ଅମଳ ବେଳେ ଅତ୍ୟଧିକ

ଆଠମଲ୍ଲିକ,୨୨ା୧୧ (ଡି.ଏନ.ଏ.): ଆଖି ଆଗରେ ଉଜାଡ଼ି ଦେଉଛନ୍ତି ଫସଲ। ପାଦରେ ଦଳି ନଷ୍ଟ କରୁଛନ୍ତି ଧାନ, ଆଖୁ ଓ ପରିବା ଚାଷ। ଖବର ଦେଲେ ବି ଘଉଡ଼ାଇବାକୁ ଯାଉନାହାନ୍ତି ବନ କର୍ମଚାରୀ। ବର୍ଷକର ଆହାର ବଞ୍ଚାଇବାକୁ ଉଦ୍ୟମ କରିବା ବେଳେ ହାତୀ ଆକ୍ରମଣର ଶିକାର ହେଉଛନ୍ତି ଚାଷୀ। ବିଶେଷକରି ଧାନ ଅମଳ ସମୟରେ ହାତୀ ଉପଦ୍ରବ ଅତ୍ୟଧିକ ହେଉଥିବା ବେଳେ ଆକ୍ରମଣରେ ଯାଉଛି ମଣିଷ ଜୀବନ। ଗତ ୪ ବର୍ଷରେ ଏପରି ୧୧ ଜଣଙ୍କ ଜୀବନ ନେଲେଣି ହାତୀ। ଏହାକୁ ନେଇ ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡରେ ବଢ଼ୁଛି ଜନ ଅସନ୍ତୋଷ।
ଆଠମଲ୍ଲିକ ବନଖଣ୍ଡର ୫ଟି ରେଞ୍ଜ ଆଠମଲ୍ଲିକ, ଧଣ୍ଡାତୋପା, ମାଧପୁର, ହଣ୍ଡପା ଓ ବାମୁରରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଏହି ବନଖଣ୍ଡରେ ୮୭, ୧୨୪.୮୦୭ ହେକ୍ଟର ଜଙ୍ଗଲ ଥିଲାବେଳେ ସେଥିରୁ ୫୩୮୨.୦୫୬ ହେକ୍ଟର ହେଉଛି ସରଂକ୍ଷିତ। ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ଥିବା ପଞ୍ଚାୟତଗୁଡ଼ିକର ଅଧିକାଂଶ ଗ୍ରାମ ଜଙ୍ଗଲ ନିକଟବର୍ତ୍ତୀ ଥିବାରୁ ଏଠାରେ ହାତୀ ଉପଦ୍ରବ ଲାଗି ରହୁଛି। କେତେବେଳେ ହାତୀ ପଲ ଚାଷ ଜମିରେ ପଶି କ୍ଷୟକ୍ଷତି ଘଟାଉଛନ୍ତି ତ ଆଉ କେବେ ବାଡ଼ି ବଗିଚାରେ ଥିବା କଦଳୀ, ଆମ୍ବ ଆଦି ଗଛ ଭାଙ୍ଗି ନଷ୍ଟ କରିଦେଉଛନ୍ତି। ପରିବା ଚାଷ ମଧ୍ୟ ହାତୀଙ୍କ କବଳରୁ ରକ୍ଷା ପାଇପାରୁ ନାହିଁ। ବିଶେଷକରି ଧାନ ଅମଳ ସମୟରେ ହାତୀପଲ ଗ୍ରାମାଭିମୁଖୀ ହେବା ଚାଷୀଙ୍କ ଚିନ୍ତାର କାରଣ ହେଉଛି। ଫସଲ ଖଳାକୁ ଆଣିବାକୁ ଚାଷୀ ଚାହିଁ ବସିଥିବା ବେଳେ ହାତୀପଲ ବିଲରେ ପଶି ଖାଇବା ସହ ଦଳି ଚକଟି ନଷ୍ଟ କରିଦେଉଛନ୍ତି। ବନ ବିଭାଗକୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ଠିକ୍‌ ସମୟରେ କର୍ମଚାରୀ ପହଞ୍ଚି ଘଡ଼ାଇବାରେ ସକ୍ଷମ ହୋଇପାରୁ ନାହାନ୍ତି। କ୍ଷୟକ୍ଷତିର ଠିକ୍‌ ଆକଳନ କରି ଉପଯୁକ୍ତ କ୍ଷତିପୂରଣ ମଧ୍ୟ ଦେଉନାହାନ୍ତି। ଏହାଛଡ଼ା ସମସ୍ୟା ସମାଧାନ ନିମନ୍ତେ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ। ସୋଲାର ଫେନସିଂ ବ୍ୟବସ୍ଥା କରିବାକୁ ଦାବି ଉଠୁଥିଲେ ମଧ୍ୟ ତାହାକୁ କର୍ଣ୍ଣପାତ କରାଯାଉ ନାହିଁ। ଫଳରେ ଧାନ ଫସଲ ଖାଇବାକୁ ଆସୁଥିବା ହାତୀ ପଲଙ୍କ ଆକ୍ରମଣରେ ଚାଷୀ ଓ ଜନସାଧାରଣଙ୍କ ମୃତ୍ୟୁ ହେଉଛି। ୨୦୧୯ରୁ ୨୦୨୨ ମଧ୍ୟରେ ଆଠମଲ୍ଲିକ ବନଖଣ୍ଡରେ ମୋଟ୍‌ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ୨୦ ତାରିଖ ରବିବାର ରାତିରେ ମଧ୍ୟ ହାତୀ ଜଣେ ଚାଷୀଙ୍କ ଜୀବନ ନେଇଥିବା ଅଭିଯୋଗ ହୋଇଛି। ତୁରନ୍ତ ବନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ
ହାତୀ ଆକ୍ରମଣରେ ଯେଉଁମାନଙ୍କ ଜୀବନ ଯାଉଛି, ସେମାନଙ୍କ ପରିବାରରୁ ଜଣଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସରକାରୀ ଚାକିରି ଦିଆଯାଉ। ଏଥିସହିତ ଉଚିତ କ୍ଷତିପୂରଣ ତୁରନ୍ତ ପ୍ରଦାନ କରାଯାଉ।
-ବଳରାମ ବିଶ୍ୱାଳ, ସଭାପତି, ରାଜିଙ୍ଗ ବନ ସୁରକ୍ଷା ସମିତି

ସୋଲାର ଫେନସିଂ ବ୍ୟବସ୍ଥା ହେଉ
ହାତୀ ଉପଦ୍ରବରୁ ଚାଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଗ୍ରାମ ଚତୁଃପାର୍ଶ୍ୱରେ ସୋଲାର ଫେନସିଂ ବ୍ୟବସ୍ଥା କରାଯାଉ। ଏଥିସହିତ ବନ ବିଭାଗ କର୍ମଚାରୀ ହାତୀ ଘଉଡ଼ାଇବା ଦିଗରେ ତତ୍ପରତା ପ୍ରକାଶ କରନ୍ତୁ।
-ଶରଣ ବିଶ୍ୱାଳ, କୋଷାଧ୍ୟକ୍ଷ, ରାଜିଙ୍ଗ ବନ ସୁରକ୍ଷା ସମିତି

ଜଙ୍ଗଲ ବିଭାଗ ଯତ୍ନବାନ ହେଉ
ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ହେଉଥିଲେ ବି ବନ ବିଭାଗ ଏହାର ସମାଧାନ ଦିଗରେ ସ୍ଥାୟୀ ପଦକ୍ଷେପ ନେଉନାହିଁ। ଏପରି କି ବନ ବିଭାଗ ଓ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ହୋଇପାରୁ ନାହିଁ। ହାତୀ ଦ୍ୱାରା ଯେପରି ଚାଷୀଙ୍କ ଫସଲ କ୍ଷତି ଓ ଜୀବନ ନ ଯାଏ ସେଥିପାଇଁ ବନ ବିଭାଗ ଯତ୍ନବାନ ହେବା ଜରୁରୀ।
-ସୁଶାନ୍ତ ମହାପାତ୍ର, ସଭାପତି, ଆଠମଲ୍ଲିକ ବାର୍‌ ଆସୋସିଏଶନ


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପେଟ୍ରୋଲ ରଖୁଛନ୍ତି କି? ହୋଇପାରେ ଜେଲ, ଜାଣନ୍ତୁ କଡ଼ା ନିୟମ…

ନୂଆଦିଲ୍‌ଲୀ,୨୯।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଦେଶର କିଛି ସ୍ଥାନରେ ପେଟ୍ରୋଲ ଉପଲବ୍ଧତାକୁ ନେଇ ଚିନ୍ତାର ବାତାବରଣ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ, ଲୋକମାନେ ଲମ୍ୱା…

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ଇରାନକୁ ଧ୍ୱଂସ କରିବାକୁ ଆମେରିକାର ‘ମାଷ୍ଟର ପ୍ଲାନ’, ସପ୍ତାହେ ହେବ ଚାଲିଛି ଯୋଜନା, ଜାଣନ୍ତୁ କ’ଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୯।୩: ଇରାନ ସହିତ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, ଆମେରିକା ଏବେ ସ୍ଥଳ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଦି ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ,…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri