Posted inଖେଳ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସବୁଠାରୁ ବଡ଼ ଶକ୍ତି ‘ହନୁମାନ ଚାଳିଶା’

ନୂଆଦିଲ୍ଲୀ,୨୬।୨: ଭାରତୀୟ କ୍ରିକେଟ ଟିମ୍‌ ଲଗାତାର ଦୁଇଟି ମ୍ୟାଚ ଜିତିବା ପରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ପହଞ୍ଚି ସାରିଛି। ଦଳ ମାର୍ଚ୍ଚ ୨ ରେ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ। ଏହା ପୂର୍ବରୁ ଅନେକ ଭାରତୀୟ ଖେଳାଳି ସାକ୍ଷାତକାର ଦେଇ ନିଜ ବିଷୟରେ ଅନେକ ଖୁଲାସା କରିଛନ୍ତି। ତେବେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରକାଶ କରିଥିଲେ ଯେ ସେ ତାଙ୍କ ଫୋନରେ ହନୁମାନ ଚାଳିଶା ସବୁଠାରୁ ଅଧିକ ଶୁଣନ୍ତି।

ଷ୍ଟାର ସ୍ପୋର୍ଟସ X ରେ ଏକ ଭିଡିଓ ଶେୟାର କରିଛି। ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା, ଶ୍ରେୟାସ ଆୟର, ମହମ୍ମଦ ଶାମି ଏବଂ ରବିନ୍ଦ୍ର ଜାଡେଜା ଅନେକ ପ୍ରଶ୍ନର ଉତ୍ତର ଦେଉଛନ୍ତି। ଯେତେବେଳେ ହାର୍ଦ୍ଦିକଙ୍କୁ ତାଙ୍କ ଫୋନରେ ଥିବା ୱାଲପେପର ବିଷୟରେ ପଚରାଗଲା, ସେ ଦେଖାଇଲେ ଯେ ଏଥିରେ ତାଙ୍କର ଏବଂ ତାଙ୍କ ପୁଅ ଅଗସ୍ତ୍ୟଙ୍କ ଫଟୋ ଅଛି। ଏହା ପରେ ତାଙ୍କୁ ପଚରାଗଲା, ତୁମ ଫୋନରେ ସବୁଠାରୁ ଅଧିକ ବାଜିଥିବା ଗୀତ କେଉଁଟି? ଏହାର ଜବାବରେ ହାର୍ଦ୍ଦିକ ’ହନୁମାନ ଚାଳିଶା’ର ନାମ ନେଇଥିଲେ।

ସେହିଭଳି ମହମ୍ମଦ ଶାମି, ରବିନ୍ଦ୍ର ଜାଡେଜା ଏବଂ ଶ୍ରେୟାସ ଆୟରଙ୍କୁ ସେମାନଙ୍କ ଫୋନ ୱାଲପେପର ବିଷୟରେ ପଚରାଯାଇଥିଲା। ଶାମି ଦେଖାଇଲେ ଯେ ୱାଲପେପରରେ ତାଙ୍କ ଝିଅର ଫଟୋ ଅଛି। ଜାଡେଜାଙ୍କ ୱାଲପେପରରେ କାହାର ଫଟୋ ନ ଥିଲା। ଶ୍ରେୟାସଙ୍କ ଫୋନ୍‌ ୱାଲପେପରରେ ତାଙ୍କ ପିଲାଦିନର ଏକ ଫଟୋ ଥିଲା।

ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତାଙ୍କୁ ବାଂଲାଦେଶ ବିପକ୍ଷରେ ବ୍ୟାଟିଂ କରିବାର ସୁଯୋଗ ମିଳି ନ ଥିଲା। ସେ କୌଣସି ଉଇକେଟ ପାଇ ନ ଥିଲେ କିନ୍ତୁ ସେ ୪ ଓଭରରେ କେବଳ ୨୦ ରନ ଦେଇଥିଲେ। ପାକିସ୍ତାନ ବିପକ୍ଷରେ ହାର୍ଦ୍ଦିକ ୮ ଓଭରରେ ୩୧ ରନ ଦେଇ ୨ ଉଇକେଟ ନେଇଥିଲେ, ଯେଉଁଥିରୁ ଗୋଟିଏ ଥିଲା ବାବର ଆଜମଙ୍କ ଉଇକେଟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri