Posted inଖେଳ

ଧୋନିଙ୍କୁ ନେଇ ପ୍ରଶ୍ନ ପଚାରିଲେ ପାକିସ୍ତାନ ନାଗରିକ, କଡ଼ା ଜବାବ ଦେଲେ ହରଭଜନ

ନୂଆଦିଲ୍ଲୀ, ୨୦ା୭: ପାକିସ୍ତାନର ଅନେକ କ୍ରୀଡ଼ା ସାମ୍ବାଦିକ ଏବଂ କ୍ରୀଡା ଇନ୍‌ଫ୍ଲ୍ୟୁଏନ୍ସରମାନେ ପ୍ରାୟତଃ ଏପରି କାର୍ଯ୍ୟ କରନ୍ତି, ଯାହା ଦ଼୍ବାରା ଖେଳାଳିଙ୍କ ସହିତ ନିଜ ଦେଶକୁ ସମାଲୋଚନାର ସାମ୍ନା କରିବାକୁ ପଡ଼େ । ସେହିଭଳି, ଏଥର ପାକିସ୍ତାନର କ୍ରୀଡ଼ା ପ୍ରଚାରକ ବା ଇନ୍‌ଫ୍ଲ୍ୟୁଏନ୍ସର ଫରିଦ ଖାନ ସୋସିଆଲ ମିଡିଆରେ କ୍ରିକେଟ ବିଷୟରେ ଏକ ପ୍ରଶ୍ନ ପଚାରି ସମାଲୋଚନାର ଶିକାର ହୋଇଛନ୍ତି । ଟିୱିଟରରେ ତାଙ୍କର ଏକ ପୋଷ୍ଟରେ ସେ ପ୍ରଶ୍ନ କରିଛନ୍ତି ଯେ ଏମଏସ ଧୋନି ଏବଂ ମହମ୍ମଦ ରିଜୱାନଙ୍କ ମଧ୍ୟରେ କେଉଁ ଖେଳାଳି ଭଲ? ଏହି ପ୍ରଶ୍ନ ଉପରେ ଅନେକ କ୍ରିକେଟ ପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ପୂର୍ବତନ ଭାରତୀୟ ଦଳର ଖେଳାଳି ହରଭଜନ ସିଂ ମଧ୍ୟ ପାକିସ୍ତାନର ଏହି ଇନ୍‌ଫ୍ଲ୍ୟୁଏନ୍ସରଙ୍କୁ ଏକ କଡ଼ା ଜବାବ ଦେଇଥିବା ଦେଖିବାକୁ ମିଳିଛି ।

ପାକିସ୍ତାନୀ ଇନ୍‌ଫ୍ଲ୍ୟୁଏନ୍ସରଙ୍କ ପ୍ରଶ୍ନର ଉତ୍ତର ଦେଇ ହରଭଜନ ସିଂ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ଆଜିକାଲି ତୁମେ କ’ଣ ସ୍ମୋକିଂ କରୁଛ କି ?” ଏହା କି ଶସ୍ତା ଏବଂ ମୂର୍ଖ ଭଳି ପ୍ରଶ୍ନ । ଭାଇମାନେ, ତାଙ୍କୁ କୁହ ଯେ ଧୋନି ପ୍ରତ୍ୟେକ କ୍ଷେତ୍ରରେ ରିଜୱାନ ଠାରୁ ବହୁତ ଆଗରେ ଅଛନ୍ତି । ଯଦି ଆପଣ ଏହି ପ୍ରଶ୍ନକୁ ରିଜୱାନଙ୍କୁ ପଚାରନ୍ତି, ସେ ମଧ୍ୟ ସଚ୍ଚୋଟତାର ସହ ଉତ୍ତର ଦେବେ । ମୁଁ ରିଜୱାନଙ୍କୁ ପସନ୍ଦ କରେ, ସେ ଜଣେ ଭଲ ଖେଳାଳି ଏବଂ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି । ତେବେ ଧୋନିଙ୍କ ସହ ତୁଳନା କରିବା ସମ୍ପୂର୍ଣ୍ଣ ଭୁଲ । କାରଣ ଆଜି ବି ସେ ବିଶ୍ୱ କ୍ରିକେଟର ଏକ ନମ୍ବର ଖେଳାଳି ଏବଂ ୱିକେଟ ରକ୍ଷକ କ୍ଷେତ୍ରରେ ତାଙ୍କଠାରୁ ଭଲ କେହି ନାହାଁନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri