ବିଜେଡି ଛାଡ଼ି ବିଷ ଓଗାଳିଲେ ହରିଶଙ୍କର, କହିଲେ ଏବେ ବି ନବୀନଙ୍କର ଯାଇନି ପାଣ୍ଡିଆନ ପ୍ରୀତି, ଚାମଚା ସାଜିଛନ୍ତି ଏସବୁ ନେତା

ଭୁବନେଶ୍ୱର,୧୧ା୯: ଗୁରୁବାର ବିଜେଡି ଛାଡ଼ିଛନ୍ତି ଛାତ୍ରନେତା ହରିଶଙ୍କର ରାଉତ। ଦଳ ଛାଡ଼ିବା ସହ ପାଣ୍ଡିଆନଙ୍କ ବିରୋଧରେ ବିଷ ଓଗାଳିଛନ୍ତି ହରିଶଙ୍କର। ସେ କହିଛନ୍ତି, ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି। ଏବେବି ପାଣ୍ଡିଆନ ବିଜେଡିକୁ କବ୍‌ଜା କରି ରଖିଛନ୍ତି। ଅଣଓଡ଼ିଆ ହୋଇ ଦଳକୁ ପରିଚାଳନା କରୁଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନ୍ଧପୁଟୁଳି ବାନ୍ଧିଛନ୍ତି। ପାଣ୍ଡିଆନଙ୍କ ଯୋଗୁ ଆଜି ଦଳର ଏ ସ୍ଥିତି।

ନିର୍ବାଚନରେ ଲୋକେ ଏହାର କଡ଼ା ଜବାବ ଦେଇଛନ୍ତି ଯାହା ସାରା ରାଜ୍ୟ ଦେଖିଛି। ଏହା ସତ୍ତ୍ବେ ନବୀନଙ୍କର ପାଣ୍ଡିଆନ ପ୍ରୀତି ଏଯାଏ ଯାଇନି। ବିଜେଡିରେ କୋଟେରୀ ଗ୍ରୁପ କାମ କରୁଛି, କିଛି ବରିଷ୍ଠ ନେତା ଅଛନ୍ତି। ସେ ସିଧାସଳଖ ବ୍ୟୋମକେଶ ରାୟଙ୍କ ସହ କିଛି ବରିଷ୍ଠ ନେତାଙ୍କ ନାଁ ନେଇ ପାଣ୍ଡିଆନଙ୍କ ଚାମଚା ସାଜିଛନ୍ତି ବୋଲି କହିଛନ୍ତି ହରିଶଙ୍କର।

Share