ପୁଣି ପ୍ରେମରେ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ସ୍ତ୍ରୀ, ଜାଣନ୍ତୁ ତାଙ୍କ ବୟଫ୍ରେଣ୍ଡ୍ କିଏ

ମୁମ୍ବାଇ,୩୦/୧୦:ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ୍ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି। କେତେବେଳେ ତାଙ୍କ ମ୍ୟୁଜିକ୍ ଭିଡିଓ ପାଇଁ ତ କେତେବେଳେ ଲୁକ୍ କାରଣରୁ ସେ ଆଲୋଚନାରେ ରହୁଛନ୍ତି। ନିକଟରେ ପ୍ରଯୋଜକ ନିଖିଲ ଦ୍ୱିବେଦୀ ଏକ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ସମସ୍ତ ତାରକା ଯୋଗ ଦେଇଥିଲେ।

 

ପାର୍ଟିରେ ନତାଶାଙ୍କୁ ତାଙ୍କ ଘନିଷ୍ଠ ବନ୍ଧୁ ଆଲେକ୍ଜାଣ୍ଡର ଆଲେକ୍ସଙ୍କ ସହ ଦେଖିବାକୁ ମିଳିଥିଲା। ଦୁହିଁଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାଏ । ଆଲେକଜାଣ୍ଡର ଏକ ଗୋଲ୍ଡେନ୍ ରଙ୍ଗର କୁର୍ତା ସେଟ୍ ରେ ନଜର ଆସିଥିଲେ।

 

ନତାଶା କଳା ଏବଂ ଗୋଲ୍ଡେନ ରଙ୍ଗର ଏକ ସୁନ୍ଦର ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ହାଲକା ମେକଅପ୍ ସହିତ ନତାଶା ପୂରା ଲୁକରେ ବହୁତ ସୁନ୍ଦର ଦେଖାଯାଉଥିଲେ। ସେ ତାଙ୍କ କ୍ଲାସି ଏବଂ ଚମତ୍କାର ଲୁକରେ ଚମକି ଉଠିଥିଲେ ।

 

ନତାଶା ଷ୍ଟାନକୋଭିକ୍ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ସେ ୨୦୨୦ରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିବାହ କରିଥିଲେ। ହାର୍ଦ୍ଦିକଙ୍କ ସହ ନତାଶାଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ଦୁହେଁ ଏକ ପୁଅ ଅଗସ୍ତ୍ୟଙ୍କର ପିତାମାତା ଅଟନ୍ତି । ହେଲେ ସେମାନେ ଛାଡ଼ପତ୍ର ଘୋଷଣା କରିଛନ୍ତି। ଛାଡ଼ପତ୍ର ଘୋଷଣା ପୂର୍ବରୁ ନତାଶା ସର୍ବିଆସ୍ଥିତ ନିଜ ଘରକୁ ଚାଲି ଯାଇଥିଲେ। ହେଲେ ଏବେ ସେ ଭାରତ ଫେରିଛନ୍ତି। ନତାଶାଙ୍କ ପାଖରେ ପୁଅ ଅଗସ୍ତ୍ୟ ଏବେ ରହୁଛନ୍ତି।

 

ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ନତାଶା ଆଲେକଜାଣ୍ଡର ଆଲେକ୍ସଙ୍କ ସହ ନଜର ଆସୁଛନ୍ତି । ଦୁହିଁଙ୍କ ଲିଙ୍କଅପ୍ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଦୁହେଁ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

IPLରୁ ବାଦ୍‌ ପଡ଼ିବା ପରେ ଚମକିଲା ମୁସ୍ତାଫିଜୁର ରହମାନଙ୍କ ଭାଗ୍ୟ

ନୂଆଦିଲ୍ଲୀ, ୫।୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶରେ ବାଂଲାଦେଶର ଷ୍ଟାର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ ରାଇଡର୍ସ ଦଳରୁ ମୁକ୍ତ କରାଯାଇଥିଲା। IPL…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri