Posted inଜାତୀୟ

ହରିୟାଣା ଏକଜିଟ୍‌ ପୋଲ୍‌: ଭାଜପାକୁ ଜବରଦସ୍ତ ଝଟ୍‌କା, ସରକାର ଗଢିବାକୁ ଯାଉଛି…

ନୂଆଦିଲ୍ଲୀ,୫।୧୦: ଆସିଛି ଭୋଟ ବାହୁଡା ମତ। ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟିଂ ସରିବା ପରେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌। ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ। ତେବେ ଆସନ୍ତୁ ଜାଣିବା ବିଭିନ୍ନ ଏକଜିଟ୍‌ ପୋଲ୍‌ ଏଜେନ୍ସି ଅନୁସାରେ ହରିୟାଣାରେ କିଏ ସରକାର ଗଢିବାକୁ ଯାଉଛି। ୨୦୧୪ ଓ ୨୦୧୯ରେ ହରିୟାଣାରେ କ୍ଷମତା ଦଖଲ କରିଥିବା ଭାଜପାକୁ ଏକଜିଟ ପୋଲ ଫଳାଫଳ ଝଟକା ଦେଇଛି। ହ୍ୟାଟ୍ରିକ ବିଜୟ ପାଇଁ ଲକ୍ଷ୍ୟ ରଖିଥିବା ଭାଜପାକୁ ହରିୟାଣାରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ।ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟରେ କଂଗ୍ରେସ ୧୦ ବର୍ଷ ପରେ ହରିୟାଣାରେ କ୍ଷମତାକୁ ଆସୁଥିବା ଦର୍ଶାଯାଇଛି ।

ଦୈନିକ ଭାସ୍କର ଏକଜିଟ ପୋଲ୍‌ ଅନୁସାରେ ହରିୟାଣାରେ କଂଗ୍ରେସ ସରକାର ଗଢିବାକୁ ଯାଉଛି। ବିଧାନସଭା ୯୦ ଆସନ ମଧ୍ୟରୁ କଂଗ୍ରେସକୁ ୪୪-୫୪ ସିଟ୍‌ ମିଳିପାରେ। ସେହିପରି ଭାଜପାକୁ ୧୫-୨୯ ଆସନ ମିଳିପାରେ ବୋଲି ଆକଳନ ହୋଇଛି।

ସେହିପରି ମ୍ୟାଟ୍ରିଜ ଅନୁସାରେ କଂଗ୍ରେସକୁ ୫୫-୬୨ ସିଟ୍‌ ମିଳିପାରେ। ଭାଜପାକୁ ମାତ୍ର ୧୮-୨୪ ଆସନ ମିଳିପାରେ। ପ୍ରତି ନିର୍ବାଚନରେ କିଙ୍ଗ୍‌ ମେକର୍‌ ସାଜିଥିବା ଜେଜେପି ୦-୩ ଆସନ ପାଇପାରେ ବୋଲି କୁହାଯାଇଛି।

ସେହିପରି ପିପୁଲ ପ୍ଲସ ଅନୁସାରେ କଂଗ୍ରେସକୁ ୪୯-୬୧ ଆସନ ମିଳିପାରେ। ଭାଜପାକୁ ୨୦-୩୨ ଆସନ ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri