Posted inଖେଳ

ହରମନପ୍ରୀତ ଅଧିନାୟକ, ନିଲମ ସାମିଲ

ଭୁବନେଶ୍ୱର,୨୮।୨(କ୍ରୀଡ଼ା ପ୍ରତିନିଧି): ମାର୍ଚ୍ଚ ୧୦ରୁ ୧୫ ପର୍ଯ୍ୟନ୍ତ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବାକୁଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ ଗୁଡ଼ିକ ପାଇଁ ସୋମବାର ୨୦ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଗତ ହକି ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେଇଥିବା ହରମନପ୍ରୀତ ସିଂ ଅଧିନାୟକଭାବେ ଅପରିବର୍ତ୍ତିତ ରହିଥିବାବେଳେ ହାର୍ଦ୍ଦିକ ସିଂଙ୍କୁ ଉପ-ଅଧିନାୟକ ମନୋନୀତ କରାଯାଇଛି। ଏଥିରେ ଓଡ଼ିଶାରୁ ଏକମାତ୍ର ନିଲମ ସଞ୍ଜିପ ଖେସ ସାମିଲ ହୋଇଛନ୍ତି। ବିର୍ସାମୁଣ୍ଡା ଷ୍ଟାଡିୟମରେ ଘରୋଇ ଭାରତ ସମେତ ବିଶ୍ୱ ଚାମ୍ପିୟନ ଜର୍ମାନୀ ଓ ବିଶ୍ୱର ୪ ନମ୍ବର ଦଳ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ।
ଗତବର୍ଷ ଅକ୍ଟୋବର ଓ ନଭେମ୍ବରରେ ଅନୁଷ୍ଠିତ ସ୍ପେନ୍‌ ଓ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ହରମନପ୍ରୀତ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଏଥିରେ ଭାରତ ଭଲ ପ୍ରଦର୍ଶନ କରିଥିଲା। ଘୋଷିତ ୨୦ ଜଣିଆ ଦଳରେ ଅଭିଜ୍ଞ ଗୋଲକିପର ପି.ଆର. ଶ୍ରୀଜେଶ ନିଜ ସ୍ଥାନ ବଜାୟ ରଖିଥିବାବେଳେ କ୍ରିଷ୍ଣନ ବାହାଦୂର ପାଠକଙ୍କ ସ୍ଥାନରେ ଯୁବ ପ୍ରତିଭା ସମ୍ପନ୍ନ ପଓ୍ବନଙ୍କୁ ସାମିଲ କରାଯାଇଛି। ନିଜ ବାହାଘର ପାଇଁ ପାଠକ ଏବେ ଛୁଟିରେ ଅଛନ୍ତି। ହରମନପ୍ରୀତ ଙ୍କ ବ୍ୟତୀତ ଯୁଗରାଜ ସିଂ, ନିଲମ ସଞ୍ଜିପ୍‌ ଖେସ, ଜରମନପ୍ରୀତ ସିଂ, ସୁମିତ, ମନଜିତ ଓ ମନପ୍ରୀତ ସିଂ ଭାରତୀୟ ଦଳର ରକ୍ଷଣଭାଗ ଚ୍ୟାଲେଞ୍ଜ ସମ୍ଭାଳିବେ। ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ମୋଇରାଙ୍ଗଥେମ୍‌ ରବିଚନ୍ଦ୍ର ସିଂ, ବିଷ୍ଣୁକାନ୍ତ ସିଂ, ଦିଲପ୍ରୀତ ସିଂ, ଶମଶେର ସିଂ ଓ ରାଜକୁମାର ପାଲ୍‌ ମିଡ୍‌ଫିଲ୍ଡରେ ଖେଳିବେ। ଏସ. କାର୍ଥୀ, ସୁଖଜିତ ସିଂ, ଅଭିଷେକ ଓ ଗୁରଜାନ୍ତ ଫରଓ୍ବାର୍ଡ ଲାଇନ୍‌ରେ ରହିବେ। ଡେଭିଡ ଜନ୍‌, ବି.ଜେ. କାରିଆପ୍ପାଙ୍କ ସହ ଶିବେନ୍ଦ୍ର ସିଂଙ୍କୁ ଭାରତୀୟ ଦଳର ଅନ୍ତରିଣ କୋଚ୍‌ ନିଯୁକ୍ତ କରାଯାଇଛି। ଯେଉଁ ଖେଳାଳିମାନେ ଦଳରେ ସାମିଲ ହୋଇ ନାହାନ୍ତି ସେମାନଙ୍କୁ ସିନିୟର ଆନ୍ତଃ ବିଭାଗୀୟ ଜାତୀୟ ଚାମ୍ପିୟନଶିପ୍‌ ଖେଳିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି। ଏହି ପ୍ରତିଯୋଗିତା ବେଙ୍ଗାଲୁରୁଠାରେ ଚଳିତ ମାସ ୨୬ରୁ ଆରମ୍ଭ ହୋଇସାରିଛି। ତେବେ ମନୋନୀତ ୨୦ ଖେଳାଳି ବେଙ୍ଗାଲୁରୁସ୍ଥିତ ସାଇ କ୍ୟାମ୍ପରେ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଟ୍ରେନିଂ ନେଇ ରାଉରକେଲା ଯିବେ।
”ଅନ୍ତର୍ଜାତୀୟ ସ୍ତରରେ କ୍ରମେ ଭଲ ପ୍ରଦର୍ଶନ କରି ଆସୁଥିବା ଯୁବ ଖେଳାଳିମାନଙ୍କୁ ଜାତୀୟ ଚୟନକର୍ତ୍ତାମାନେ ପ୍ରୋ-ଲିଗ୍‌ ପାଇଁ ଦଳରେ ସାମିଲ କରିଛନ୍ତି। ସିନିୟର ଖେଳାଳିଙ୍କ ଉପସ୍ଥିତିରେ ସେମାନେ ଉପଯୁକ୍ତ ମାର୍ଗଦର୍ଶନ ପାଇ ପାରିବେ। ନୂଆ ମୁଖ୍ୟ କୋଚ୍‌ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ଭାରତୀୟ ଦଳ ଅନ୍ତରିଣ କୋଚ୍‌ଙ୍କ ଅଧିନରେ ଖେଳିବ“ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରକାଶ କରିଛନ୍ତି। ମାର୍ଚ୍ଚ ୧୦ରେ ଭାରତ ଏହାର ପ୍ରଥମ ମ୍ୟାଚରେ ଜର୍ମାନୀକୁ ଭେଟିବ।
ଭାରତୀୟ ଦଳ
ଗୋଲକିପର୍ସ: ପି.ଆର. ଶ୍ରୀଜେଶ, ପଓ୍ବନ। ଡିଫେଣ୍ଡର୍ସ: ହରମନପ୍ରୀତ ସିଂ (ଅଧିନାୟକ), ଯୁଗରାଜ ସିଂ, ନିଲମ ସଞ୍ଜିପ ଖେସ୍‌, ଜରମନପ୍ରୀତ ସିଂ, ସୁମିତ, ମନଜିତ ସିଂ, ମନପ୍ରୀତ ସିଂ। ମିଡ୍‌ଫିଲ୍ଡର୍ସ: ହାର୍ଦ୍ଦିକ ସିଂ (ଉପ-ଅଧିନାୟକ), ବିବେକ ସାଗର ପ୍ରସାଦ, ମୋଇରାଙ୍ଗଥେମ୍‌ ରବିଚନ୍ଦ୍ର ସିଂ, ବିଷ୍ଣୁକାନ୍ତ ସିଂ, ଦିଲପ୍ରୀତ ସିଂ, ଶମଶେର ସିଂ, ରାଜ କୁମାର ପାଲ।
ଫରଓ୍ବାଡର୍‌ସ: ଏସ. କାର୍ଥୀ, ସୁଖଜିତ ସିଂ, ଅଭିଷେକ, ଗୁରଜାନ୍ତ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri