ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏହାକୁ ‘ଅପମାନଜନକ’ ଏବଂ ‘ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ’ ବୋଲି କହିବା ସହ ଉକ୍ତ ଘଟଣାକୁ ନେଇ କଡ଼ା ନିନ୍ଦା କରିଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ, ସେ ଜାଣିଛନ୍ତି ସାର୍ବଜନୀନ ଜୀବନରେ ଧ୍ୟାନ ଏବଂ ସମୀକ୍ଷା ରହିଥାଏ, କିନ୍ତୁ ଆଜି ଯାହା ଘଟିଛି ତାହା ସବୁ ସୀମା ଟପି ଯାଇଛି। ସେ କହିଛନ୍ତି, “ମହିକା ବାନ୍ଦ୍ରାର ଏକ ରେଷ୍ଟୁରାଣ୍ଟରୁ ସିଡ଼ିରେ ଓହ୍ଲାଉଥିବା ବେଳେ ପାପାରାଜିମାନେ ତାଙ୍କର ଏପରି ଏକ ଆଙ୍ଗେଲରୁ ଫଟୋ ଉଠାଇବାକୁ ସ୍ଥିର କଲେ, ଯେଉଁଥିରେ କୌଣସି ମହିଳାଙ୍କୁ ଫଟୋଗ୍ରାଫ୍ କରାଯିବା ଉଚିତ୍ ନୁହେଁ। ଏକ ବ୍ୟକ୍ତିଗତ ମୁହୂର୍ତ୍ତକୁ ଶସ୍ତା ସେନ୍ସେସନ୍‌ରେ ପରିଣତ କରାଗଲା।”

ନିଜ ପୋଷ୍ଟରେ ହାର୍ଦ୍ଦିକ ସମସ୍ତଙ୍କ ପାଇଁ କିଛି ସୀମା ରହିବା ଉଚିତ୍ ବୋଲି କହିଛନ୍ତି। ସେ ଗଣମାଧ୍ୟମ କର୍ମଚାରୀଙ୍କ ପରିଶ୍ରମକୁ ସମ୍ମାନ ଜଣାଇବା ସହ ଅନୁରୋଧ କରିଛନ୍ତି ଯେ ସମସ୍ତେ ସାମାନ୍ୟ ଅଧିକ ବିଚାରଶୀଳ ହୁଅନ୍ତୁ।

ସେ ଆହୁରି ମଧ୍ୟ ଲେଖିଛନ୍ତି, “ଏହା କେବଳ ଖବର କିମ୍ବା କିଏ କ୍ଲିକ୍ କଲା ତାହା ବିଷୟରେ ନୁହେଁ, ଏହା ମୌଳିକ ସମ୍ମାନ ବିଷୟରେ। ମହିଳାମାନେ ସମ୍ମାନର ଅଧିକାରୀ। ସମସ୍ତେ ସୀମାବଦ୍ଧତାର ଅଧିକାରୀ।”

ସେ ଶେଷରେ କହିଛନ୍ତି, “ସବୁକିଛି କ୍ୟାପଚର କରିବାର ଆବଶ୍ୟକତା ନାହିଁ। ପ୍ରତ୍ୟେକ ଆଙ୍ଗେଲରୁ ଫଟୋ ଉଠାଇବାର ଆବଶ୍ୟକତା ନାହିଁ। ଆସନ୍ତୁ ଏହି ଖେଳରେ କିଛି ମାନବିକତା ରଖିବା।”

ସୂଚନାଯୋଗ୍ୟ ଯେ, ମଡେଲ୍ ଏବଂ ଯୋଗ ଟ୍ରେନର ମହିକା ଶର୍ମାଙ୍କ ସହ ନିଜ ସମ୍ପର୍କକୁ ହାର୍ଦ୍ଦିକ ଗତ ଅକ୍ଟୋବର ୨୦୨୫ରେ ସାର୍ବଜନୀନ କରିଥିଲେ। ସେ ନିଜ ଜୀବନର ‘ତିନୋଟି ପ୍ରାଥମିକତା’ ମଧ୍ୟରେ କ୍ରିକେଟ୍ ଏବଂ ପୁଅ ଅଗସ୍ତ୍ୟଙ୍କ ସହିତ ମହିକାଙ୍କୁ ମଧ୍ୟ ସ୍ଥାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

WPL: ଫାଇନାଲରେ ପହଞ୍ଚିଲା ଆର୍‌ସିବି

ଭଦୋଦରା,୨୯ା୧- ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ ଗୁରୁବାର ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଅତି ସହଜରେ ୮ ଉଇକେଟରେ ୟୁପି ଓ୍ବାରିଅର୍ସକୁ…

ଶାନ୍ତି ଆଲୋଚନା ପାଇଁ ଜେଲେନସ୍କିଙ୍କୁ ମସ୍କୋ ନିମନ୍ତ୍ରଣ କଲା ରୁଷିଆ

ନୂଆଦିଲ୍ଲୀ,୨୯।୧: ଚାରି ବର୍ଷ ଧରି ଲାଗି ରହିଥିବା ରୁଷ-ୟୁକ୍ରେନ ଯୁଦ୍ଧର ଘଟିବ ଅନ୍ତ। ଏହି କ୍ରେମଲିନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର…

ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି: ଏତିକି ଟଙ୍କାକୁ ବଢିଗଲା ଲୋକଙ୍କ ମୁଣ୍ଡପିଛା ଆୟ

ଭୁବନେଶ୍ୱର,୨୯।୧: ଓଡ଼ିଶାର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ନିଟ୍ ଘରୋଇ ଉତ୍ପାଦ ୧,୬୮,୯୬୬ ଟଙ୍କାରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ: ଏହି କାମ ପାଇଁ ରାଜ୍ୟ ସରକାରଙ୍କୁ କଲେ ପ୍ରଶଂସା

ଭୁବନେଶ୍ୱର,୨୯।୧: ଗୁରୁବାର ଲୋକସେବା ଭାବନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ଅଜ୍ଞ ବାଙ୍ଗା। ଓଡ଼ିଶାର ବିକାଶ ଧାରାକୁ ଆହୁରି ଗତିଶୀଳ କରିବା ଉପରେ…

ଭାରତୀୟ ସେନା ପାଇଁ ‘ସୁରକ୍ଷା କବଚ’: ହୃଦଘାତ ପୂର୍ବରୁ ସତର୍କ କରାଇବ ସ୍ବଦେଶୀ ଚିପ୍

ନୂଆଦିଲ୍ଲୀ,୨୯।୧: ଭାରତୀୟ ସେନା ପାଇଁ ଏକ ଚମତ୍କାରୀ ଚିପ୍ ବିକଶିତ କରିଛି DRDO। ଦିଲ୍ଲୀର ମିରାଣ୍ଡା ହାଉସ କଲେଜ ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ…

ଭୁବନେଶ୍ୱରରେ ଡେଲିଭରି ବୟଙ୍କୁ ମାରି ଫିଙ୍ଗିଦେଲେ ! ବିଲ ଭିତରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୯।୧(ତ୍ରିନାଥ ମହାନ୍ତି): ମଞ୍ଚେଶର ଥାନା ଅନ୍ତର୍ଗତ ପାଣ୍ଡରା ନିକଟରେ ଥିବା ବିଲ ମଝିର ଏକ ପାଚେରୀ କଡ଼ରୁ ଜଣେ ଡେଲିଭରୀ ବଏଙ୍କ ସନ୍ଦେହ ଜନକ ମୃତଦେହ ଜବତ…

ବୟକଟ ଖେଳ ଶେଷ: ୨ରେ କଲମ୍ବୋରେ ପହଞ୍ଚିବ ପାକିସ୍ତାନ ଦଳ

ଲାହୋର,୨୯ା୧: ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ପାକିସ୍ତାନ ଦଳ ଆସନ୍ତା ୨ ତାରିଖରେ ଶ୍ରୀଲଙ୍କାର କଲମ୍ବୋ ଅଭିମୁଖେ ଯାତ୍ରା କରିବ…

ଯୌତୁକ ପାଇଁ ଗର୍ଭବତୀ ମହିଳା କମାଣ୍ଡୋଙ୍କୁ ଡମ୍ବେଲ୍‌ରେ ପିଟି ପିଟି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୨୯।୧: ରାଜଧାନୀ ଦିଲ୍ଲୀରୁ ଏକ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ରେ କାର୍ଯ୍ୟରତ ୨୭ ବର୍ଷୀୟା ମହିଳା କମାଣ୍ଡୋ କାଜଲଙ୍କୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri