୨୧ ବର୍ଷରେ ବିବାହ ୨୫ ବର୍ଷରେ ତଲାକ

ମୁମ୍ବାଇ: ରାଜ ପରିବାରରୁ ଆସିଥିବା ବଲିଉଡ ନାୟିକା ଅଦିତି ରାଓ ହାଇଦରୀ ଶୁକ୍ରବାର ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି । ଇଣ୍ଡଷ୍ଟ୍ରିରେ ଅଦିତିଙ୍କର ଏବେ କୋଟି କୋଟି ପ୍ରଶଂସକ । ତାଙ୍କ କ୍ୟାରିୟରରେ ସେ କିଛି ହିଟ ମୁଭି ଭେଟିଦେଇ ଦର୍ଶକଙ୍କ ନିକଟତର ହୋଇଛନ୍ତି । ୨୮ ଅକ୍ଟୋବର ୧୯୮୬ରେ ହାଇଦ୍ରାବାଦର ରୟାଲ ଫ୍ୟାମିଲିରେ ଜନ୍ମ ନେଇଥିଲେ ଅଦିତି । ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ ।
ରିପୋର୍ଟ ଅନୁଯାୟୀ, ଅଦିତି ମାତ୍ର ୨୧ ବର୍ଷ ବୟସରେ ବିବାହ କରିଥିବା ବେଳେ ୪ ବର୍ଷ ପରେ ଅର୍ଥାତ୍ ୨୫ ବର୍ଷ ବୟସରେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ । ପ୍ରଥମେ ପ୍ରଥମେ ଅଦିତି ଏହି କଥାକୁ ଲୁଚାଉଥିବା ବେଳେ ପରେ ସେ ଏ ସମ୍ପର୍କରେ ଖୋଲାଖୋଲି କଥା ହୋଇଥିଲେ । ୨୦୦୯ରେ ଅଦିତି ଅଭିନେତା ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଥିଲେ । ଅଭିନେତ୍ରୀ ଯେବେ ୧୭ ବର୍ଷର ଥିଲେ ସେତେବେଳେ ସେ ସତ୍ୟଦୀପଙ୍କୁ ଭେଟିଥିଲେ ସେବେଠାରୁ ସତ୍ୟଦୀପଙ୍କ ପ୍ରେମରେ ପଡିଯାଇଥିଲେ ଅଦିତି । ତେଣୁ ୨୧ବର୍ଷ ହେବା ପରେ ଅଦିତି ସତ୍ୟଦୀପଙ୍କୁ ବିବାହ କରିଥିଲେ । ମାତ୍ର ୪ ବର୍ଷ ପରେ ପତି ସତ୍ୟଦୀପଙ୍କଠାରୁ ଅଲଗା ହୋଇଯାଇଥିଲେ ଅଦିତି । ପ୍ରଥମେ ସେ ଏକଥାକୁ ଲୁଚାଉଥିଲେ ବି ୨୦୧୩ରେ ଏକ ସାକ୍ଷାତ୍ କାରରେ ସେ ଏହା ସ୍ୱୀକାର କରିଥିଲେ । ତେବେ ସତ୍ୟଦୀପଙ୍କଠାରୁ ଅଲଗା ହେବା ପରେ ଅଦିତିଙ୍କ ନାଁକୁ କୋ-ଷ୍ଟାର ଫରହାନ ଅଖତରଙ୍କ ସହ ଯୋଡି ଦିଆଯାଇଥିଲା । ହେଲେ ଉଭୟ ଏହାକୁ ଗୁଜବ ବୋଲି କହିଥିଲେ ।
ସୂଚନାଯୋଗ୍ୟ, ଅଦିତି ଆକବର ହାଇଦରୀଙ୍କ ଅଣନାତୁଣୀ । ଯେକି ୧୮୬୯ରୁ ୧୯୪୧ ପର୍ଯ୍ୟନ୍ତ ହାଇଦ୍ରାବାଦର ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ । କେବଳ ସେତିକି ନୁହେଁ ଅତିଦି ଅମିର ଖାଁଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କର ସମ୍ପର୍କୀୟ । ସେ ୨୦୦୬ରେ ପ୍ରଥମେ ମାଲାୟାଲମ ଚଳଚ୍ଚିତ୍ର ‘ପ୍ରଜାପତି’ରୁ କ୍ୟାରିୟର ଆରମ୍ଭ କରି ପରେ ବଲିଉଡରେ ପାଦ ରଖିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri