ହରିରାଜପୁର ପଞ୍ଚଦୋଳ ମେଳଣ ଆରମ୍ଭ

ଡେଲାଙ୍ଗ,୩୧।୩(ରଶ୍ମିରଞ୍ଜନ ପ୍ରଧାନ):ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚଦୋଳ ମେଳଣର ଜମାଣ ଉତ୍ସବ ଶନିବାର ବିଳମ୍ବିତ ରାତ୍ରିରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସିଦ୍ଧ ମେଳଣ ୫ଦିନ ଧରି ହେବାକୁ ଥିବାବେଳେ ଆସନ୍ତା ୩ ତାରିଖ ସନ୍ଧ୍ୟାରେ ଗୋଧୂଳି ଲଗ୍ନରେ ଖୁଣ୍ଟିଲାଗି ଠାକୁରଙ୍କୁ ନେଇ ଦିଅଁ ମେଳଣ ତଥା ହରିହର ଭେଟ କରାଯାଇ ମେଳଣ ସମାପନ କରାଯିବ। ରାତି ୧ଟା ୩୦ ପରେ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିରରେ ସମସ୍ତ ଦେବନୀତି ସମାପନ ପରେ ସୁସଜ୍ଜିତ ଦୋଳ ବିମାନରେ ପଶ୍ଚିମ ଦ୍ୱାର ଦେଇ ବାହାରକୁ ବାହାରି ଏକ ବିରାଟ ପଟୁଆରରେ ମେଳଣ ପଡ଼ିଆକୁ ଯାତ୍ରା ଆରମ୍ଭ କରିଥିଲେ। ସେହିପରି ରାଜତନ୍ତ୍ର ସମୟରେ ତତ୍‌କାଳୀନ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଦେବ ବିଗ୍ରହ ବୁଢାପଡାର ଆରାଧ୍ୟ ଶ୍ରୀ ସୋମନାଥଦେବ, ଛଣଘରର ଶ୍ରୀ ଗତେଶ୍ୱରଦେବ, କନ୍ତିଆ ଗ୍ରାମର ଶ୍ରୀ ବାଲୁଙ୍କେଶ୍ୱରଦେବ ଓ ଟାଙ୍ଗିଭଁସର ଗ୍ରାମର ଶ୍ରୀ ନୀଳକଣ୍ଠେଶ୍ୱର ଦେବଙ୍କ ଦୋଳବିମାନ ମେଳଣରେ ଏକାଠି ହେଲା ପରେ ଆତସବାଜି ପ୍ରଦର୍ଶନ ହୋଇଥିଲା। ସ୍ଥାନାଧିପତି ଶ୍ରୀଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ ଖୁଣ୍ଟିଲାଗି ପରେ ଆଖପାଖ ଅଞ୍ଚଳର ବିଭିନ୍ନ ଗ୍ରାମରୁ ପ୍ରାୟ ୮୫ରୁ ଊର୍ଦ୍ଧ୍ୱ ଠାକୁରଙ୍କ ଦୋଳ ବିମାନ ଏହି ମେଳଣରେ ଖୁଣ୍ଟିଲାଗି ହୋଇଥିଲେ। ରଙ୍ଗବେରଙ୍ଗର ଆଲୋକମାଳା ଓ ଚିତ୍ତାକର୍ଷକ ଆତସବାଜି ପ୍ରଦର୍ଶନରେ ମେଳଣ ପଡିଆ ଝଲସି ଉଠିଥିଲା। ଏଥିରେ ପୁରୀ, ବ୍ରହ୍ମପୁର, ଗଞ୍ଜାମ, କଟକ, ଖୋର୍ଦ୍ଧା, ଡେଲାଙ୍ଗ, କଣାସ ଆଦି ବିଭିନ୍ନ ଅଞ୍ଚଳରୁ ବାଣୁଆ କାରିଗର ପ୍ରତିଯୋଗିତାରେ ଭାଗ ନେଇଥିଲେ। ପାରମ୍ପରିକ ଘୋଡ଼ାନାଚ, ନାଗାନୃତ୍ୟ, ଭଜନ କୀର୍ତ୍ତନ, ବାଦ୍ୟ ବିଚିତ୍ରା, ଘଣ୍ଟ, ତୁରୀ ଓ ଶଙ୍ଖ, ହରିବୋଲ, ହୁଳହୁଳି ଧ୍ୱନିରେ ମେଳଣ ପଡିଆରେ ଏକ ଆଧ୍ୟାମତ୍ିକ ପରିବେଶ ସୃଷ୍ଟି ହୋଇଥିଲା। ସେହିପରି ବିଭିନ୍ନ ମାନସିକଧାରୀ, ଶ୍ରଦ୍ଧାଳୁଙ୍କ ପକ୍ଷରୁ ମଧ୍ୟ ଆତସବାଜି ପ୍ରଦର୍ଶନ କରାଯାଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ଡେଲାଙ୍ଗ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମେଳଣରେ ବିଭିନ୍ନ ଜିଲାରୁ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେବାକୁ ଲକ୍ଷ୍ୟ କରି ପୁରୀ ଏସ୍‌ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ଆଡିଶନାଲ ଏସ୍‌ପି ବିଷ୍ଣୁପ୍ରସାଦ ପତି, ପିପିଲି ଏସ୍‌ଡିପିଓ ବିରଞ୍ଚତ୍ ନାରାୟଣ ପତି, ଡେଲାଙ୍ଗ ଥାନା ଆଇଆଇସି ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ ୫ ଜଣ ଆଇଆଇସି, ୧୦ଜଣ ଏସ୍‌ଆଇ, ୧୯ ଜଣ ଏଏସ୍‌ଆଇ, ୧୫ଜଣ ପୁରୁଷ ସିପାହି, ୭ ଜଣ ମହିଳା ସିପାହି, ୫ ଜଣ ହାବିଲଦାର, ୧୭ ସେକସନ ପୋଲିସ ଫୋର୍ସ ଓ ୮୮ ଜଣ ହେମଗାର୍ଡଙ୍କୁ ମୁତୟନ କରାଯାଇଛି। ମେଳଣ ପଡ଼ିଆର ୪ ପାର୍ଶ୍ୱରେ ଅସ୍ଥାୟୀ ପୋଲିସ ଟେଣ୍ଟ କରାଯାଇ ଅସାମାଜିକ ଯୁବକମାନଙ୍କ ପ୍ରତି ନଜର ରଖାଯାଇଛି ବୋଲି ଆଇଆଇସି ମହାନ୍ତି କହିଛନ୍ତି। ସେହିପରି ଡେଲାଙ୍ଗ ତହସିଲଦାର ସନ୍ତୋସିନୀ ଦାଶଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ନିୟୋଜିତ କରାଯାଇଛି। ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ପ୍ରସାଦ ମହାରଣା ଓ ଡେଲାଙ୍ଗ ବ୍ଲକ ଉନ୍ନୟନ ଅଧିକାରୀ କ୍ଷିତୀଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପୋଲିସ ନିୟନ୍ତ୍ରଣରେ ମେଳଣ କମିଟିର କେତେକ ଯୁବକଙ୍କୁ ନେଇ ଏକ ସ୍ବତନ୍ତ୍ର ସ୍ବେଚ୍ଛାସେବୀ ଟିମ୍‌ ଗଠନ କରାଯାଇଛି। ଅସୁବିଧା କିମ୍ବା ହଜିଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଓ ବିଭିନ୍ନ କାର୍ଯ୍ୟ ପାଇଁ ଏହି ଟିମ୍‌ ସମ୍ପୂର୍ଣ୍ଣ ଭାବେ ପୋଲିସ ପ୍ରଶାସନକୁ ସହଯୋଗ କରିବ। ଏଥିସହ ହରିରାଜପୁର ଫାଣ୍ଡି ସନ୍ନିକଟରେ ଏକ ସୂଚନା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri