ଶୁଟିଂ ସେଟରେ ହିଁ ଆମିରଙ୍କୁ ମନ ଦେଇ ବସିଥିଲେ କିରଣ

ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶିକା ଭାବେ କିରଣ ରାଓଙ୍କର ଯେତିକି ପରିଚୟ ଅଛି ତା’ଠାରୁ ସେ ଅଧିକ ପରିଚିତ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ପତ୍ନୀ ଭାବେ । କିରଣ ତେଲେଙ୍ଗାନାରେ ୭ ନଭେମ୍ବର ୧୯୭୩ରେ ଜନ୍ମ ହୋଇଥିଲେ ବି ଦିଲ୍ଲୀରେ ପାଠ ପଢିଛନ୍ତି । ଆଉ ଫିଲ୍ମରେ ରୁଚି ଥିବାରୁ ସେ ମୁମ୍ବାଇ ଆସି ପ୍ରଥମେ ଆସିଷ୍ଟାଣ୍ଡ ଡାଇରେକ୍ଟର ଭାବେ କାମ ଆରମ୍ଭ କରିଥିଲେ । ଆଉ ଏହାପରଠାରୁ ସେ ଆଉ ପଛକୁ ନ ଚାହିଁ ବଲିଉଡରେ ନିଜର କ୍ୟାରିୟର ଗଢିଥିଲେ । କେବଳ କ୍ୟାରିୟର ନୁହେଁ ନିଜ ସଂସାର ବି ଗଢିଲେ ମାୟା ନଗରୀରେ । ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କୁ ଆସିଷ୍ଟ କରୁଥିବା ବେଳେ ଫିଲ୍ମ ‘ଲଗାନ’ର ସେଟରେ ସେ ଆମିରଙ୍କୁ ଭେଟିଥିଲେ । ଆଉ ସେହିଠାରୁ ହିଁ ସେମାନଙ୍କର ବନ୍ଧୁତା ଆରମ୍ଭ ହୋଇ ପରେ ଏହା ପ୍ରେମର ରୂପ ନେଇଥିଲା । ଆଉ ଉଭୟ ଗଢିଥିଲେ ଏକ ସୁନ୍ଦର ସଂସାର । ଲଗାନର ଶୁଟିଂ ସମୟରେ ଆମିର ସାମାନ୍ୟ ଅପସେଟ୍ ରହୁଥିଲେ । ସେତେବେଳକୁ ତାଙ୍କ ପ୍ରଥମ ପତ୍ନୀ ରିନାଙ୍କଠାରୁ ସେ ଅଲଗା ହୋଇ ସାରିଥିଲେ । ଆଉ ଏହାରି ଭିତରେ ଆମରିଙ୍କ ଜୀବନ ଖୁବ୍ ଉଥ୍‌ଥାନ ପତନ ଦେଇ ଗତି କରୁଥିବା ବେଳେ କିରଣ ବଢାଇଥିଲେ ବନ୍ଧୁତାର ହାତ । ଆଉ ଏହି ବନ୍ଧୁତା ପରେ ଜୀବନସାଥୀର ରୂପନେଲା । ୨୦୦୫ରେ ଉଭୟ ବିବାହ କରିନେଲେ । ଉଭୟଙ୍କର ଏକ ପୁଅ ଆଜାଦ ରାଓ ଖାଁ ଥିବା ବେଳେ ୨୦୨୧ରେ ଉଭୟ ଅଲଗା ହୋଇଯାଇଛନ୍ତି । ଯାହାକୁ ନେଇ କିଛିଦିନ ହେବ ଉଭୟ ଚର୍ଚ୍ଚାରେ ରହି ଆସୁଛନ୍ତି । ପୁଅ ଆଜାଦ ଏବେ କିରଣଙ୍କ ପାଖରେ ଥିବା ବେଳେ ଉଭୟ ମିଶି ପିଲାର ଯତ୍ନ ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri