Posted inଖେଳ

କୋହଲି ନୁହେଁ, ଏହି କ୍ରିକେଟର୍‌ଙ୍କୁ ପସନ୍ଦ କରନ୍ତି ହରମନପ୍ରୀତ: କହୁ କହୁ କହିଦେଲେ ମନର କଥା…

ଚେନ୍ନାଇ,୧୪।୧୧: ଚେନ୍ନାଇର ଭେଲାମାଲ ନେକ୍ସସ ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ, ଛାତ୍ରମାନେ ହରମନପ୍ରୀତଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ପାଇଥିଲେ। ପିଲାମାନେ ତାଙ୍କୁ ପଚାରିଥିଲେ, ତୁମେ ବିରାଟ କୋହଲିଙ୍କୁ ଅଧିକ ପସନ୍ଦ କର ନା ମହେନ୍ଦ୍ର ସିଂହ ଧୋନୀ? ହରମନ ବିନା ଦ୍ୱିଧାରେ ଏମ୍‌ସ୍‌ ଧୋନୀଙ୍କ ନାମ ନେଇଥିଲେ। ତାଙ୍କର ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ପ୍ରଶଂସକମାନେ ହରମନଙ୍କ ପ୍ରତିକ୍ରିୟାକୁ ପସନ୍ଦ କରୁଛନ୍ତି।
ନଭେମ୍ବର ୨ରେ, ହରମନପ୍ରୀତଙ୍କ ଅଧିନାୟକତ୍ୱରେ, ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ବିଶ୍ୱକପ ଟ୍ରଫି ଜିତିଥିଲା। ଏହି ବିଜୟ କେବଳ ଏକ ଟାଇଟଲ ନୁହେଁ ବରଂ ଭାରତୀୟ ମହିଳା କ୍ରିକେଟ ପାଇଁ ଏକ ସୁବର୍ଣ୍ଣ ମୁହୂର୍ତ୍ତ ଥିଲା। ଏହି ବିଜୟ ସହିତ ହରମନପ୍ରୀତ କପିଲ ଦେବ, ଏମଏସ ଧୋନୀ ଏବଂ ରୋହିତ ଶର୍ମାଙ୍କ ପରି କିମ୍ବଦନ୍ତୀ ଅଧିନାୟକଙ୍କ ମଧ୍ୟରେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମ ସମୟରେ, ସେ କେଉଁ ଖେଳାଳିଙ୍କଠାରୁ ସବୁଠାରୁ ଅଧିକ ପ୍ରେରଣା ପାଆନ୍ତି ସେ ବିଷୟରେ ଆଉ ଏକ ପ୍ରଶ୍ନ ପଚରାଯାଇଥିଲା। ହରମନ ବିନା ଦ୍ୱିଧାରେ ବୀରେନ୍ଦ୍ର ସେହ୍ବାଗଙ୍କ ନାମ ନେଇଥିଲେ। ସେହ୍ବାଗଙ୍କ ନିର୍ଭିକ ଏବଂ ଆକ୍ରମଣାତ୍ମକ ବ୍ୟାଟିଂ ତାଙ୍କୁ ସର୍ବଦା ପ୍ରେରଣା ଦିଏ।
ହରମନପ୍ରୀତ ଯୁବ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ଯେ, ଯଦି ସେମାନେ ଏକ ଲକ୍ଷ୍ୟ ହାସଲ କରିବାକୁ ଚାହାଁନ୍ତି, ତେବେ କଠିନ ପରିଶ୍ରମ ଏବଂ ସ୍ଥିର ଅଭ୍ୟାସ ସଫଳତାର ପଥ। ଏହି ବିଶ୍ୱକପ କେବଳ ତାଙ୍କର ନୁହେଁ, ବରଂ ପ୍ରତ୍ୟେକ ଝିଅଙ୍କର ଯେଉଁମାନେ ବଡ଼ ସ୍ବପ୍ନ ଦେଖନ୍ତି ଏବଂ ତାହା ହାସଲ କରିବାକୁ ସାହସ ରଖନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ରେ ୩ଲକ୍ଷ ଛୁଇଁବ ସୁନା, ବଡ଼ ଭବିଷ୍ୟବାଣୀ କରିଦେଲେ…

ନୂଆଦିଲ୍ଲୀ,୨୯।୧: ଯଦି ଆପଣ ଭାବୁଛନ୍ତି ଯେ ସୁନା ଏବଂ ରୂପା ମୂଲ୍ୟ ବର୍ତ୍ତମାନ ଆକାଶଛୁଆଁ ହେଉଛି, ତେବେ ଏକ କାନାଡିୟ ବ୍ୟାଙ୍କର ଏହି ନୂତନ ରିପୋର୍ଟ ଆପଣଙ୍କୁ…

ରାସ୍ତାରେ ଡ୍ରେନେଜ୍‌ ପାଣି, ବଢୁଛି ଅସନ୍ତୋଷ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ନୂତନ ଡ୍ରେନ ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣ କରାଯାଇ ବରଗଡ଼ ସହର ବିକଶୀତ ହେଉଛି ବୋଲି କୁହାଯାଉଛି। ମାତ୍ର ସହର ମଧ୍ୟରେ ଏଭଳି ସମସ୍ୟା ରହିଛି, ତାହା…

ପୁଣି ଏକ ବଡ଼ଧରଣର ବିମାନ ଦୁର୍ଘଟଣା: ଟେକ୍‌ଅଫ୍‌ବେଳେ ଜଳିଗଲା, ସବୁଯାତ୍ରୀ ମୃତ

ଭେନେଜୁଏଲା,୨୯।୧: କଲମ୍ବିଆ ଏବଂ ଭେନେଜୁଏଲା ସୀମା ନିକଟରେ ଥିବା ନର୍ଟ ଡି ସାଣ୍ଟାଣ୍ଡର ପ୍ରଦେଶରେ ସାଟେନା ଏୟାରଲାଇନ୍ସର ଏକ ବାଣିଜି୍ୟକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମସ୍ତ…

ମରିବୁ ପଛେ ମାଟି ଛାଡ଼ିବୁ ନାହିଁ: ଖଣି ଖନନକୁ ବିରୋଧ

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ନୂଆଗଁା ପଞ୍ଚାୟତ କାର୍ଯ୍ୟାଳୟ ପାଶର୍‌ବରେ ସେରୁବନ୍ଧ ସୁରକ୍ଷା ସମିତିର ଆହ୍ବାନକ୍ରମେ ସେମିଳିଗୁଡ଼ା ଓ ପଟ୍ଟାଙ୍ଗି ବ୍ଲକ୍‌ର ୬…

କୋଟିଆକୁ ନେଇ ତୁଟୁନି ବିବାଦ: ଓଡ଼ିଶାକୁ ଚ୍ୟାଲେଞ୍ଜ୍‌ ଦେଉଛି ଆନ୍ଧ୍ର

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ ସୀମା ବିବାଦ ଲାଗି ରହିଛି। ଏହି ପଞ୍ଚାୟତର ୧୨ ଗ୍ରାମକୁ ଆନ୍ଧ୍ରର…

ଚତୁର୍ଥ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ: ଶିବମ ଦୁବେଙ୍କ ଧୂଆଁଧାର ଅର୍ଦ୍ଧଶତକ ବେକାର

ବିଶାଖାପାଟଣା,୨୮ା୧: ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି।…

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri