ବିଜେଡିକୁ ଶକ୍ତ ଧକ୍କା: ଅନାସ୍ଥାରେ ପଦ ହରାଇଲେ ସରପଞ୍ଚ

ବେଲଗୁଣ୍ଠା,୨୬/୨(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ):ବେଲଗୁଣ୍ଠା ବ୍ଲକ ପାଇଲିପଡା ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ଜୟରାମ ନାୟକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବରେ ନିଜର ପଦ ହରାଇଛନ୍ତି। ଗତ ନଭେମ୍ବର ୩୦ ତାରିଖରେ ପାଇଲିପଡା ସରପଞ୍ଚ ଜୟରାମ ନାୟକଙ୍କ ବିରୋଧରେ ୱାର୍ଡ ମେମ୍ବରମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ଏବଂ ଭୋଟ ଗ୍ରହଣ ହୋଇଥିଲା । ଏଥିରେ ସରପଞ୍ଚ ଓ ୧୯ ଜଣ ୱାର୍ଡ ସଭ୍ୟାସଭ୍ୟ ନିଜର ମତ ସାବ୍ୟସ୍ତ କରିଥିଲେ। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶରେ ଫଳାଫଳ ଘୋଷଣା ହୋଇପାରିନଥିଲା। ଭୋଟ ବାକ୍ସକୁ ଭଞ୍ଜନଗର ଟ୍ରେଜେରି ଷ୍ଟ୍ରଙ୍ଗ ରୁମରେ ରହିଥିଲା । ଫଳରେ ଭାଜପା ତରଫରୁ ଏହାକୁ କୋର୍ଟରେ ଅପିଲ କରାଯାଇଥିଲା । କୋର୍ଟ ଏହି ଅପିଲ ସପକ୍ଷରେ ରାୟ ଦେଇ ୨୪ ତାରିଖରେ ଭୋଟ ବାକ୍ସ ଖୋଲି ଗଣତି ଓ ଫଳାଫଳ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପ୍ରକାରେ ମଙ୍ଗଳବାର ବେଲଗୁଣ୍ଠା ତହସିଲଦାର ତଥା ନିର୍ବାଚନ ଅଧିକାରୀ କଳାକୃଷ୍ଣ ପ୍ରଧାନଙ୍କ ଉପସ୍ଥିତିରେ ଭୋଟ ବାକ୍ସ ଖୋଲାଯାଇଥିଲା । ଏଥିରେ ୧୪ ଜଣ ଅନାସ୍ଥା ସପକ୍ଷରେ ମତଦାନ କରିଥିବା ବେଳେ ୬ ଜଣ ଅନାସ୍ଥା ବିପକ୍ଷରେ ଭୋଟ ଦେଇଥିବାରୁ ସରପଞ୍ଚ ଜୟରାମ ନାୟକଙ୍କ ପଦ ରଦ୍ଦ ହୋଇଥିବା ଘୋଷଣା କରାଯାଇଥିଲା। ଜିଲ୍ଲାପାଳଙ୍କୁ ଏ ନେଇ ଅବଗତ କରାଯାଇଥିଲା । ପାଇଲିପଡା ପଞ୍ଚାୟତ ନୁଆଗଡ ଗ୍ରାମର ୧୪ ନମ୍ବର ୱାର୍ଡ଼ ମେମ୍ବର ତଥା ନାଏବ ସରପଞ୍ଚ ସଲିଳା ମହାରଣା ଆଭ୍ୟନ୍ତରୀଣ ସରପଞ୍ଚ ଭାବେ ଦାୟିତ୍ୱ ର୍ନିବାହ କରିବା ନେଇ ଜିଲ୍ଲାପାଳଙ୍କ ଚିଠି ନମ୍ବର ୨୬୨ ପ୍ରକାରେ ନିର୍ଦ୍ଦେଶ ଦେଇଛନ୍ତି। ଗାଙ୍ଗପୁର ଥାନା ଅଧିକାରି ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଇକେଲ କ୍ଲାର୍କଙ୍କ ବଡ଼ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ୍ ଫାଇନାଲରେ ଏହି ଖେଳାଳି ହେବେ ପ୍ଲେୟର ଅଫ….

ନୂଆଦିଲ୍ଲୀ,୮।୩:  ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ମାଇକେଲ କ୍ଲାର୍କ ୨୦୨୬ ଟି- ୨୦ ବିଶ୍ୱକପ୍ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି । କ୍ଲାର୍କ ସେହି ଖେଳାଳିଙ୍କ ବିଷୟରେ କହିଥିଲେ ଯିଏ…

ଅନ୍ତର୍ଜାତୀୟ ମହିଳା ଦିବସରେ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): ଆଜି ବିଶ୍ୱ ପାଳୁଛି ମହିଳା ଦିବସ। ଏହି କ୍ରମରେ ଦାରିଙ୍ଗବାଡ଼ିଠାରେ ଏହି ଦିନରେ ଏକାଧିକ ସ୍ଥାନରେ ଏହି ଦିବସ ବଡ଼ ଧୂମ୍‌ଧାମରେ ପାଳନ କରାଯାଉଛି।…

କଇଁଚିରେ ଶାଶୁଙ୍କ ନାକ କାଟି ଦେଲେ ଜ୍ବାଇଁ, କଟା ନାକ ଧରି ଫେରାର….

ଜୟପୁର,୮।୩: ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି ।…

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍‌, ଏହି ଦିନ ଲଞ୍ଚ କରିବେ ନୂଆ ଦଳ

ଭୁବନେଶ୍ବର,୮ା୩: ଏପ୍ରିଲ୍‌ ୮ରେ ମହମ୍ମଦ ମୋକିମ୍‌ ନୂଆ ଦଳ ଲଞ୍ଚ୍‌ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

ଫାଇନାଲ ମ୍ୟାଚରେ ହେବ ବର୍ଷା! ଜାଣନ୍ତୁ କେମିତି ରହିଛି ପାଗ

ନୂଆଦିଲ୍ଲୀ,୮।୩: ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଟିମ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ଭାରତ ରବିବାର, ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri