲ…

ଟ୍ରମ୍ପଙ୍କ ନୂଆ ପାଓ୍ବାର: ଏବେ ଆମେରିକୀୟ ଡଲାରରେ ରହିବ ତାଙ୍କ ଦସ୍ତଖତ, ଜାଣନ୍ତୁ ପୂର୍ବରୁ କିଏ କରୁଥିଲେ…

ଓ୍ବାଶିଂଟନ,୨୭ା୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ପାଓ୍ବାର ବଢ଼ିଛି। ଏଣିକି ଆମେରିକୀୟ ଡଲାରରେ ଟ୍ରମ୍ପଙ୍କ ଦସ୍ତଖତ ରହିବ। ଏହା ଆମେରିକାର ସ୍ବାଧୀନତାର ୨୫୦ତମ ବାର୍ଷିକୀ ପାଳନ…

ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ବୋର୍ଡ, PSLକୁ ନେଇ ନେଲା ଏମିତି ନିଷ୍ପତ୍ତି ସାରା ବିଶ୍ୱ ଚକିତ

ଇସଲାମାବାଦ,୨୭।୩: ପାକିସ୍ତାନ ସୁପର ଲିଗ (PSL)ର ଚଳିତ ସିଜିନରେ କିଛି ଭିନ୍ନ ଘଟଣା ଘଟିଛି। PSL 2026 ଶୁକ୍ରବାରଠାରୁ ଆରମ୍ଭ ହୋଇଛି, ଏବଂ ଏହି ଲିଗ ଏହାର…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri