Posted inଜାତୀୟ

ଫୋନରେ ପୋଲିସ ଅଧିକାରୀଙ୍କୁ ଗାଳିଗୁଲଜ କରିବା ନୁହେଁ ଅପରାଧ: ହାଇକୋର୍ଟ…

ଏର୍ନାକୁଲମ,୧୬।୧୦ : କେରଳ ହାଇକୋର୍ଟ ଜଣେ ୫୧ ବର୍ଷ ବୟସ୍କା ମହିଳାଙ୍କ ବିରୋଧରେ ଫୋନ ଯୋଗେ ଦୁର୍ବ୍ୟବହାର କରିଥିବା ଅଭିଯୋଗର ଶୁଣାଣି କରି କହିଛନ୍ତି ଏହି କାର୍ଯ୍ୟ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୨୯୪(ବି) ଅନୁଯାୟୀ ଅଶ୍ଳୀଳ ଅପରାଧ ନୁହେଁ। ଏହି ଧାରାରେ ମାମଲା ରୁଜୁ ପାଇଁ କେତେକ ଆବଶ୍ୟକତା ରହିଛି। ଏହାର ବିଚାର କରି ଜଷ୍ଟିସ ପି.ଭି କୁହ୍ନିକ୍ରିଷ୍ଣନ କହିଛନ୍ତି ଯଦି କୌଣସି କାର୍ଯ୍ୟ ସର୍ବସାଧାରଣ ସ୍ଥାନରେ କରାଯାଇ ନ ଥାଏ ତେବେ ଏହା ଅଶ୍ଳୀଳ ନୁହେଁ।

ଏହି ମାମଲାରେ ମହିଳା କୌଣସି ଅପରାଧ କରିନାହାଁନ୍ତି, ତେଣୁ ମାମଲାକୁ ଖାରଜ କରାଯାଉଛି।
ମହିଳା ଜଣକ ତାଙ୍କ ଘର ନିକଟରେ ଶବ୍ଦ ପ୍ରଦୂଷଣ ହେଉଥିବା ଅଭିଯୋଗ କରି ଆଲାପୁଝା ପୋଲିସ ଅଧୀକ୍ଷକଙ୍କ ନିକଟକୁ ଯାଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଥିଲା।

ଆବେଦନକାରୀ ମହିଳା ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ଯୁକ୍ତିତର୍କ କରିଥିଲେ ଏବଂ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ହାଇକୋର୍ଟ ସେମାନଙ୍କ ଯୁକ୍ତି ଶୁଣିବାବେଳେ କହିଛନ୍ତି କୌଣସି ମକଦ୍ଦମାକାରୀ କିମ୍ବା ଓକିଲ କୋର୍ଟରେ ଯୁକ୍ତି କରିବା ଆବଶ୍ୟକ ନାହିଁ, କାରଣ କୋର୍ଟରେ ଏହି ମାମଲାରେ ଯୁକ୍ତି କରିବା ତାଙ୍କର ସାମ୍ବିଧାନିକ ଅଧିକାର। ଆବେଦନକାରୀ କହିଛନ୍ତି ଯେତେବେଳେ ଶବ୍ଦ ପ୍ରଦୂଷଣ ଅସହ୍ୟ ହୋଇପଡିଥିଲା, ସେତେବେଳେ ସେ ତାଙ୍କ  ମୋବାଇଲ ଫୋନରେ ଏସଏଚଓକୁ ଫୋନ କରି ତାଙ୍କ ଅଭିଯୋଗର ସ୍ଥିତି ଜାଣିବାକୁ ଚାହିଁଥିଲେ ଏବଂ ଗାଳିଗୁଲଜ କରିଥିଲେ।

ହାଇକୋର୍ଟ କହିଛନ୍ତି ଆବେଦନକାରୀ ମହିଳା ଫୋନରେ ଏସଏଚଓ ସହିତ ଯୋଗାଯୋଗ କରିବା ସମୟରେ ଅଶ୍ଳୀଳ ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତଥାପି, ଯଦିଓ ସେ ଫୋନରେ ଅପମାନଜନକ ଭାଷା ବ୍ୟବହାର କରୁଥିଲେ, ଏହା ଆଇପିସିର ଧାରା ୨୯୪ (ବି) ଅନୁଯାୟୀ ଅଶ୍ଳୀଳ ଅପରାଧର ହେବ ନାହିଁ । ହାଇକୋର୍ଟ କହିଛନ୍ତି ଅଭିଯୋଗରେ ଦର୍ଶାଯାଇଥିବା ଅପମାନଜନକ ଶବ୍ଦ ଆଇପିସିର ଧାରା ଅନୁଯାୟୀ ଅପରାଧର ମାନଦଣ୍ଡ ପୂରଣ କରୁନାହିଁ। ଉକ୍ତ ମହିଳାଙ୍କ ବିରୋଧରେ ଏଫଆଇଆର ଦାଖଲ ହେବାର ଏବଂ ଆଇନ ସୀମା ମଧ୍ୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ ଆଲାପୁଜା ଜିଲ୍ଲା ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri