Posted inଖେଳ

ଅଧିନାୟକ ପଦ ଛାଡ଼ିବା ପରେ ହରମନପ୍ରୀତ ରଚିଲେ ଇତିହାସ, ଭାଙ୍ଗିଲେ ସ୍ମୃତି ମନ୍ଧାନାଙ୍କ ବଡ଼ ରେକର୍ଡ!

ନୂଆଦିଲ୍ଲୀ, ୨୧।୧୦: ଭାରତୀୟ ମହିଳା ଦଳ ଜିମ୍ବାୱେକୁ ତିନି ମ୍ୟାଚ ବିଶିଷ୍ଟ ମହିଳା ଟି-୨୦ ଅନ୍ତର୍ଜାତୀୟ ସିରିଜରେ ପରାସ୍ତ କରିଛି। ତୃତୀୟ ମ୍ୟାଚରେ ଭାରତର ପୂର୍ବତନ ଅଧିନାୟିକା ହରମନପ୍ରୀତ କୌର ଇତିହାସ ରଚିଛନ୍ତି। ସେ ମାତ୍ର ୪୧ ବଲରେ ୯୧ ରନର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କର ଏହି ଦମଦାର ପ୍ରଦର୍ଶନ ବଳରେ ଟିମ ଇଣ୍ଡିଆ ୯୨ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି। ଏଥିସହ ସେ ବର୍ତ୍ତମାନର ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଭାରତୀୟ ମାଟିରେ ଗୋଟିଏ ଟି-୨୦ ଇନିଂସରେ ସର୍ବାଧିକ ରନ କରିବାର ରେକର୍ଡ ଏବେ ହରମନପ୍ରୀତଙ୍କ ନାମରେ ରହିଛି।

ଜିମ୍ବାୱେ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚରେ ହରମନପ୍ରୀତଙ୍କ ପ୍ରଦର୍ଶନ ସେତେଟା ପ୍ରଭାବଶାଳୀ ନଥିଲା। କିନ୍ତୁ ରାୟପୁରରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ସେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ମାତ୍ର ୪୧ଟି ବଲରେ ୯୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୫ଟି ଛକା ଓ ୧୦ଟି ଚୌକା ମାରିଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ଥିଲା ୨୨୧.୯୫। ଏହି ପ୍ରଦର୍ଶନ ସହ ସେ ନିଜ ନାମକୁ ରେକର୍ଡ ବହିରେ ସାମିଲ କରିଛନ୍ତି।

ଭାରତୀୟ ମାଟିରେ କୌଣସି ଭାରତୀୟ ଖେଳାଳିଙ୍କ ସର୍ବାଧିକ ଟି-୨୦ ଅନ୍ତର୍ଜାତୀୟ ସ୍କୋର ୮୦ ରନ ଥିଲା। ୨୦୨୫ ଡିସେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ ସ୍ମୃତି ମନ୍ଧାନା ୮୦ ରନ କରିଥିଲେ। ଏବେ ହରମନପ୍ରୀତ ଏହି ରେକର୍ଡକୁ ପଛରେ ପକାଇ ଭାରତୀୟ ମାଟିରେ ଗୋଟିଏ ଟି-୨୦ ଇନିଂସରେ ସର୍ବାଧିକ ରନ କରିଥିବା ଭାରତୀୟ ମହିଳା ଖେଳାଳି ହୋଇଛନ୍ତି। ଯଦିଓ ସେ ଶତକଠାରୁ ମାତ୍ର ୯ ରନ ଦୂରରେ ରହିଗଲେ, ତଥାପି ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି।

ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୨୧୬ ରନ ସଂଗ୍ରହ କରିଥିଲା। ହରମନପ୍ରୀତ କୌର ଅପରାଜିତ ୯୧ ରନ କରିଥିବା ବେଳେ ଶେଫାଳି ବର୍ମା ୬୯ ରନ ଏବଂ ଅନୁଷ୍କା ଶର୍ମା ୨୮ ରନ କରିଥିଲେ। ଜିମ୍ବାୱେ ପକ୍ଷରୁ ବିଲଭଡ ବିଜା ୫୦ ରନ ଦେଇ ୩ଟି ଉଇକେଟ୍‌ ନେଇଥିଲେ।

ଜିମ୍ବାୱେକୁ ବିଜୟ ପାଇଁ ୨୧୭ ରନର ଲକ୍ଷ୍ୟ ମିଳିଥିଲା। କିନ୍ତୁ ଭାରତୀୟ ବୋଲରଙ୍କ ଆଗରେ ଦଳର ବ୍ୟାଟିଂ ଲାଇନ ଅପ ତିଷ୍ଠି ପାରିନଥିଲା। କ୍ରାନ୍ତି ଗୌଡ଼ ପ୍ରଥମ ଓଭରର ପ୍ରଥମ ବଲ୍ରେ ହିଁ ଓପନର କେଲିସ ନଡଲୋଭୁଙ୍କୁ ଆଉଟ କରିଥିଲେ। ଏହାପରେ ନନ୍ଦିନୀ ଶର୍ମା ମୋଡେଷ୍ଟର ମୁପାଚିକୱାଙ୍କୁ ମାତ୍ର ୧ ରନର ପ୍ୟାଭିଲିୟନ ପଠାଇଥିଲେ।

ଏହାପରେ ଶାର୍ନେ ମେୟର୍ସ ଓ ବିଲଭଡ ବିଜାଙ୍କ ମଧ୍ୟରେ ଏକ ଭଲ ଭାଗୀଦାରି ଦେଖିବାକୁ ମିଳିଥିଲା। ଶାର୍ନେ ୪୯ ବଲରେ ୬୦ ରନ କରିଥିବା ବେଳେ ବିଲଭଡ ୪୪ ରନ କରିଥିଲେ। ଏହି ଦୁଇ ଖେଳାଳିଙ୍କୁ ଛାଡ଼ିଦେଲେ ଜିମ୍ବାୱେର ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁପାରି ନଥିଲେ। ଶେଷରେ ଜିମ୍ବାୱେ ଦଳ ୨୦ ଓଭରରେ ୭ ଉଇକେଟ୍‌ ହରାଇ ମାତ୍ର ୧୨୪ ରନ କରିପାରିଥିଲା। ଫଳରେ ଭାରତ ୯୨ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା। ଭାରତ ପକ୍ଷରୁ ନନ୍ଦିନୀ ଶର୍ମା ସର୍ବାଧିକ ୩ଟି ଉଇକେଟ୍‌ ନେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?