ରାଉଲକେଲା,୨୬।୮(ସଂଗୀତା ଜେନା): ଜୁନ ୧୪ ତାରିଖ ୨୦୨୫ ରେ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ସିଲକୁଟା ଫରେଷ୍ଟ ରେଞ୍ଜରେ ମାଓବାଦୀମାନେ ବିସ୍ପୋରଣ କରିଥିଲେ। କୁମ୍ବିଂ ଅପରେସନ କରୁଥିବା ବେଳେ ଜଣେ ସିଆର୍ପିଏଫ୍ ଯବାନ ଏହି ବିସ୍ପୋରଣରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ରାଉରକେଲା ଆପୋଲୋ ହସ୍ପିଟାଲ ଅଣା ଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଉକ୍ତ ଯବାନଙ୍କ ସେଠାରେ ମୃତ୍ୟୁ ହୋଇ ଯାଇଥିଲା। ଏହି ଘଟଣାରେ ପୋଲିସ ବିଶୁ ସିଂ ନାମକ ଜଣେ ହାର୍ଡ କୋର୍ ମାଓବାଦୀଙ୍କୁ ଗିରଫ କରିଛି। ମଙ୍ଗଳବାର ସା ୬ଟାରେ ରାଉଲକେଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀ ରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଏବଂ ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ଏହି ସୂଚନା ଦେଇଛନ୍ତି।