Posted inଖେଳ

ହରମନପ୍ରୀତ ଅଧିନାୟକ, ନିଲମ ସାମିଲ

ଭୁବନେଶ୍ୱର,୨୮।୨(କ୍ରୀଡ଼ା ପ୍ରତିନିଧି): ମାର୍ଚ୍ଚ ୧୦ରୁ ୧୫ ପର୍ଯ୍ୟନ୍ତ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ ଗୁଡ଼ିକ ପାଇଁ ସୋମବାର ୨୦ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଗତ ହକି ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେଇଥିବା ହରମନପ୍ରୀତ ସିଂ ଅଧିନାୟକଭାବେ ଅପରିବର୍ତ୍ତିତ ରହିଥିବାବେଳେ ହାର୍ଦ୍ଦିକ ସିଂଙ୍କୁ ଉପ-ଅଧିନାୟକ ମନୋନୀତ କରାଯାଇଛି। ଏଥିରେ ଓଡ଼ିଶାରୁ ଏକମାତ୍ର ନିଲମ ସଞ୍ଜିପ ଖେସ ସାମିଲ ହୋଇଛନ୍ତି। ବିର୍ସାମୁଣ୍ଡା ଷ୍ଟାଡିୟମରେ ଘରୋଇ ଭାରତ ସମେତ ବିଶ୍ୱ ଚାମ୍ପିୟନ ଜର୍ମାନୀ ଓ ବିଶ୍ୱର ୪ ନମ୍ବର ଦଳ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ।
ଗତବର୍ଷ ଅକ୍ଟୋବର ଓ ନଭେମ୍ବରରେ ଅନୁଷ୍ଠିତ ସ୍ପେନ୍‌ ଓ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ହରମନପ୍ରୀତ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଏଥିରେ ଭାରତ ଭଲ ପ୍ରଦର୍ଶନ କରିଥିଲା। ଘୋଷିତ ୨୦ ଜଣିଆ ଦଳରେ ଅଭିଜ୍ଞ ଗୋଲକିପର ପି.ଆର. ଶ୍ରୀଜେଶ ନିଜ ସ୍ଥାନ ବଜାୟ ରଖିଥିବାବେଳେ କ୍ରିଷ୍ଣନ ବାହାଦୂର ପାଠକଙ୍କ ସ୍ଥାନରେ ଯୁବ ପ୍ରତିଭା ସମ୍ପନ୍ନ ପଓ୍ବନଙ୍କୁ ସାମିଲ କରାଯାଇଛି। ନିଜ ବାହାଘର ପାଇଁ ପାଠକ ଏବେ ଛୁଟିରେ ଅଛନ୍ତି। ହରମନପ୍ରୀତ ଙ୍କ ବ୍ୟତୀତ ଯୁଗରାଜ ସିଂ, ନିଲମ ସଞ୍ଜିପ୍‌ ଖେସ, ଜରମନପ୍ରୀତ ସିଂ, ସୁମିତ, ମନଜିତ ଓ ମନପ୍ରୀତ ସିଂ ଭାରତୀୟ ଦଳର ରକ୍ଷଣଭାଗ ଚ୍ୟାଲେଞ୍ଜ ସମ୍ଭାଳିବେ। ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ମୋଇରାଙ୍ଗଥେମ୍‌ ରବିଚନ୍ଦ୍ର ସିଂ, ବିଷ୍ଣୁକାନ୍ତ ସିଂ, ଦିଲପ୍ରୀତ ସିଂ, ଶମଶେର ସିଂ ଓ ରାଜକୁମାର ପାଲ୍‌ ମିଡ୍‌ଫିଲ୍ଡରେ ଖେଳିବେ। ଏସ. କାର୍ଥୀ, ସୁଖଜିତ ସିଂ, ଅଭିଷେକ ଓ ଗୁରଜାନ୍ତ ଫରଓ୍ବାର୍ଡ ଲାଇନ୍‌ରେ ରହିବେ। ଡେଭିଡ ଜନ୍‌, ବି.ଜେ. କାରିଆପ୍ପାଙ୍କ ସହ ଶିବେନ୍ଦ୍ର ସିଂଙ୍କୁ ଭାରତୀୟ ଦଳର ଅନ୍ତରିଣ କୋଚ୍‌ ନିଯୁକ୍ତ କରାଯାଇଛି। ଯେଉଁ ଖେଳାଳିମାନେ ଦଳରେ ସାମିଲ ହୋଇ ନାହାନ୍ତି ସେମାନଙ୍କୁ ସିନିୟର ଆନ୍ତଃ ବିଭାଗୀୟ ଜାତୀୟ ଚାମ୍ପିୟନଶିପ୍‌ ଖେଳିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି। ଏହି ପ୍ରତିଯୋଗିତା ବେଙ୍ଗାଲୁରୁଠାରେ ଚଳିତ ମାସ ୨୬ରୁ ଆରମ୍ଭ ହୋଇସାରିଛି। ତେବେ ମନୋନୀତ ୨୦ ଖେଳାଳି ବେଙ୍ଗାଲୁରୁସ୍ଥିତ ସାଇ କ୍ୟାମ୍ପରେ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଟ୍ରେନିଂ ନେଇ ରାଉରକେଲା ଯିବେ।
”ଅନ୍ତର୍ଜାତୀୟ ସ୍ତରରେ କ୍ରମେ ଭଲ ପ୍ରଦର୍ଶନ କରି ଆସୁଥିବା ଯୁବ ଖେଳାଳିମାନଙ୍କୁ ଜାତୀୟ ଚୟନକର୍ତ୍ତାମାନେ ପ୍ରୋ-ଲିଗ୍‌ ପାଇଁ ଦଳରେ ସାମିଲ କରିଛନ୍ତି। ସିନିୟର ଖେଳାଳିଙ୍କ ଉପସ୍ଥିତିରେ ସେମାନେ ଉପଯୁକ୍ତ ମାର୍ଗଦର୍ଶନ ପାଇ ପାରିବେ। ନୂଆ ମୁଖ୍ୟ କୋଚ୍‌ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ଭାରତୀୟ ଦଳ ଅନ୍ତରିଣ କୋଚ୍‌ଙ୍କ ଅଧିନରେ ଖେଳିବ“ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରକାଶ କରିଛନ୍ତି। ମାର୍ଚ୍ଚ ୧୦ରେ ଭାରତ ଏହାର ପ୍ରଥମ ମ୍ୟାଚରେ ଜର୍ମାନୀକୁ ଭେଟିବ।
ଭାରତୀୟ ଦଳ
ଗୋଲକିପର୍ସ: ପି.ଆର. ଶ୍ରୀଜେଶ, ପଓ୍ବନ। ଡିଫେଣ୍ଡର୍ସ: ହରମନପ୍ରୀତ ସିଂ (ଅଧିନାୟକ), ଯୁଗରାଜ ସିଂ, ନିଲମ ସଞ୍ଜିପ ଖେସ୍‌, ଜରମନପ୍ରୀତ ସିଂ, ସୁମିତ, ମନଜିତ ସିଂ, ମନପ୍ରୀତ ସିଂ। ମିଡ୍‌ଫିଲ୍ଡର୍ସ: ହାର୍ଦ୍ଦିକ ସିଂ (ଉପ-ଅଧିନାୟକ), ବିବେକ ସାଗର ପ୍ରସାଦ, ମୋଇରାଙ୍ଗଥେମ୍‌ ରବିଚନ୍ଦ୍ର ସିଂ, ବିଷ୍ଣୁକାନ୍ତ ସିଂ, ଦିଲପ୍ରୀତ ସିଂ, ଶମଶେର ସିଂ, ରାଜ କୁମାର ପାଲ।
ଫରଓ୍ବାଡର୍‌ସ: ଏସ. କାର୍ଥୀ, ସୁଖଜିତ ସିଂ, ଅଭିଷେକ, ଗୁରଜାନ୍ତ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri