Posted inଜାତୀୟ

ଟୁଇଟର ବାୟୋରୁ ଦଳର ନାମ ହଟାଇଲେ ହାର୍ଦ୍ଦିକ

ଗାନ୍ଧୀନଗର,୨।୫: ଗୁଜୁରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଧରଣର ଝଟ୍‌କା ଲାଗିପାରେ। କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲଙ୍କ ଦଳ ଛାଡିବା ନେଇ ଲାଗିରହିଥିବା କଳ୍ପନା ଜଳ୍ପନା ବର୍ତ୍ତମାନ ଆହୁରି ବଢ଼ିଯାଇଛି। ହାର୍ଦ୍ଦିକ ତାଙ୍କ ଟୁଇଟର ବାୟୋରୁ ଦଳର ନାମ ଏବଂ ପୋଷ୍ଟ ହଟାଇ ଦେଇଥିବା ଦେଖିବାକୁ ମିଳିଛି। କୁହାଯାଉଛି, ଗତ କିଛି ଦିନରୁ ହାର୍ଦ୍ଦିକ କଂଗ୍ରେସ ଦଳ ଉପରେ ଅସନ୍ତୋଷ ରହିଛନ୍ତି। ସୂଚନାଯୋଗ୍ୟ, ସୋମବାର ହାର୍ଦ୍ଦିକ ପଟେଲ ତାଙ୍କ ଟୁଇଟର ବାୟୋରୁ କଂଗ୍ରେସର ନାମ ହଟାଇ ନିଜକୁ ଜଣେ ଗର୍ବିତ ଭାରତୀୟ ଦେଶପ୍ରେମୀ ବୋଲି ଲେଖିଛନ୍ତି। ଏଥିସହ ନିଜକୁ ଜଣେ ସାମାଜିକ ତଥା ରାଜନୈତିକ କାର୍ଯ୍ୟକର୍ତ୍ତା ଦର୍ଶାଇବା ସହ ଯିଏ ଏକ ଉନ୍ନତ ଭାରତ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ହାର୍ଦ୍ଦିକ ନିଜ ବାୟୋରେ ଉଲ୍ଲେଖ କରିଛନ୍ତି। ଏହାପୂର୍ବରୁ ମଧ୍ୟ ସେ ତାଙ୍କ ବାୟୋରେ ଏହି ସବୁ ରଖିଥିଲେ। କିନ୍ତୁ ଏହା ସହିତ ସେ ବାୟୋରେ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ। ଯାହାକୁ ବର୍ତ୍ତମାନ ସେ ହଟାଇ ଦେଇଛନ୍ତି। ତେବେ ଏଥିରୁ ହାର୍ଦ୍ଦିକଙ୍କ ଅସନ୍ତୋଷ କଥା ସ୍ପଷ୍ଟ ବାରି ହୋଇପଡ଼ୁଛି। ଅନ୍ୟପଟେ ହାର୍ଦ୍ଦିକ ପଟେଲଙ୍କ ବାୟୋରୁ କଂଗ୍ରେସର ନାମ ହଟାଇବା ଏକ ବଡ ସଙ୍କେତ ଯେ, ସେ ଖୁବ୍‌ଶୀଘ୍ର ଏକ ବଡ ଘୋଷଣା କରିପାରନ୍ତି। ଏହାପୂର୍ବରୁ କୁହାଯାଉଥିଲା ଯେ, ଗୁଜୁରାଟ କଂଗ୍ରେସର ନେତାଙ୍କ ସହ ହାର୍ଦ୍ଦିକ ପଟେଲ ଖୁସି ନୁହଁନ୍ତି ଏବଂ ସେ ମଧ୍ୟ ଏହି ସୂଚନା ଦିଲ୍ଲୀ ପର୍ଯ୍ୟନ୍ତ ବହଞ୍ଚାଇଥିଲେ। କିନ୍ତୁ କୌଣସି ସମାଧାନ ହୋଇପାରି ନ ଥିଲା। ସୂଚନା ମୁତାବକ, ଗୁଜୁରାଟର ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ହାର୍ଦ୍ଦିକ ପଟେଲ କଂଗ୍ରେସରୁ ଇସ୍ତଫା ଦିଅନ୍ତି, ତେବେ ସେ ଭାଜପାରେ ଯୋଗ ଦେଇପାରନ୍ତି। ଆସନ୍ତା କିଛି ମାସ ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଭାଜପା ଦଳରେ ଯୋଗଦେବା ଲାଭଦାୟକ ହୋଇପାରେ। ଏହାପୂର୍ବରୁ ହାର୍ଦ୍ଦିକ ପଟେଲ ମଧ୍ୟ ଖୋଲାଖୋଲି ଭାବେ ଭାଜପାର ଅନେକ ନିଷ୍ପତ୍ତିକୁ ପ୍ରଶଂସା କରିଥିବା ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri