Posted inଖେଳ

ଏସିଆ କପ୍ ଫାଇନାଲ: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଦୁବାଇ,୨୮।୯: ଏସିଆ କପ୍ ୨୦୨୫ର ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ଐତିହାସିକ ମୁକାବିଲା ପାଇଁ ମଞ୍ଚ ପ୍ରସ୍ତୁତ। ଏହି ୪୧ ବର୍ଷିୟ ଟୁର୍ନାମେଣ୍ଟର ଇତିହାସରେ ପ୍ରଥମ ଥର ପାଇଁ ଏହି ଦୁଇ ଚିରପ୍ରତିଦ୍ୱନ୍ଦୀ ଫାଇନାଲରେ ମୁହାଁମୁହିଁ ହେଉଛନ୍ତି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଛନ୍ତି। ତେବେ ଦଳ ପାଇଁ ଏକ ବଡ଼ ଝଟକା ହେଉଛି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି। ଆହତ କାରଣରୁ ହାର୍ଦ୍ଦିକ ଏସିଆ କପ୍ ୨୦୨୫ରୁ ବାଦ୍ ପଡ଼ିଛନ୍ତି।

ଏସିଆ କପ୍ ୨୦୨୫ରେ ଭାରତ ଓ ପାକିସ୍ତାନ ଗତ ୧୫ ଦିନ ମଧ୍ୟରେ ଦୁଇଥର ମୁହାଁମୁହିଁ ହୋଇଛନ୍ତି। ଗ୍ରୁପ୍ ‘ଏ’ ମ୍ୟାଚରେ ଭାରତ ୭ ଉଇକେଟରେ ଓ ସୁପର- ୪ ରେ ୬ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଟି-୨୦ ଫର୍ମାଟରେ ଉଭୟ ଦଳ ୧୫ ଥର ମୁକାବିଲା କରିଛନ୍ତି, ଯେଉଁଥିରେ ଭାରତ ୧୨ ଥର ଓ ପାକିସ୍ତାନ ୩ ଥର ଜିତିଛି। ପୂର୍ବରୁ ଏହି ଟୁର୍ନାମେଣ୍ଟ ଫାଇନାଲରେ ଉଭୟ ଦଳ ୫ ଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ ଭାରତ ୨ ଥର ଓ ପାକିସ୍ତାନ ୩ ଥର ଜିତିଛି।

ଟସ୍ ବେଳେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, “ଆମେ ପ୍ରଥମେ ଫିଲଡିଂ କରିବୁ। ପିଚ୍ ଭଲ ଦେଖାଯାଉଛି ଓ ରାତିରେ ଏହା ବ୍ୟାଟିଂ ପାଇଁ ଅଧିକ ଅନୁକୂଳ ହେବ। ଆମେ ଗତ ୫-୬ଟି ମ୍ୟାଚରେ ଦମଦାର କ୍ରିକେଟ୍ ଖେଳୁଛୁ। ଦୁର୍ଭାଗ୍ୟବଶତଃ ହାର୍ଦ୍ଦିକ ଏହି ମ୍ୟାଚରେ ଖେଳିବେ ନାହିଁ।”

ଅନ୍ୟପକ୍ଷେ, ପାକିସ୍ତାନ ଅଧିନାୟକ ସଲମାନ ଆଘା କହିଛନ୍ତି, “ବ୍ୟାଟିଂ ପାଇଁ ଖୁସି ଅଛୁ। ଆମେ ଏକ ପୂର୍ଣ୍ଣାଙ୍ଗ ମ୍ୟାଚ୍ ଖେଳିବାକୁ ଆଶା କରୁଛୁ। ପିଚ୍ ସମାନ ରହିବ ବୋଲି ଆମେ ଭାବୁଛୁ।”

ଭାରତୀୟ ଦଳରେ ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ଶିବମ ଦୁବେ ଓ ରିଙ୍କୁ ସିଂହ ଅଲଟାଉଣ୍ଡ ଓ ଫିନିଶର ଭୂମିକା ନେବେ। ଦଳରେ ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମସନ (ଉଇକେଟ୍ ରକ୍ଷକ), ଶିବମ ଦୁବେ, ରିଙ୍କୁ ସିଂହ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରାହ ଓ ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି। ବୁମରାହଙ୍କ ନେତୃତ୍ୱରେ ବୋଲିଂ ଆକ୍ରମଣ ଓ କୁଲଦୀପ-ଚକ୍ରବର୍ତ୍ତୀଙ୍କ ସ୍ପିନ୍ ଯୋଡ଼ି ପାକିସ୍ତାନ ବ୍ୟାଟିଂକୁ ଚାପରେ ରଖିବାକୁ ଲକ୍ଷ୍ୟ ରଖିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri